instruction
stringlengths 9
1.46k
| input
stringlengths 5
3.79k
⌀ | output
stringlengths 1
2.69k
| source
stringclasses 6
values |
---|---|---|---|
ଶ୍ରୀରାମକୃଷ୍ଣ ବାରମ୍ବାର ସମାଧିମଗ୍ନ ହେଉଥିବା ସମୟରେ ଦେହତ୍ୟାଗକୁ କେତେ ଦିନ ବାକି ଥିଲା ? | ଦେହତ୍ୟାଗର ଦୁଇ ଦିନ ମାତ୍ର ବାକୀ । ଶ୍ରୀରାମକୃଷ୍ଣ ଅସହ୍ୟ ରୋଗ ଯାତନାରେ କାତର; ତା’ରି ଭିତରେ ସେ ବାରମ୍ବାର ସମାଧିମଗ୍ନ ହେଉଛନ୍ତି । ଭକ୍ତଗଣ ନୀରବରେ ଅଧୋବଦନ ହୋଇ ଚାରିଆଡ଼େ ଘେରି ବସିଛନ୍ତି । ନରେନ୍ଦ୍ରନାଥ ମଧ୍ୟ ମ୍ଳାନମୁଖରେ ଗଭୀର ଚିନ୍ତାମଗ୍ନ ହୋଇ ବସିଛନ୍ତି । ଶ୍ରୀରାମକୃଷ୍ଣଙ୍କୁ ଶତ ଶତ ଲୋକ ଅବତାର ବୋଲି ଘୋଷଣା କରିଛନ୍ତି । ଭକ୍ତଗଣଙ୍କ ମଧ୍ୟରୁ ଅନେକଙ୍କର ବିଶ୍ୱାସ ଯେ ସେ ଭଗବାନଙ୍କର ଅବତାର । ନରେନ୍ଦ୍ରଙ୍କ ମନ କିନ୍ତୁ ସେତେବେଳେ ସୁଦ୍ଧା ଦ୍ୱିଧାଶୂନ୍ୟ ହୋଇନାହିଁ । ନିଜେ ତା’ର ପ୍ରମାଣ ନ ପାଇଲେ ସେ ପାଞ୍ଚଜଣଙ୍କ କଥାରେ ବିଶ୍ୱାସ କରିବା ଲୋକ ନୁହନ୍ତି । ଏତିକିବେଳେ ହଠାତ୍ ତାଙ୍କର ମନେ ହେଲା ଏହି ନିଦାରୁଣ କଷ୍ଟବେଳେ ଯଦି ସେ କହିବେ ଯେ ‘ମୁଁ ସ୍ୱୟଂ ଭଗବାନ‘, ତା’ ହେଲେ ମୁଁ ବିଶ୍ୱାସ କରିବି । ଆଶ୍ଚର୍ଯ୍ୟ ! ନରେନ୍ଦ୍ରଙ୍କ ମନରେ ଏହି ଚିନ୍ତା ଉଦୟ ହେବା ମାତ୍ରକେ ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ଆଡ଼କୁ ମୁହଁ ବୁଲାଇ ସ୍ୱାଭାବିକ କଣ୍ଠରେ କହିଲେ, ‘ଯିଏ ରାମ ପୁଣି ଯିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ । | ଦୁଇ ଦିନ | ai4bharatIndicQA |
କରବେଟ୍ ଜାତୀୟ ଉଦ୍ୟାନରେ କେତେ ପ୍ରଜାତିର ସରିସୃପ ଅଛନ୍ତି ? | କର୍ବେଟ୍ ଜାତୀୟ ଉଦ୍ୟାନରେ ୫୮୬ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି । ସାପଖିଆ ଚିଲ, ଲାଲ୍ମୁହଁ ଶୁଆ, ଲାଲ୍ ବଣକୁକୁଡ଼ା (ଯାହାଠାରୁ ଅନ୍ୟ ବଣକୁକୁଡ଼ା ପ୍ରଜାତିଙ୍କ ବିବର୍ତ୍ତନ ଘଟିଛି), ଇତ୍ୟାଦି ଏଠାକାର କିଛି ଅଧିବାସୀ ପକ୍ଷୀ । ୩୩ ପ୍ରଜାତିର ସରୀସୃପ, ୭ ପ୍ରଜାତିର ଉଭୟଚର, ୩୬ ପ୍ରଜାତିର କଙ୍କି ମଧ୍ୟ ଏଠାରେ ଦେଖାଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟକ ମହାବଳ ବାଘ ରହିଥିଲେ ହେଁ ଘଞ୍ଚ ଜଙ୍ଗଲ ଓ ପାରିପାର୍ଶ୍ୱିକ ଜଙ୍ଗଲରେ ଏମାନଙ୍କୁ ସହଜରେ ଠାବ କରିହୁଏ ନାହିଁ । ଘଞ୍ଚ ଜଙ୍ଗଲ, ଉଦ୍ୟାନ ଦେଇ ପ୍ରବାହିତ ରାମଗଙ୍ଗା ନଦୀ ଓ ବହୁଳ ମାତ୍ରାରେ ଉପଲବ୍ଧ ଶିକାର ଯୋଗୁଁ ଏହା ବାଘଙ୍କ ପାଇଁ ଏକ ଆଦର୍ଶ ଅଧିବାସ । ଏହି ଜଙ୍ଗଲରେ ବାଘମାନଙ୍କୁ ନିଜ ଆକାରଠାରୁ ଯଥେଷ୍ଟ ବଡ଼ ମଇଁଷି ଓ ହାତୀମାନଙ୍କ ଶିକାର କରୁଥିବା ମଧ୍ୟ ଦେଖାଯାଇଛି । ସାଧାରଣ ଶିକାର ଯଥା ହରିଣ, ମାଙ୍କଡ଼ ଇତ୍ୟାଦିଙ୍କ ଅଭାବ ଦେଖାଦେଲେ ବାଘ ବଡ଼ ଆକାରର ପ୍ରାଣୀଙ୍କ ଶିକାର କରିଥାଏ । ନିଜ ଇଲାକାରେ ଶିକାର ଅଭାବରେ ଏଠାକାର ବାଘ ଗୃହପାଳିତ ପଶୁଙ୍କ ଶିକାର କରିବା ମଧ୍ୟ ଶୁଣାଯାଇଛି । କଲରାପତରିଆ ବାଘ ସାଧାରଣତଃ ପାହାଡ଼ିଆ ଭୂମିରେ ବାସ କରନ୍ତି ଓ ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳକୁ ଓହ୍ଲାଇ ଆସନ୍ତି । କର୍ବେଟ୍ ଜଙ୍ଗଲରେ ଦେଖାଯାଉଥିବା ଛୋଟ ବିଲେଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବଣଭୁଆ, ମାଛଖିଆ ବଣ ବିଲେଇ ଓ ଚିତା ବିଲେଇ ଅନ୍ୟତମ । କୁଟୁରା, ସମ୍ବର, କୁଜି ହରିଣ, ଚିତଲ୍ ହରିଣ, ଭାଲୁ, ହିମାଳୟ କଳାଭାଲୁ, ଭାରତୀୟ ପାଉଁଶିଆ ନେଉଳ, ଓଧ, ଭାରତୀୟ ମାର୍ଟେନ୍, ହିମାଳୟ ଘୋରାଲ୍, ବଜ୍ରକାପ୍ତା, ହନୁ ମାଙ୍କଡ଼, ପାତି ମାଙ୍କଡ଼ ଇତ୍ୟାଦି ଏଠାରେ ଦେଖାଯାଉଥିବା ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରାଣୀ । ରାତିରେ ପେଚା ଓ ଦେବତା ବିନ୍ଧାଣୀ ପକ୍ଷୀଙ୍କ (ଭୂଇଁ ଚାପୁଳି – ଈଂରାଜୀରେ Nightjar) ଡାକ ଶୁଣିବାକୁ ମିଳେ । ଗ୍ରୀଷ୍ମଋତୁରେ ଶହ ଶହ ହାତୀଙ୍କ ପଲ ଦେଖାଯାଇପାରିବ । ଏଠାରେ ଅଜଗର ମଧ୍ୟ ବସବାସ କରନ୍ତି । | ୩୩ | ai4bharatIndicQA |
କେତେ ମସିହାରେ ଅମିତାଭ ବଚ୍ଚନ ସୁହାଗ ଫିଲ୍ମରେ ଅଭିନୟ କରିଥିଲେ ? | ୧୯୭୯ ମସିହାରେ ବଚ୍ଚନ ସୁହାଗ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷ ସର୍ବାଧିକ ଆୟ କରିଥିଲା । ସେହି ବର୍ଷ ସେ ମିଃ ନଟ୍ୱର୍ଲାଲ୍, କାଲା ପତ୍ଥର୍ ଓ ଦ ଗ୍ରେଟ୍ ଗାମ୍ବ୍ଲର୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ମିଃ ନଟ୍ୱର୍ଲାଲ୍ ଚଳଚ୍ଚିତ୍ରରେ ସେ ରେଖାଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ତାଙ୍କୁ କଣ୍ଠଦାନ ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ଓ ସଙ୍ଗୀତ ପାଇଁ ସେ ଉଭୟ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଓ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । କାଲା ପତ୍ଥର୍ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ମଧ୍ୟ ସେ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୮୦ ମସିହାରେ ରାଜ୍ ଖୋସ୍ଲାଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତାନାରେ ନିଜର ଅଭିନୟ ପାଇଁ ସେ ପୁନର୍ବାର ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଶତ୍ରୁଘ୍ନ ସିହ୍ନା ଓ ଜିନତ୍ ଅମନ୍ଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଦୋସ୍ତାନା ୧୯୮୦ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ୧୯୮୧ ମସିହାରେ ସେ ୟଶ୍ ଚୋପ୍ରାଙ୍କ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ସିଲ୍ସିଲାରେ ଅଭିନୟ କରିଥିଲେ । ଏଥିରେ ସେ ନିଜ ପତ୍ନୀ ଜୟା ଓ ରେଖାଙ୍କ ସହ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶାନ୍ (୧୯୮୦) ଓ ଶକ୍ତି (୧୯୮୨) ବକ୍ସ୍ ଅଫିସ୍ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା । ତେବେ ତାଙ୍କ ଅଭିନୀତ ରାମ୍ ବଲ୍ରାମ୍ (୧୯୮୦), ନସିବ୍ (୧୯୮୧) ଓ ଲାୱାରିସ୍ (୧୯୮୧) ଖୁବ୍ ସଫଳତା ଅର୍ଜନ କରିଥିଲା । ୧୯୮୨ ମସିହାରେ ସେ ସଟ୍ଟେ ପେ ସଟ୍ଟା ଓ ଦେଶ୍ ପ୍ରେମୀ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ । | ୧୯୭୯ | ai4bharatIndicQA |
କିଏ ଭରତଙ୍କ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ? | ପିତୃସତ୍ୟ ପାଳନ ନିମନ୍ତେ ବନଗମନରାମ କିନ୍ତୁ ଧୀର ଚିତ୍ତରେ ପିତୃ-ସତ୍ୟ ପାଳନ ନିମନ୍ତେ କିଞ୍ଚିତେ ଦୁଃଖ ପ୍ରକାଶ କଲେ ନାହିଁ । ରାମଙ୍କର ଏହି ମହନୀୟତା ହିଁ ସାରା ରାମାୟଣରେ ଅନେକ ରୂପରେ ପ୍ରକାଶିତ ହୋଇଛି । ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ରାମଙ୍କର ବାରଣର ଉତ୍ତରରେ ସୀତା କହନ୍ତି, ଆପଣଙ୍କ ପାଦ ଯେଉଁ ବନପ୍ରଦେଶରେ ପଡ଼ିବ ତାହା ମୋ ପାଇଁ ହେବ ଅଯୋଧ୍ୟା ଆଉ ଆପଣଙ୍କ ବିନା ଅଯୋଧ୍ୟା ମଧ୍ୟ ମୋ ପାଇଁ ନର୍କ ସଦୃଶ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ସେ ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । | ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ | ai4bharatIndicQA |
ଜେମ୍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା କ୍ରମାଙ୍କ କେତେରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ? | ଗୁମ୍ଫା କ୍ରମାଙ୍କ ୧୫ ଦଶାବତାର ମନ୍ଦିର ଭାବେ ଜଣାଶୁଣା । ସମ୍ଭବତଃ ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଗର୍ତ୍ତ ବା ରାବଣ ଖାଈ) ପରେ ଏହାର ଖୋଦନ କରାଯାଇଥିଲା । ଦଶାବତାର ଗୁମ୍ଫାର ନକସା, ପ୍ରକୋଷ୍ଠ ଓ ଅଭ୍ୟନ୍ତର ବୌଦ୍ଧ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ ପରି । ଏହି କାରଣରୁ କେତେକ ଗବେଷକ ଏହା ବୌଦ୍ଧ ଗୁମ୍ଫା ଉଦ୍ଦେଶ୍ୟରେ ପ୍ରଥମେ ଖୋଳାଯାଇଥିଲା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ । ଜେମ୍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା ୧୧ରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ ଓ ଆଖ ପାଖର ବୌଦ୍ଧ ଗୁମ୍ଫାରେ ମଧ୍ୟ ହିନ୍ଦୁ ଧାର୍ମିକ ପରମ୍ପରାର ଛାପ ରହିଛି । ଧାର୍ମିକ ଶିଳ୍ପକଳାର ଏପରି ସମ୍ମିଶ୍ରଣରୁ ଅନୁମାନ କରାଯାଏ ଯେ ବୋଧହୁଏ ସମାନ କାରିଗର, ଶିଳ୍ପୀ ଓ ସ୍ଥପତିମାନେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାର ଖୋଦନ କରୁଥିଲେ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ଗୁମ୍ଫାରେ ପରବର୍ତ୍ତୀ ସମୟରେ ହିନ୍ଦୁ ପ୍ରତିମା ନିର୍ମାଣ କରାଯାଇ ଏହାକୁ ଏକ ହିନ୍ଦୁ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା । | ୧୧ | ai4bharatIndicQA |
ଅଳ୍ପ ବୟସରେ ସେ କେଉଁ ସ୍ତରରେ ବ୍ୟାଡମିଣ୍ଟନ ଏବଂ ଟେନିସ ଖେଳିଥିଲେ ? | ସାଙ୍ଗାକାରା ୧୯୭୭ ମସିହାରେ ମାଟାଲେ, ଶ୍ରୀଲଙ୍କାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତାଙ୍କ ନାମ କୁମାରୀ ସୁରଙ୍ଗନ ଏବଂ ପିତାଙ୍କ ନାମ ସ୍ୱର୍ଣ୍ଣକୁମାର ସାଙ୍ଗାକାରା । ସାଙ୍ଗାକାରାଙ୍କର ମାତାପିତା କେଣ୍ଡିରେ ରହୁଥିଲେ, ଯେଉଁଠାରେ ସାଙ୍ଗା ତାଙ୍କର ପିଲାବେଳ କଟାଇଛନ୍ତି । ସେହି ସ୍ଥାନରେ ସାଙ୍ଗା ତାଙ୍କର ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚଶିକ୍ଷା ତ୍ରିନଟି କଲେଜରୁ ପ୍ରାପ୍ତ କରିଛନ୍ତି । ସାଙ୍ଗାଙ୍କର ଦୁଇ ଜଣ ଭଉଣୀ ଅଛନ୍ତି: ତୁଶାରୀ ଓ ସରାଙ୍ଗା ଏବଂ ଜଣେ ବଡ଼ ଭାଇ ବିମିନ୍ଦ୍ର ମଧ୍ୟ ଅଛନ୍ତି । ଏମାନେ ସମସ୍ତେ ସ୍କୁଲବେଳେରୁ ଜାତୀୟ ସ୍ତରରେ ସଫଳତା ପାଇଥିଲେ । ସାଙ୍ଗାକାରା ଛୋଟବେଳୁ ସ୍କୁଲରେ ପଢ଼ୁଥିଲେ ବେଳେ ବ୍ୟାଡ଼ମିଣ୍ଟନ, ଟେନିସ୍, ପହଁରିବା, ଟେବୁଲ ଟେନିସ୍ ଏବଂ କ୍ରିକେଟ ଆଦି ଖେଳିବା ଆରମ୍ଭ କରିଥିଲେ । | ଜାତୀୟ ସ୍ତରରେ | ai4bharatIndicQA |
ମହାପ୍ରଭୁଙ୍କ ସ୍ନାନନୀତି କେଉଁ ଦିନ ହୁଏ? | ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ୱରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। ବାମ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢିବା ବେଳେ ଅତିବଡି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ୱାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । | ସ୍ନାନ ପୂର୍ଣ୍ଣିମା ଦିନ | ai4bharatIndicQA |
୧୯୦୨ ମସିହା ସମୟରେ ନେତାଜୀ ସୁଭାଷ ଙ୍କୁ କେତେ ବର୍ଷ ବୟସ ହେଇଥିଲା? | ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତି ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା । ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର । ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା । ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ । | ପାଞ୍ଚ | ai4bharatIndicQA |
ଅମିତାଭଙ୍କ ବାପା ଜଣେ କ’ଣ ଥିଲେ ? | ଅମିତାଭ ବଚ୍ଚନ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶ ରାଜ୍ୟରେ ଥିବା ଆଲ୍ହାବାଦଠାରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ଭାରତ ବ୍ରିଟିଶ୍ ଶାସନାଧୀନ ଥିଲା । ତାଙ୍କ ପୂର୍ବପୂରୁଷମାନେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଥିବା ରାଣୀଗଞ୍ଜ ତାଲୁକାର ବାବୁପତି ଗ୍ରାମରେ ବସବାସ କରୁଥିଲେ । ତାଙ୍କ ପିତା ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ) ଜଣେ ଜଣାଶୁଣା ହିନ୍ଦୀ କବି ଓ ମାତା ତେଜୀ ବଚ୍ଚନ ପଞ୍ଜାବଠାରେ ଥିବା ଲିଆଲ୍ପୁର (ବର୍ତ୍ତମାନର ଫୈସଲାବାଦ)ର ଜଣେ ପଞ୍ଜାବୀ ଶିଖ୍ ଥିଲେ । ଅମିତାଭ ତାଙ୍କ ମାତାପିତାଙ୍କର ପ୍ରଥମ ସନ୍ତାନ । ତାଙ୍କ ସାନ ଭାଇଙ୍କ ନାମ ଅଜିତାଭ ବଚ୍ଚନ । ଭାରତୀୟ ସ୍ୱାଧିନତା ସଂଗ୍ରାମ ସମୟରେ ବହୁଳ ଭାବରେ ବ୍ୟବହୃତ ହୋଇଥିବା ସ୍ଲୋଗାନ୍ ଇନ୍କିଲାବ୍ ଜିନ୍ଦାବାଦ୍ଦ୍ୱାରା ପ୍ରେରିତ ହୋଇ ଅମିତାଭଙ୍କ ମାତାପିତା ତାଙ୍କ ନାମ ଇନ୍କିଲାବ୍ ରଖିଥିଲେ । ଇନ୍କିଲାବ୍ର ଅର୍ଥ ବିପ୍ଳବ ବଞ୍ଚିରହୁ । କିନ୍ତୁ ପରବର୍ତ୍ତୀ ସମୟରେ ହରିବଂଶ ରାୟ ତାଙ୍କର ଜଣେ ସାଥି କବି ସୁମିତ୍ରାନନ୍ଦନ ପନ୍ତଙ୍କ ପରାମର୍ଶକ୍ରମେ ଅମିତାଭଙ୍କ ନାମ ଇନ୍କଲାବ୍ରୁ ବଦଳାଇ ଅମିତାଭ ରଖିଥିଲେ । | ହିନ୍ଦୀ କବି | ai4bharatIndicQA |
ବାନ୍ତି, ଝାଡା, ଚର୍ମରେ ଘା’, ଶାରୀରିକ ଯନ୍ତ୍ରଣା, ରକ୍ତରେ ଲୋହିତ ରକ୍ତ କଣିକା ଏବଂ ଟ୍ୟୁନିକେଟ୍ ପରୀକ୍ଷା କେଉଁ ରୋଗର ଲକ୍ଷଣ ? | ରୋଗୀର ଇତିହାସ, ରୋଗୀର ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ଅନୁସାରେ ଡେଙ୍ଗୁ ରୋଗ ନିର୍ଣ୍ଣୟ କରାଯାଏ ବିଶେଷତଃ ଆଞ୍ଚଳିକ-ରୋଗ ବା ଏଣ୍ଡେମିକ୍ ଡିଜିଜ୍ କ୍ଷେତ୍ରରେ । ପ୍ରାରମ୍ଭ ବେଳେ ଏହାର ଲକ୍ଷଣ ଅନ୍ୟ ଭୁତାଣୁ ରୋଗ ସହ ମିଶି ଯାଉଥିବାରୁ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ । ସମ୍ଭାବ୍ୟ ଡେଙ୍ଗୁ ନିର୍ଣ୍ଣୟ ନିମନ୍ତେ ଜର ସହ ଆଉ ଦୁଇଟି ଲକ୍ଷଣ ଆବଶ୍ୟକ । ସେଗୁଡିକ ହେଲା: ବାନ୍ତି ଲାଗିବା, ବାନ୍ତି ହେବା,ଚର୍ମରେ କୁଣ୍ଡିଆ(Rash), ଶାରୀରିକ ପୀଡା, ରକ୍ତରେ ସ୍ୱଳ୍ପ ଲୋହିତ ରକ୍ତ କଣିକା ଓ ଯୁକ୍ତ ଟ୍ୟୁନିକେଟ ପରୀକ୍ଷା। ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । | ଡେଙ୍ଗୁ | ai4bharatIndicQA |
କେତେ ପ୍ରକାରର ସରୋଗେସି ଅଛି? | ଦୁଇ ପ୍ରକାର ସରୋଗାସି କରାଯାଇପାରେ ଯଥା:- ପରମ୍ପରାଗତ ଓ ଗର୍ଭଗତ । ପରମ୍ପରା ସରୋଗାସିରେ ମହିଳା ନିଜ ଅଣ୍ଡା ବ୍ୟବହାର କରି ଅନ୍ୟ ଦମ୍ପତ୍ତି ନିମନ୍ତେ ଗର୍ଭଧାରଣ କରେ । ଏହି କାର୍ଯ୍ୟକ୍ରମ ଡାକ୍ତରଙ୍କର ଅଫିସରେ ଆଇୟୁଆଇ ସାହାଯ୍ୟରେ କରାଯାଏ । ଏହି ଉପାୟରେ ସରୋଗେଟର ଶିଶୁ ସହିତ ଜେନେଟିକ ସମ୍ପର୍କ ରହେ । ବିଧି ମୁତାବକ ଉକ୍ତ ଶିଶୁ ଉପରେ ସରୋଗେଟ କୌଣସି ସ୍ୱାର୍ଥ ରଖିପାରିବନି । ଅନ୍ୟ ପକ୍ଷରେ ଜେସ୍ଟେସନାଲ ବା ଗର୍ଭଗତ ସରୋଗାସିରେ ଦାତାର ଅଣ୍ଡା ଶରୀର ବାହାରେ ନିଷିକ୍ତ କରାଯାଏ ଓ ଉକ୍ତ ଭୃଣକୁ ଜରାୟୁ ମଧ୍ୟରେ ସ୍ଥାପନ କରାଯାଏ । ଏପରି ମହିଳାଙ୍କୁ ଗର୍ଭବାହକ କୁହାଯାଏ । ଶିଶୁ ସାଥିରେ ଗର୍ଭାଧାନ କରିଥିବା ମହିଳାର ଜେନେଟିକ ସମ୍ପର୍କ ନଥିବାରୁ ବିଧି ସୋପାନ ଅଧିକ ସରଳ ହୁଏ । | ଦୁଇ ପ୍ରକାର | ai4bharatIndicQA |
ମୂର୍ତ୍ତି କିଏ ପୂଜା କରନ୍ତି? | ଶ୍ରୀମନ୍ଦିରର ବାୟୁ କୋଣରେ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀମହାଲକ୍ଷ୍ମୀ ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରଟି ୪ ଭାଗରେ ବିଭକ୍ତ। ଯଥା:-୧) ଗର୍ଭ ଗୃହ ବା ବିମାନ, ୨) ଜଗମୋହନ, ୩) ନାଟ ମଣ୍ଡପ, ୪) ଅଚିନ୍ତା ମଣ୍ଡପ। ଦକ୍ଷିଣ ଦ୍ୱାରରୁ ପ୍ରବେଶ କରି ଗର୍ଭ ଗୃହକୁ ଆସିବା ପରେ କାନ୍ଥରେ ଲକ୍ଷ୍ମୀ-ନୃସିଂହଙ୍କର ମଣିମୟ ବିଗ୍ରହ ଓ ଉତ୍ତରରେ ବିଦ୍ୟମାନ ହୋଇଛନ୍ତି। ଆଦି ଶଙ୍କରାଚାର୍ଯ୍ୟ ପୂଜା କରୁଥିବା ଲକ୍ଷ୍ମୀ-ନୃସିଂହ ମୂର୍ତ୍ତି ଏଠାରେ ବିଦ୍ୟମାନ ଅଟନ୍ତି। ଲକ୍ଷ୍ମୀ-ନୃସିଂହଙ୍କର ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚିତ୍ରପଟ ମଧ୍ୟ ରହିଛି । ଐତିହାସିକମାନେ/ଗବେଷକମାନେ ଭିନ୍ନ ଭିନ୍ନ ମତ ରଖନ୍ତି ଯେ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅନଙ୍ଗ ଭୀମଦେବ କିମ୍ବା ଚୋଡ଼ଗଙ୍ଗ ଦେବ କରାଇଛନ୍ତି। | ଆଦି ଶଙ୍କରାଚାର୍ଯ୍ୟ | ai4bharatIndicQA |
କେଉଁ ମସିହାରେ ଜଙ୍ଗଲର ସୀମା ଆରମ୍ଭ ହୋଇଥିଲା ? | ୧୯୦୦ ଶତାବ୍ଦୀର ପ୍ରଥମ ଭାଗରେ ଇ. ଆର୍. ଷ୍ଟିଭାନ୍ସ୍, ଏଭଲିନ୍ ଆର୍ଥର୍ ସ୍ମାଇଥିଜ୍ ଓ ଅନେକ ବ୍ରିଟିଶ୍ ପ୍ରଶାସକ ଏହି ସ୍ଥାନରେ ଏକ ଜାତୀୟ ଉଦ୍ୟାନ ସ୍ଥାପନ କରାଇବାର ପ୍ରସ୍ତାବ ରଖିଥିଲେ । ୧୯୦୭ ମସିହାରେ ଈଂରେଜ ପ୍ରଶାସନ ଏଠାରେ ଏକ ଶିକାର ଜଙ୍ଗଲ ସ୍ଥାପନ କରିବା ବିଷୟ ଚିନ୍ତା କରୁଥିଲେ । ବହୁ ବର୍ଷ ପରେ ୧୯୩୦ ମସିହାରେ ଏଠାକାର ଜଙ୍ଗଲର ସୀମା ଧାର୍ଯ୍ୟ କରାଯିବା ଆରମ୍ଭ ହେଲା । ସେତେବେଳେ ଏହି ସ୍ଥାନ ସହିତ ଭଲ ଭାବେ ପରିଚିତ ଜିମ୍ କର୍ବେଟ୍ ଏହି ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ସହାୟତା କରିଥିଲେ । ୧୯୩୬ ମସିହାରେ ୩୨୩.୭୫ ବର୍ଗ କି.ମି. ପରିମିତ ଅଞ୍ଚଳରେ ହେଲି ଜାତୀୟ ଉଦ୍ୟାନ ନାମକ ଏକ ସଂରକ୍ଷିତ ଜଙ୍ଗଲ ସ୍ଥାପିତ ହେଲା । ତତ୍କାଳୀନ ୟୁନାଇଟେଡ଼୍ ପ୍ରୋଭିଂସେସ୍ (ଉତ୍ତର ପ୍ରଗଣା)ର ଗଭର୍ଣ୍ଣର୍ ସାର୍ ମାଲ୍କମ୍ ହେଲିଙ୍କ ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ ରଖାଯାଇଥିଲା । ସେତେବେଳେ ଏହା ସମଗ୍ର ଏସିଆ ମହାଦେଶର ପ୍ରଥମ ଜାତୀୟ ଉଦ୍ୟାନ ଥିଲା । | ୧୯୩୦ ମସିହାରେ | ai4bharatIndicQA |
ବ୍ରିଟିଶ ମାନେ କେଉଁ ପାର୍ଥକ୍ୟ କୁ ପସନ୍ଦ କରୁନଥିଲେ ? | ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ବେଳକୁ ଭାରତର ପ୍ରାୟ ଅଧିକାଂଶ ରାଜ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନାଧୀନ ହୋଇସାରିଥଲା । ବିଭିନ୍ନ ରାଜ୍ୟରେ ସମାଜର ଚଳଣୀ ଓ ସଂସ୍ଥାପନା ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଆଇନ ଓ ବିଚାର ବ୍ୟବସ୍ଥା ଥିଲା । ଏହି ବିଭିନ୍ନତା ଓ ପାର୍ଥକ୍ୟ ଇଂରେଜ ମାନଙ୍କର ପସନ୍ଦ ହେଲାନାହିଁ । ଫଳରେ ସେମାନେ ସାରା ଭାରତରେ ଏକ ପ୍ରକାରର ଆଇନର ପ୍ରଚଳନ କରିବା ଉଦ୍ଦେଶ୍ୟରେ ଏକ ଭାରତୀୟ ଫୌଜଦାରୀ ଦଣ୍ଡବିଧି ଆଇନର ପରିକଳ୍ପନା କଲେ ଓ ଲର୍ଡ ରବର୍ଟ ମାକଲେଙ୍କ ଅଧକ୍ଷତାରେ ଏକ କମିଶନ ବସାଇଲେ । [୧][୨] ଏହି କମିଶନ ଦୀର୍ଘ ୪ ବର୍ଷ ଭାରତର ପ୍ରତ୍ୟେକ ରାଜ୍ୟ ଭ୍ରମଣ କରି ଓ ଆଇନ ସମ୍ପର୍କିତ ବିଧିବ୍ୟବସ୍ଥାର ଅନୁଧାନ କରି ୧୮୩୭ ମସିହାରେ ଏହି ଚିଠା ଆଇନଟିକୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆନ କାଉନସିଲଙ୍କ ପାଖରେ ଦାଖଲ କରିଥଲେ । ମାତ୍ର ଏହି ଚିଠା ଆଇନଟି ଗ୍ରହଣଯୋଗ୍ୟ ନୁହେଁ ବୋଲି ସ୍ୱୟଂ ଇଷ୍ଟ ଇଣ୍ଡିଆ କମ୍ପାନୀ ମତ ଦେବାରୁ ଏହା ସ୍ୱୀକୃତ ହୋଇପାରିଲା ନାହିଁ । ୧୮୫୭ ମସିହାରେ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ (ଯାହାକି ‘‘ସିପାହୀ ବିଦ୍ରୋହ ବୋଲି ନାମିତ) ପରେ ଭାରତର ଶାସନ ବ୍ୟବସ୍ଥା ଇଂରେଜ ସରକାର ନିଜ ହାତକୁ ନେଲେ ଓ ୧୮୬୦ ମସିହା ଅକ୍ଟୋବର ମାସ ୬ ତାରିଖରେ ଏହି ଚିଠା ଆଇନଟି ଗଭର୍ଣ୍ଣର ଜେନେରାଲଙ୍କ ସ୍ୱୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହେଲା ଓ ୧.୧.୧୮୬୨ ତାରିଖରୁ ଭାରତରେ କାର୍ଯ୍ୟକାରୀ ହେଲା । ଭାରତୀୟ ଦଣ୍ଡ ସଂହିତା(Indian Penal Code,1860)ପ୍ରକାରେ ସାଧାରଣ ଭାବରେ ଅପରାଧର ଅର୍ଥ ହେଲା ମନ୍ଦ ଅଭିପ୍ରାୟ ରଖି ରାଜ୍ୟର, ସର୍ବସାଧାରଣଙ୍କର ବା କୌଣସି ବ୍ୟକ୍ତି ବିଶେଷଙ୍କର ଧନ, ଜୀବନ ଓ ସମ୍ମାନ ଉପରେ ଆଞ୍ଚ ଆଣିଲା ଭଳି କାର୍ଯ୍ୟ କରିବା ଏବଂ ଏହିଭଳି କାର୍ଯ୍ୟ ରାଜ୍ୟଦ୍ୱାରା ପ୍ରଣୀତ କୌଣସି ଏକ ଆଇନଦ୍ୱାରା ଦଣ୍ଡନୀୟ ହୋଇଥବା ଦରକାର । ଅପରାଧ ବିଜ୍ଞାନ ଅନୁସାରେ ଅପରାଧର ଚାରୋଟି ଅବସ୍ଥା । | ବିଭିନ୍ନତା | ai4bharatIndicQA |
କେଉଁ ପ୍ରକ୍ରିୟା ମାଧ୍ୟମରେ କୃତ୍ରିମ ଉପାୟ ଅବଲମ୍ବନ କରି ଗର୍ଭଧାରଣ କରାଯାଇଥାଏ? | ଦୁଇ ପ୍ରକାର ସରୋଗାସି କରାଯାଇପାରେ ଯଥା:- ପରମ୍ପରାଗତ ଓ ଗର୍ଭଗତ । ପରମ୍ପରା ସରୋଗାସିରେ ମହିଳା ନିଜ ଅଣ୍ଡା ବ୍ୟବହାର କରି ଅନ୍ୟ ଦମ୍ପତ୍ତି ନିମନ୍ତେ ଗର୍ଭଧାରଣ କରେ । ଏହି କାର୍ଯ୍ୟକ୍ରମ ଡାକ୍ତରଙ୍କର ଅଫିସରେ ଆଇୟୁଆଇ ସାହାଯ୍ୟରେ କରାଯାଏ । ଏହି ଉପାୟରେ ସରୋଗେଟର ଶିଶୁ ସହିତ ଜେନେଟିକ ସମ୍ପର୍କ ରହେ । ବିଧି ମୁତାବକ ଉକ୍ତ ଶିଶୁ ଉପରେ ସରୋଗେଟ କୌଣସି ସ୍ୱାର୍ଥ ରଖିପାରିବନି । ଅନ୍ୟ ପକ୍ଷରେ ଜେସ୍ଟେସନାଲ ବା ଗର୍ଭଗତ ସରୋଗାସିରେ ଦାତାର ଅଣ୍ଡା ଶରୀର ବାହାରେ ନିଷିକ୍ତ କରାଯାଏ ଓ ଉକ୍ତ ଭୃଣକୁ ଜରାୟୁ ମଧ୍ୟରେ ସ୍ଥାପନ କରାଯାଏ । ଏପରି ମହିଳାଙ୍କୁ ଗର୍ଭବାହକ କୁହାଯାଏ । ଶିଶୁ ସାଥିରେ ଗର୍ଭାଧାନ କରିଥିବା ମହିଳାର ଜେନେଟିକ ସମ୍ପର୍କ ନଥିବାରୁ ବିଧି ସୋପାନ ଅଧିକ ସରଳ ହୁଏ । | ଆଇୟୁଆଇ | ai4bharatIndicQA |
ଚାୱାଲାଙ୍କ ପିତାଙ୍କ ନାମ କ’ଣ ? | କଳ୍ପନା ଚାୱଲା ୧୯୬୨ ମହିହା ମାର୍ଚ୍ଚ ମାସ ୧୭ ତାରିଖରେ ହରିୟାଣାର କର୍ଣ୍ଣଲ ସହରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ବନାରସୀ ଲାଲ୍ ଚାୱଲା ଏବଂ ମାତାଙ୍କ ନାମ ଥିଲା ସଂଜ୍ୟୋତୀ। ସେ ଚାରି ଭାଇ ଭଉଣୀ ଥିଲେ। କଳ୍ପନା ତାଙ୍କ ପରିବାରରେ ସବୁଠାରୁ ସାନ ଥିଲେ ଏବଂ ତାଙ୍କର ଦୁଇ ଭଉଣୀ ଓ ଜଣେ ଭାଇ ଥିଲେ। ଭାରତ-ପାକିସ୍ତାନ ବିଭାଜନ ସମୟରେ ହୋଇଥିବା ଦଙ୍ଗାରେ ତାଙ୍କ ପିତାଙ୍କ ପୂର୍ବପୁରୁଷ ମାନେ ପାକିସ୍ତାନରୁ ଭାରତ ଚାଲି ଆସିଥିଲେ। ସେତେବେଳେ ସେମାନଙ୍କ ପାଖରେ କେବଳ ଆଶା ଏବଂ ବିଶ୍ୱାସ ଛଡ଼ା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ନ ଥିଲା। ପିଲାବେଳେ କଳ୍ପନାଙ୍କ ଡାକ ନାମ ମଣ୍ଟୁ ଥିଲା। ତାଙ୍କ ଜନ୍ମ ସମୟରେ ତାଙ୍କ ପରିବାର ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ଥିଲା। ତେବେ କଳ୍ପନା ଏବଂ ତାଙ୍କ ଭାଇ-ଭଉଣୀ ମାନଙ୍କର କଠିନ ପରିଶ୍ରମ ତଥା ଅଧ୍ୟବସାୟ ବଳରେ ତାଙ୍କ ପରିବାରର ଅବସ୍ଥା ଉନ୍ନତରୁ ଉନ୍ନତତର ହୋଇଯାଇଥିଲା। | ବନାରସୀ ଲାଲ୍ ଚାୱଲା | ai4bharatIndicQA |
କେଉଁମନେ ରହୁଥିବା ପର୍ବତ ଉପରକୁ ଚଢିବା କଷ୍ଟକର ଅଟେ ? | ଦ୍ୱିତୀୟ ଓ ଅନ୍ତଃ ଚିତ୍ରଶାଳାର ବାହାରପଟକୁ ଦୁଇଟି ପାଠାଗାର ରହିଛି । ଏହା ମଧ୍ୟ ପ୍ରଥମେ ନିର୍ମିତ ମନ୍ଦିରର ଅଂଶ ନଥିବା ଅନୁମାନ କରାଯାଏ । ଦ୍ୱିତୀୟ ସୋପାନରୁ ଉପରକୁ ମନ୍ଦିରର କାନ୍ଥରେ ଅନେକ ଦେବତାଙ୍କ ଚିତ୍ର ରହିଛି । ମେରୁ ପର୍ବତର ଚାରିପଟେ ରହିଥିବା ସମୁଦ୍ରର ପ୍ରଭାବ ସୃଷ୍ଟି କରିବା ପାଇଁ ପୂର୍ବେ ୧୦୦ ମି. × ୧୧୫ ମି. ଆକାରବିଶିଷ୍ଟ ଦ୍ୱିତୀୟ ସୋପାନର ବାଡକୁ ଜଳପୂର୍ଣ୍ଣ କରି ରଖାଯାଇ ଥାଇପାରେ ବୋଲି ଅନୁମାନ କରାଯାଏ । ମୁଖ୍ୟ ମନ୍ଦିରକୁ ଚଢିବା ପାଇଁ ଥିବା ପାହାଚ ଆକାରରେ କମ୍ ଓସାରିଆ ଓ ଢାଲୁଆ । “ଦେବତାମାନେ ବସବାସ କରୁଥିବା ପର୍ବତ ଚଢିବା କଷ୍ଟସାଧ୍ୟ” ବୋଲି ଏପରି ଛୋଟ ଓ ଢାଲୁଆ ପାହାଚ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ଭିତର ପାଖର ଚିତ୍ରଶାଳାକୁ “ବକାନ” ବୋଲି କୁହାଯାଏ । ଚିତ୍ରଶାଳାର ଛାତରେ ଗରୁଡ ବା ସିଂହର ମୁହଁ ଓ ସାପର ଦେହବିଶିଷ୍ଟ ପ୍ରାଣୀଦ୍ୱାରା ସଜ୍ଜିତ ହୋଇଛି । ମଧ୍ୟ ମନ୍ଦିରର ଶିଖର ପାର୍ଶ୍ୱ ମନ୍ଦିରମାନଙ୍କଠାରୁ ଉଚ୍ଚତର ଓ ଭୂମିରୁ ପ୍ରାୟ ୬୫ ମିଟର ବା ୨୧୩ ଫୁଟ୍ ଉଚ୍ଚ । ମଧ୍ୟ ମନ୍ଦିରର ଶିଖର ତଳେ ପ୍ରଥମେ ବିଷ୍ଣୁଙ୍କ ଆସ୍ଥାନ ଥିଲା । ଏହି ଆସ୍ଥାନଟି ସବୁ ଦିଗକୁ ଖୋଲୁଥିଲା । | ଦେବତାମାନେ | ai4bharatIndicQA |
କଳାପାହାଡ଼ ଓଡ଼ିଶା ଉପରେ ଆକ୍ରମଣ କଥା କେଉଁଥିରେ ବର୍ଣ୍ଣନା ଅଛି ? | ଧ୍ୱଂସର ମୂଳକାରଣ କଳାପାହାଡ଼ଦ୍ୱାରା ଆକ୍ରମଣ ବୋଲି ଉଲ୍ଲେଖ ରହିଛି । କଳାପାହାଡ଼ ବଙ୍ଗୀୟ ସୁଲତାନ ସୁଲେମାନ କରାଣୀଙ୍କ ସେନାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କଳା ପାହାଡ଼ ପ୍ରଥମେ ହିନ୍ଦୁ ଓ ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନଙ୍କ ଅନୁସାରେ ସେ ଜଣେ ବତିନି (ଆଫଗାନୀ ପଠାଣ) ଲୋକ । ଓଡ଼ିଶା ଇତିହାସରେ ଉଲ୍ଲେଖ ହୋଇଛି ଯେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରି କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ । | ଓଡ଼ିଶା ଇତିହାସରେ | ai4bharatIndicQA |
ଯୁଦ୍ଧ ପାଇଁ ରାବଣ କାହାକୁ ନିଦ୍ରାରୁ ଜାଗ୍ରତ କଲେ? | ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ । ଇତି ମଧ୍ୟରେ ରାବଣ ଯୁଦ୍ଧ ନିମିତ୍ତ କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଉଠାଇଲେ । କୁମ୍ଭକର୍ଣ୍ଣ ମଧ୍ୟ ପ୍ରଥମେ ରାବଣଙ୍କୁ ରାମଙ୍କ ସହ ଯୁଦ୍ଧ ନ କରିବାକୁ ବ୍ୟର୍ଥ ପରାମର୍ଶ ଦେଲେ । | କୁମ୍ଭକର୍ଣ୍ଣଙ୍କୁ | ai4bharatIndicQA |
ସିନ୍ଧୁ ନଦୀ ଜଳ ବିବାଦର ସମାଧାନ କିଏ କରନ୍ତି? | ଚୁକ୍ତି ଅନୁସାରେ ଉଭୟ ଦେଶ ଜଳର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା କରିବାକୁ ରାଜି ହେଲେ । ଚୁକ୍ତି ଅନୁସାରେ ସ୍ଥାୟୀ ସିନ୍ଧୁ ଆୟୋଗ (Permanent Indus Commission – ପିଆଇସି) ପ୍ରତିଷ୍ଠିତ ହେଲା ଯେଉଁଥିରେ ଭଭୟ ଦେଶ ପକ୍ଷରୁ ଜଣେ ଲେଖାଏଁ ପ୍ରତିନିଧି (କମିଶନର) ରହିଲେ । ଭବିଷ୍ୟତରେ ଜଳ ଆବଣ୍ଟନ ନେଇ କୌଣସି ବିବାଦ ବା ମତଭେଦ ହେଲେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାର କରି ଏହାର ସମାଧାନ କରିବା ଉକ୍ତ ଆୟୋଗର ଲକ୍ଷ୍ୟ । ଚୁକ୍ତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ (୧୯୬୫, ୧୯୭୧ ଓ ୧୯୯୯) ହୋଇଥିଲେ ହେଁ ଆୟୋଗ ତିଷ୍ଠି ରହିଛି ଓ ପୂର୍ବବତ୍ ବିବାଦର ସମାଧାନ କରିବାର କାର୍ଯ୍ୟ କରୁଛି । ବର୍ଷକୁ ଥରେ ଆୟୋଗର ବୈଠକ ହୁଏ ଯେଉଁଥିରେ ସିନ୍ଧୁ ନଦୀ ବ୍ୟବସ୍ଥାର ବିକାଶ, ଜଳ ବିନିଯୋଗରେ ସମନ୍ୱୟ ପନ୍ଥା ଏବଂ ସମ୍ଭାବ୍ୟ ବିବାଦର ଦୂରୀକରଣ ପ୍ରଭୃତି ପ୍ରସଙ୍ଗ ଆଲୋଚିତ ହୋଇଥାଏ । ଉଭୟ ପକ୍ଷ ଅପର ପକ୍ଷକୁ ନିର୍ମାଣ କାର୍ଯ୍ୟ ବା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଜଣାଇବାକୁ ବାଧ୍ୟ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉ ବା ସୌହାର୍ଦ୍ୟପୂର୍ଣ୍ଣ ରହୁ, କିନ୍ତୁ ଆୟୋଗର ବାର୍ଷିକ ପରିଦର୍ଶନ ଓ ତଥ୍ୟ ବିନିମୟ ଧାରା ବଜାୟ ରହିଥାଏ । ସଲାଲ ଜଳବିଦ୍ୟୁତ୍ ପ୍ରକଳ୍ପ (ନଦୀବନ୍ଧ ଯୋଜନା) ଉଭୟ ଦେଶର ସହମତି ପରେ ନିର୍ମିତ ହୋଇଥିଲା । [୧୯] କିନ୍ତୁ ଅନେକ ଆଲୋଚନା ପରେ ମଧ୍ୟ ତୁଲ୍ବୁଲ୍ ପ୍ରକଳ୍ପର ନିର୍ମାଣ ପାଇଁ ବିଗତ ଅନେକ ଦଶନ୍ଧି ଧରି ସହମତି ହାସଲ ହୋଇନାହିଁ । [୨୦] ଅସହମତି ସ୍ଥିତିରେ ମଧ୍ୟସ୍ତତା କରିବା ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟ (Permanent Court of Arbitration – ପିସିଏ) ବା କୌଣସି ନିରପେକ୍ଷ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ାଯାଇଥାଏ । ଅତୀତରେ ବଗ୍ଲିହାର ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ ପାଇଁ ବିଶେଷଜ୍ଞଙ୍କ ରାୟ ଏବଂ କିଶନଗଙ୍ଗା ଜଳବିଦ୍ୟୁତ୍ ପ୍ରକଳ୍ପର ମଞ୍ଜୁରୀ ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟର ଆଦେଶ ଲୋଡ଼ା ଯାଇଥିଲା । [୨୧][୨୨][୨୩] ପାକିସ୍ତାନ ଭାରତର ଜାମୁ ଓ କାଶ୍ମୀରରେ ୮୫୦ ମେଗାୱାଟ୍ କ୍ଷମତାସମ୍ପନ୍ନ ରାଟଲେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଆସୁଛି । | ଉକ୍ତ ଆୟୋଗ | ai4bharatIndicQA |
୨୦୦୭ ମସିହାରେ ସିଏମ୍ ରିପ୍ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ଥିଲା | ୧୯୯୦ ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଅଛି । ଗଣନାନୁସାରେ ୧୯୯୩ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ୭୬୫୦ ଥିଲା । କିନ୍ତୁ ୨୦୦୪ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ୫୬୧୦୦୦ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ । ୨୦୦୭ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ବେଳେ, ୨୦୧୨ ଓ ୨୦୧୩ ମସିହାର ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା । ସିଏମ୍ ରିପ୍କୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରାୟତଃ ଅଂକୋର୍ ୱାଟ୍ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି । ସୋକିମେକ୍ସ୍ (SOKIMEX) ନାମକ ଏକ ବେସରକାରୀ ସଂସ୍ଥା ୧୯୯୦ ପରଠାରୁ ଏହି ମନ୍ଦିର ସ୍ଥଳପାଇଁ କାମ୍ପୁଚିଆର ସରକାରଙ୍କୁ ଭଡା ପ୍ରଦାନ କରିଆସୁଛି ଓ ମନ୍ଦିରଟି ଏହି ସଂସ୍ଥାର ତତ୍ତ୍ୱାବଧାନରେ ରହିଛି । ମନ୍ଦିର ପ୍ରାଙ୍ଗଣମଧ୍ୟକୁ ଏତେ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ, ସେମାନଙ୍କ ବାରମ୍ବାର ସ୍ପର୍ଶ ଓ ଘର୍ଷଣଦ୍ୱାରା ମନ୍ଦିର କାନ୍ଥରେ ଅଙ୍କିତ କିଛି କାରୁକାର୍ଯ୍ୟ ନଷ୍ଟ/ନିଶ୍ଚିହ୍ନ ମଧ୍ୟ ହୋଇଛି । ତେଣୁ ମନ୍ଦିର ଚଟ୍ଟାଣ ଓ କାନ୍ଥରେ ଖୋଦିତ ଚିତ୍ରର ସୁରକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ କାଠ ପାହାଚ ଓ ଦଉଡିଦ୍ୱାରା ବେଷ୍ଟିତ କରି ପର୍ଯ୍ୟଟକ ଓ କଳାକୃତି ମଧ୍ୟରେ ବିଭାଜନ ସୃଷ୍ଟି କରାଯାଇଛି । ପର୍ଯ୍ୟଟନର ଅଭିବୃଦ୍ଧି ଫଳରେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ଖଜଣା ମିଳିବା ମଧ୍ୟ ସମ୍ଭବପର ହୋଇପାରିଛି । | କାମ୍ପୁଚିଆର ସ | ai4bharatIndicQA |
ଯଦି ଭାରତୀୟ ପ୍ଲେଟ୍ ପ୍ରତିବର୍ଷ ସମାନ ବେଗରେ ବଢେ ତେବେ ଆଗାମୀ ୧୦ ନିୟୁତ ବର୍ଷରେ ଏହା ଘଣ୍ଟା ପ୍ରତି କେତେ କିଲୋମିଟରରେ ପହଞ୍ଚିବ ? | ପ୍ରାୟ ୭୦୦ ଲକ୍ଷ ବର୍ଷ ପୂର୍ବେ ପର-କ୍ରିଟେସିୟସ୍ କାଳରେ ଉତ୍ତରକୁ ଗତି କରୁଥିବା ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ ବାର୍ଷିକ ୧୫ ସେଣ୍ଟିମିଟର୍ ଆଗକୁ ବଢ଼ୁଥିଲା ଓ ପରେ ବିଭକ୍ତ ହୋଇ ଭାରତୀୟ ପ୍ଲେଟ୍ ଓ ଅଷ୍ଟ୍ରେଲୀୟ ପ୍ଲେଟ୍ ସୃଷ୍ଟି ହେଲା । ୫୦୦ ଲକ୍ଷ ବର୍ଷ ପୂର୍ବେ ଏହି ଭାରତ-ଅଷ୍ଟ୍ରେଲୀୟ ପ୍ଲେଟ୍ର ଗତି ଯୋଗୁଁ ଟିଥାଇସ୍ ମହାସାଗରର ବିଲୋପ ଘଟିଲା । ଏହାର ପ୍ରମାଣ ମହାସାଗର ଗର୍ଭରେ ଥିବା ପ୍ରସ୍ତରରୁ ମିଳେ । ଧକ୍କା ଖାଉଥିବା ଉଭୟ ପ୍ଲେଟ୍ର ଧାର ନିମ୍ନ ସାନ୍ଦ୍ରତା ବିଶିଷ୍ଟ ହୋଇଥିବାରୁ ଧକ୍କା ପରେ ମହାସାଗରୀୟ ଖାଇ ସୃଷ୍ଟି ହେବା ପରିବର୍ତ୍ତେ, ସେମାନେ ସ୍ତରୀଭୂତ ହୋଇ ପର୍ବତ ଆକାର ଧାରଣ କରିଥିଲା । ଏଭେରେଷ୍ଟ ଶୃଙ୍ଗର ଗଠନରେ ପ୍ରାଚୀନ ମହାସାଗରର ସାମୁଦ୍ରିକ ଚୂନପଥର ଏକ ଉପାଦାନ ହୋଇଥିବାର ଯୁକ୍ତି ଏହି ପ୍ରକ୍ରିୟା ଘଟିଥିବାର ପ୍ରମାଣ ଦିଏ । ବର୍ତ୍ତମାନ ସୁଦ୍ଧା ଭାରତୀୟ ପ୍ଲେଟ୍ ତିବ୍ବତୀୟ ଉଚ୍ଚଭୂମିକୁ ଧକ୍କା ଦେଉଛି ଏବଂ ଫଳରେ ତିବ୍ବତୀୟ ଉଚ୍ଚଭୂମିର ସମୁଦ୍ରପତନରୁ ଉଚ୍ଚତା ପ୍ରତିବର୍ଷ ବଢ଼ୁଛି । ବର୍ତ୍ତମାନ ସମୟରେ ଭାରତୀୟ ପ୍ଲେଟ୍ର ବେଗ ହେଲା ବର୍ଷକୁ ୬୭ ମିଲିମିଟର୍ ଓ ଏହି ବେଗରେ ବଢ଼ିଲେ ଆଗାମୀ ୧ କୋଟି ବର୍ଷରେ ଏହା ଏସିଆ ଭୂଖଣ୍ଡର ୧୫୦୦ କି.ମି. ଭିତରକୁ ପଶିଯିବ । | ୧୫୦୦ କି.ମି. | ai4bharatIndicQA |
ଏହି ମନ୍ଦିର ମୂଳତ କାହାର ପୂଜା ପାଇଁ ନିର୍ମିତ ହୋଇଥିଲା? | ଧର୍ମ ଦେବତାଙ୍କ ନିମନ୍ତେ ପ୍ରାରମ୍ଭରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ଏହି ମନ୍ଦିରରେ ବୈବାହିକ ନିର୍ବନ୍ଧ କାର୍ଯ୍ୟ କରାଯାଇଥାଏ। ଏହି ମନ୍ଦିର ଇନ୍ଦ୍ର ମନ୍ଦିର ନାମରେ ମଧ୍ୟ ସୁପରିଚିତ ଥିଲା। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ଭୋଇ ବଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ଏଠାରେ ସ୍ଥାପନା କରିଥିଲେ। ୧୬୨୮ ମସିହା ମାର୍ଚ୍ଚ ୧୭ ତାରିଖରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଆଣି ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନା କରିଥିଲେ ବୋଲି ଜଣା ପଡିଛି। ଏହି ମନ୍ଦିରଟି ୩ ଭାଗରେ ବିଭକ୍ତ ଯଥା:- ୧) ବିମାନ, ୨) ଜଗମୋହନ, ୩) ନାଟ ମନ୍ଦିର। ଏହି ମନ୍ଦିର ୬୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ। ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟ ମନ୍ଦିରମାନଙ୍କ ଅପେକ୍ଷାରେ ବଡ଼। ଇନ୍ଦ୍ରଙ୍କ ଅର୍ଦ୍ଧ ଭଗ୍ନ ବିଗ୍ରହ ସୂର୍ଯ୍ୟ ନାରାୟଣଙ୍କ ମଣି ବିଗ୍ରହର ଠିକ୍ ପଛ ପାର୍ଶ୍ୱରେ ଥିବା ଜଣାଯାଏ। | ଧର୍ମ ଦେବତାଙ୍କ | ai4bharatIndicQA |
ତେଣୁ ସେମାନଙ୍କୁ କଣ ବୋଲି ମଧ୍ୟ କୁହ ଯାଏ ? | ଚାରିଟି ପ୍ରାଥମିକ ଦିଗ (ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ)ରେ ଦୁଇଟି ଅକ୍ଷ ଭଳି ସରଳରେଖାର କଳ୍ପନା କରି ଏକ ବର୍ଗାକୃତି କ୍ଷେତ୍ର ନିଶ୍ଚିତ ହୁଏ । ମଣ୍ଡଳ ବୃତ୍ତ ଏହି ବର୍ଗକ୍ଷେତ୍ରକୁ ଚାରିପଟୁ ଆବଦ୍ଧ କରି ରଖେ । ବର୍ଗକ୍ଷେତ୍ରଟି ଅଲୌକିକତାର ଏବଂ ବୃତ୍ତଟି ମାନବ ଜୀବନ ସମ୍ବନ୍ଧୀୟ ନିତିଦିନିଆ କର୍ମ ଓ ଜ୍ଞାନର ସାଙ୍କେତିକ ପରିପ୍ରକାଶ । ବର୍ଗକ୍ଷେତ୍ରଟିକୁ ପୁଣି ଅନେକ ଛୋଟ ଛୋଟ ବର୍ଗକ୍ଷେତ୍ରରେ (୮×୮ =୬୪ ବା ୯×୯=୮୧) ବିଭକ୍ତ କରାଯାଏ । ଏହି ଛୋଟ ବର୍ଗକ୍ଷେତ୍ରମାନଙ୍କୁ “ପଦ” କୁହାଯାଏ । ବର୍ଗକ୍ଷେତ୍ରଟି ବୈଦିକ ଯଜ୍ଞକୁଣ୍ଡର ସଂକେତ ମଧ୍ୟ ବହନ କରେ । ଗ୍ରୀସ୍ ସଭ୍ୟତା ଭଳି କେତେକ ପ୍ରାଚୀନ ସଭ୍ୟତାରେ ମଧ୍ୟ ଏହି ପ୍ରକାରର ସଂକେତ ଦେଖାଯାଇଛି । ପଦଗୁଡ଼ିକ ୧, ୪, ୯, ୧୬, ୨୫, ୩୬, ୪୯, ୬୪, ୮୧ ଏପରି ୧୦୨୪ଟି ବର୍ଗ ପର୍ଯ୍ୟନ୍ତ ରହିଥାନ୍ତି । ଗୋଟିଏ ପଦ ସମସ୍ତଙ୍କ ମଧ୍ୟରେ ମୌଳିକ ଅଭିନ୍ୟାସ । ୧ ପଦ ବା ୪ ପଦଦ୍ୱାରା ନିରୂପିତ ସ୍ଥାନରେ ଭକ୍ତ ବସି ଧ୍ୟାନ, କର୍ମ, ଯଜ୍ଞ ଆଦି କରିଥାଏ । ୪ ପଦର ମଧ୍ୟଭାଗରେ (ବୃହତ୍ ବର୍ଗର କର୍ଣ୍ଣମାନଙ୍କ ଛେଦବିନ୍ଦୁରେ) ଏହାର ସାଙ୍କେତିକ କେନ୍ଦ୍ର ରହିଛି । ୯ ପଦ ବିଶିଷ୍ଟ ସ୍ଥାନକୁ ଏକ କ୍ଷୁଦ୍ରତମ ମନ୍ଦିରର ନକସା ବୋଲି କୁହାଯାଇପାରେ । ପୁରାତନ ହିନ୍ଦୁ ମନ୍ଦିରମାନଙ୍କରେ ବାସ୍ତୁମଣ୍ଡଳ ୯ରୁ ୪୯ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ୬୪ ପଦକୁ ଜ୍ୟାମିତିକ ଦୃଷ୍ଟିକୋଣରୁ ସବୁଠାରୁ ଉତ୍ତମ ବା ପବିତ୍ର କୁହାଯାଏ । | ୯ରୁ ୪୯ | ai4bharatIndicQA |
କାଲାଗଡ଼ ଜଳସେଚନ କଲୋନୀରୁ ଲୋକଙ୍କୁ ସ୍ଥାନାନ୍ତର ନେଇ କାହାର ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିଲା ? | ଲାଣ୍ଟାନା, ପାର୍ଥେନିୟମ୍ ପ୍ରଭୃତି ଉଦ୍ଭିଦ ମାଡ଼ିଚାଲନ୍ତି ଓ ସାରା ବଣରେ ବ୍ୟାପିଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନର କିଛି ଅଂଶରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ମଧ୍ୟ ସମୟ ସମୟରେ ଜଙ୍ଗଲର କିଛି ଅଂଶ ସଫା କରି ସେଠାରେ ବସବାସ ବା କୃଷି କରନ୍ତି । କର୍ବେଟ୍ ଉଦ୍ୟାନରେ ଏପରି ୭୪ଟି ପରିବାର ବିଭିନ୍ନ ସ୍ଥାନରେ ୧୩.୬୨ ହେକ୍ଟର୍ ଜମିରେ ବସବାସ କରିବା ଦେଖାଯାଇଥିଲା । ଉଦ୍ୟାନ ଚାରିପଟେ ରହିଥିବା ଗାଁଗୁଡ଼ିକ ୩୦-୪୦ ବର୍ଷ ହେଲା ସ୍ଥାପିତ ହୋଇଛି ଓ ବର୍ତ୍ତମାନ ସମୟରେ ଆଉ କୌଣସି ନୂଆ ଗାଁ ଦେଖାଯାଇନାହିଁ । ଜାତୀୟ ଉଦ୍ୟାନର ଆଖପାଖରେ ଦ୍ରୁତ ହାରରେ ବଢ଼ୁଥିବା ଜନସଂଖ୍ୟା ଓ ଜନବସତି ଘନତା ଉଦ୍ୟାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାବଳ ବାଘ ଓ କଲରାପତରିଆ ବାଘମାନେ ଗୃହପାଳିତ ପଶୁ ମାରିବା ଓ ଖାଇବା ସ୍ଥାନୀୟ ଲୋକଙ୍କୁ ଉତ୍କ୍ଷିପ୍ତ କରିଦେଇଥାଏ ଓ ସେମାନେ ଏହି ପଶୁଙ୍କୁ ପାନେ ଦେବା ଉଦ୍ଦେଶ୍ୟରେ ଜଗି ରହିଥାନ୍ତି । ଉଦ୍ୟାନର ଦକ୍ଷିଣ ସୀମାରେ ଏକ ୧୨ କି.ମି. ଲମ୍ବା ପଥର ପାଚେରୀ ନିର୍ମାଣ କରାଯିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୀମାରେ ଲୋକଙ୍କ ଚାଷଜମି ଉଦ୍ୟାନର ସୀମାକୁ ଲାଗି ରହିଛି । ୨୦୦୮ ମସିହା ଅପ୍ରେଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority-NTCA) ଉଦ୍ୟାନରେ ଶିକାରୀ ପଶିଥିବା ଓ ଅବୈଧ ଶିକାର ହେଉଥିବାର ଚିନ୍ତା ପ୍ରକଟ କଲେ । ବିଭିନ୍ନ କ୍ଷେତ୍ର ନିରୀକ୍ଷଣ ପରେ ହେଉଥିବା ପ୍ରଣୟନ ହୋଇଥିବା କାର୍ଯ୍ୟବିଧି ଓ ଆଚରଣବିଧି ଅନୁସରଣ ହେଉନଥିବା ଜଣାପଡ଼ିଲା । ୨୦୦୬ ମସିହା ପରଠାରୁ ବାଘଙ୍କ ବିଷୟରେ ମାସିକ ରିପୋର୍ଟ୍ ଦିଆଯାଉନଥିବା ପଦାକୁ ଆସିଲା । ଏପରି ଭାବେ କାର୍ଯ୍ୟ ପରିଚାଳନା ହେଲେ ବାଘଙ୍କ ନିରୀକ୍ଷଣ ଓ ଅବୈଧ ଶିକାରୀଙ୍କ ପ୍ରତିରୋଧ ଅସମ୍ଭବ ବୋଲି NTCA ମତ ରଖିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରି ଉଦ୍ୟାନ ମଧ୍ୟରେ ଏକ ପକ୍କା ସଡ଼କ ନିର୍ମାଣ କରାଯାଇଛି । | ୨୦୦୬ | ai4bharatIndicQA |
ଏହି ମନ୍ଦିରଟି ଆଉ କେଉଁ ନାମରେ ମଧ୍ୟ ଜଣାଶୁଣା ଥିଲା ? | ଧର୍ମ ଦେବତାଙ୍କ ନିମନ୍ତେ ପ୍ରାରମ୍ଭରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ଏହି ମନ୍ଦିରରେ ବୈବାହିକ ନିର୍ବନ୍ଧ କାର୍ଯ୍ୟ କରାଯାଇଥାଏ। ଏହି ମନ୍ଦିର ଇନ୍ଦ୍ର ମନ୍ଦିର ନାମରେ ମଧ୍ୟ ସୁପରିଚିତ ଥିଲା। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ଭୋଇ ବଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ଏଠାରେ ସ୍ଥାପନା କରିଥିଲେ। ୧୬୨୮ ମସିହା ମାର୍ଚ୍ଚ ୧୭ ତାରିଖରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଆଣି ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନା କରିଥିଲେ ବୋଲି ଜଣା ପଡିଛି। ଏହି ମନ୍ଦିରଟି ୩ ଭାଗରେ ବିଭକ୍ତ ଯଥା:- ୧) ବିମାନ, ୨) ଜଗମୋହନ, ୩) ନାଟ ମନ୍ଦିର। ଏହି ମନ୍ଦିର ୬୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ। ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟ ମନ୍ଦିରମାନଙ୍କ ଅପେକ୍ଷାରେ ବଡ଼। ଇନ୍ଦ୍ରଙ୍କ ଅର୍ଦ୍ଧ ଭଗ୍ନ ବିଗ୍ରହ ସୂର୍ଯ୍ୟ ନାରାୟଣଙ୍କ ମଣି ବିଗ୍ରହର ଠିକ୍ ପଛ ପାର୍ଶ୍ୱରେ ଥିବା ଜଣାଯାଏ। | ଇନ୍ଦ୍ର ମନ୍ଦିର | ai4bharatIndicQA |
ରବୀନ୍ଦ୍ର ନାଥ ଟାଗୋର "ତିନ ସଙ୍ଗୀ" ଉପନ୍ୟାସ କେତେ ମସିହାରେ ଲେଖିଥିଲେ? | ସେ ବିଜ୍ଞାନର ପକ୍ରିୟା, ବୈଜ୍ଞାନିକମାନଙ୍କର ବିବରଣୀ, ସେ ଗଳ୍ପ ମଧ୍ୟରେ ପ୍ରକାଶ କରିଥିଲେ, ସେ(୧୯୩୭),ତିନ ସଙ୍ଗୀ(୧୯୪୦), ଗଳ୍ପସଳ୍ପ (୧୯୪୧) । ତାଙ୍କର ଶେଷ ପାଞ୍ଚବର୍ଷ ପୁରୁଣା କଷ୍ଟ ଓ ରୋଗଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଏସବୁ ୧୯୩୭ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଚେତା ଶୂନ୍ୟ ହୋଇଯାଇଥିଲା, ସେ ବହୁସମୟ ଧରି କୋମା ଅବସ୍ଥାରେ ଥିଲେ ,ଯାହା ପାଇଁ ସେ ମୃତ୍ୟୁର ନିକଟତର ହୋଇଥିଲେ । ସେ ସମୟରେ ଦୀର୍ଘସମୟଧରି ଅତ୍ୟଧିକ ଯନ୍ତ୍ରଣା ଭୋଗ କରୁଥିଲେ, ୭ ଅଗଷ୍ଟ ୧୯୪୧ରେ ମୃତ୍ୟୁବରଣ କରିଥିଲେ ୮୦ବର୍ଷ ବୟସରେ; ସେ ଜୋରାସଙ୍କ ଭବନର ଉପର ମହଲାରେ ପ୍ରାଣତ୍ୟାଗ କରିଥିଲେ । ସେ ତାରିଖରେ ଆଜି ପର୍ଯ୍ୟନ୍ତ ଶୋକ ବ୍ୟକ୍ତ କରାଯାଉଛି । ଏ. କେ. ସେନ, ପ୍ରଥମ ମୁଖ୍ୟ ନିର୍ବାଚନ କମିଶନଙ୍କ ଭାଇ, ୩୦ ଜୁଲାଇ ୧୯୪୧ ସେ ଟାଗୋରଙ୍କଠୁ ଆଗୁଆ ହୁକୁମ ପାଇଥିଲେ କି ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ପାଇଁ-ତାଙ୍କର ଶେଷ କବିତା । ସେ ତାଙ୍କ ସାଙ୍ଗ, ତାଙ୍କ ସ୍ପର୍ଶ, ଏବଂ ପୃଥିବୀ ପୃଷ୍ଟ/ଧରିତ୍ରୀ ମାର ଶେଷ ଭଲ ପାଇବା ଚାହୁଁଥିଲେ। ମୁଁ ମୋ ଜନ୍ମଦିନ ମଝିରେ ହଜିଯାଇଛି । | ୧୯୪୦ | ai4bharatIndicQA |
ଦୋକୁଡୁ କିଏ ନିର୍ଦେଶନା ଦେଇଥିଲେ? | ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଜର୍ମାନ ଚଳଚ୍ଚିତ୍ର ଗୁଡ୍ ବାଏ ଲେନିନ୍ର କିଛି କାହାଣୀକୁ ୨୦୧୧ ମସିହାରେ ନିର୍ଦ୍ଦେଶକ ଶ୍ରୀନୁ ଭାଇତ୍ଲା ମହେଶ ବାବୁଙ୍କୁ ନେଇ ନିର୍ମାଣ କରିଥିଲେ ଦୋକୁଡ଼ୁ । ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କ ସହ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ସାମନ୍ତା । ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କଠାରୁ ଭଲ ମତ ପାଇଥିଲା ଏବଂ ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କର ଅଭିନୟ ପାଇଁ ତାଙ୍କୁ ୨୦୧୨ରେ ଅନୁଷ୍ଠିତ ନନ୍ଦି ପରୁଷ୍କାର ଉତ୍ସବର ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା । ଏହି ଚଳଚ୍ଚିତ୍ର ପାଇଁ ସେ ମଧ୍ୟ ୫୯ତମ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର୍ ଏବଂ ପ୍ରଥମ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ । ଚଳଚ୍ଚିତ୍ରଟିର ଆୟ ୧୦୦ କୋଟିରୁ ଅଧିକ ହେବା ପରେ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ୧୨ଲକ୍ଷରୁ ଅଧିକ ଦାବି କରୁଥିବାର ଅପପ୍ରଚାର ହେବା ପରେ ଆୟକର ବିଭାଗର ଅଧିକାରୀଗଣ ମହେଶ ବାବୁଙ୍କର ଜୁବ୍ଲି ହିଲ୍ସ ଘର ଉପରେ ଚଢ଼ାଉ କରିଥିଲେ । ପରେ ପରେ ପୁରି ଜଗନ୍ନାଧଙ୍କ ନିର୍ଦ୍ଦେଶିତ ବିଜିନେସମ୍ୟାନ ଚଳଚ୍ଚିତ୍ରରେ ମାଫିଆମାନଙ୍କର ସର୍ଦ୍ଦାର ଭାବେ ନାୟିକା କାଜଲ ଅଗ୍ରୱାଲଙ୍କ ସହ ଅଭିନୟ କରିଥିଲେ । | ଶ୍ରୀନୁ ଭାଇତ୍ଲା | ai4bharatIndicQA |
ନାରାୟଣ ରାଜ୍ୟସଭାର କେତେ ବର୍ଷର ସଦସ୍ୟ ଥିଲେ ? | ନାରାୟଣଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ସେ ୧୯୮୦ ମସିହାରେ ୬ ବର୍ଷିୟ ରାଜ୍ୟସଭା ସଦସ୍ୟ ଥିଲେ । . ସେ ସେତେବେଳେ ସ୍କୁଲ ଛାତ୍ରଛାତ୍ରୀ ଓ ଭାଷାରେ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କ ଝିଅ ଘରକୁ ଗଲେ । ୧୯୯୪ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ । ନାରାୟଣଙ୍କ ଦେଖାଶୁଣା ତାଙ୍କ ନାତୁଣୀ ଭୁବନେଶ୍ୱରୀ (ମିନି) କରୁଥିଲେ ଏବଂ ‘Indian Thought Publication’ ପରିଚାଳନା କରୁଥିଲେ । ତାଙ୍କ ଶେଷ ବହି ଥିଲା ‘Grandmother's Tale’ । ସେ ପ୍ରତିଦିନ ସଂଧ୍ୟାରେ 'The Hindu'ର ପ୍ରକାଶକ ନେ. ରାମଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ୨୦୦୧ ମସିହା ମେ ମାସରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା Grandfather ଉପରେ କିଛି ଗପ ଲେଖିବେ । ସେ ସେଥିପାଇଁ ଏନ୍. ରାମଙ୍କୁ ଗୋଟିଏ ନୋଟବୁକ୍ ଆଣିବାକୁ କହିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ଡାକ୍ତରଖାନରେ ଭେନ୍ଟିଲେଟର୍ରେ ରଖାଯାଇଥିଲା । | ୬ | ai4bharatIndicQA |
କେଉଁ ଧର୍ମ, ସଂସ୍କୃତି ଏବଂ ପରମ୍ପରା ଦ୍ୱାରା ଭାରତୀୟ ରୋଷେଇ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି ? | ଭାରତୀୟ ଭୋଜନ ରେ ଭାରତୀୟ ଉପମହାଦ୍ୱୀପର ମୂଳ ନିବାସୀ କ୍ଷେତ୍ରୀୟ ଓ ପାରମ୍ପରିକ ବ୍ୟଞ୍ଜନର ଏକ ବିସ୍ତୃତ ବିବିଧତା ଶାମିଲ ରହିଥାଏ । ମାଟିର ପ୍ରକାର, ଜଳବାୟୁ, ସଂସ୍କୃତି, ଜାତୀୟ ସମୂହ ଏବଂ ବ୍ୟବସାୟରେ ବିବିଧତାର ସୀମାକୁ ଦେଖି ଏହି ବ୍ୟଞ୍ଜନ ଦୁହେଁ ଦୁହିଁଙ୍କ ଠାରୁ କାଫି ଭିନ୍ନ ହୋଇଥାଏ ଓ ସ୍ଥାନୀୟ ଋପେ ଉପଲବ୍ଧ (ମସଲା), (ଜଡୀ ବୂଟୀ), (ଫଳ) ଓ (ପରିବା) ଆଦିର ଉପଯୋଗ କରାଯାଇଥାଏ । ଭାରତୀୟ ଭୋଜନ ମଧ୍ୟ ଧର୍ମ, ବିଶେଷ ଋପେ ହିନ୍ଦୁ, ସାଂସ୍କୃତିକ ବିକଳ୍ପ ଓ ପରମ୍ପରା ସହିତ ବହୁ ପ୍ରଭାବିତ ହୋଇଥାଏ । ଏହାଛଡା, ମଧ୍ୟ ପୂର୍ବ ଓ ମଧ୍ୟ ଏସିଆର (ମୁଗଲ ସାମ୍ରାଜ୍ୟ)ର ଶାସନ ସମୟରୁ ଇତ୍ତରୀ ଭାରତୀୟ ବ୍ୟଞ୍ଜନ ଉପରେ ପ୍ରଭାବ ପଡିଛି । ଅନ୍ୟ ସମାଜ ସହିତ ଦେଶର ସାଂସ୍କୃତିକ କଥାବାର୍ତ୍ତାର ପରିଣାମ ସ୍ୱରୂପ ଭାରତୀୟ ବ୍ୟଞ୍ଜନ ଏବେ ମଧ୍ୟ ବିକଶିତ ହେବାରେ ଲାଗିଛି । ବିଦେଶୀ ଆକ୍ରମଣ, ବ୍ୟାପାର ସମ୍ବନ୍ଧ ଓ ଉପନିବେଶବାଦ ପରି ଐତିହାସୀକ ଘଟଣା ଆଦି ଦେଶରେ କିଛି ଖାଦ୍ୟ ପଦାର୍ଥକୁ ଆରମ୍ଭ କରିବାର ଭୂମିକା ରହିଛି । ଉଦାହରଣ ଋପେ: ଆଳୁ, ଭାରତର କିଛି କ୍ଷେତ୍ରରେ ଏକ ପ୍ରମୂଖ ଆହାର ଅଟେ । ଏହା ପୂର୍ତ୍ତଗାଳୀଙ୍କ ଦ୍ୱାରାଭାରତକୁ ଅଣାଯାଇ ଥିଲା, ଯେଉଁଥିରେ ଲଙ୍କା ଓ ବ୍ରେଡ ଫୃଟ ମଧ୍ୟ ପରିଚୟ କରାଯାଇ ଥିଲା । ଭାରତୀୟ ବ୍ୟଞ୍ଜନ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧର ଇତିହାସକୁ ଆକାର ଦେଇଛି । ମସଲା ବ୍ୟାପାର ଭାରତ ଓ ୟୁରୋପ ମଧ୍ୟରେ ଉତ୍ପତ୍ତୀର ସମୟ ସୀମା ପ୍ରାଥମିକ ଉତ୍ପେରକ ଥିଲା । ଭାରତ ସାଧାରଣତଃ ଖାଦ୍ୟ ଓ ମସଲା ପାଇଁ ବେଶି ପ୍ରସିଦ୍ଧ ଥାଏ । | ହିନ୍ଦୁ | ai4bharatIndicQA |
ଏହି ପଥରଟି କେଉଁ ପାହାଡରେ ଦେଖିବାକୁ ମିଳିଥିଲା? | ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ । ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ । ଆରଡ଼ି ଭଳି ଏକ ସୁନ୍ଶାନ କ୍ଷେତ୍ରରେ ଏବେ ମଧ୍ୟ ଏକ ପଥର ମନ୍ଦିର ନିର୍ମାଣ କରିବା କଷ୍ଟର କାମ । ପଥର ଖଣ୍ଡ ଏବଂ ଚୂନର ବ୍ୟବହାରରେ ହିଁ ପକ୍କା ମନ୍ଦିର ନିର୍ମାଣ ହୋଇପାରୁଥିଲା । ଆରଡ଼ିଠାରୁ ୧୦୦ କିଲୋମିଟର ଦୂର ନୀଳଗିରି ପାହାଡ଼ରେ ହିଁ ସେହି ପଥର ଉପଲବ୍ଧ ଥିଲା । ବୈତରଣୀ ନଦୀର ଜଳପଥ ମାଧ୍ୟମରେ ଏହି ପଥର ଖଣ୍ଡଗୁଡ଼ିକୁ ଆରଡ଼ି ଯାଏ ବୋହି ବୋହି ନିଆଗଲା । ରାଜା ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ଆୟୋଜନ କରିଦେଇଥିଲେ । ଏହାପରେ ସେଠାରେ ସେ ଶିବଗଙ୍ଗା ନାମକ ଏକ ପୁଷ୍କରଣୀ ଖୋଳାଇଥିଲେ । | ନୀଳଗିରି | ai4bharatIndicQA |
କେବେ ନାନା ସାହେବକୁ ପେଶବା ଘୋଷିତ କରିଦିଆଗଲା? | ୫ ଜୁନ ୧୮୫୭ ବେଳକୁ କାନପୁରରେ ବିଦ୍ରୋହର ସୂତ୍ରପାତ ହେଲାବେଳକୁ ନାନାସାହେବ ବିଦ୍ରୋହୀମାନଙ୍କର ନେତା ବନିଗଲେ । ବ୍ରିଟିଶ ଫୌଜ ୨୫ ଜୁନ ୧୮୫୭ରେ ଆତ୍ମ ସମର୍ପଣ କରିବାପରେ ସେମାନଙ୍କୁ ସତୀଚୌରା ଘାଟକୁ ସ୍ଥାନାନ୍ତର କରାଗଲା ଯେଉଁଁଠାରେ କି ସେମାନଙ୍କୁ ଗଣସଂହାର କରିଦିଆଗଲା । ଜୁନ ମାସର ଶେଷ ଆଡକୁ ନାନା ସାହେବକୁ ପେଶବା ଘୋଷିତ କରିଦିଆଗଲା । ବ୍ରିଟିଶ ସେନାପତି ଜେନେରାଲ ହାଭଲୋକ ନାନା ସାହେବଙ୍କ ସୈନ୍ୟବାହିନୀ ସହ ଦୁଇଥର ଯୁଦ୍ଧ କରିଥିଲେ , ତେବେ ତୃତୀୟ ଥର ପରାସ୍ତ ହୋଇ ବିଠୁର ଆଡକୁ ପଳାୟନ କଲେ । ତାତ୍ୟା ବିଠୁରରେ ରହି ନାନା ସାହେବଙ୍କ ନାମରେ କାର୍ଯ୍ୟକ୍ରମ ଜାରୀ ରଖିଲେ । ଏହି ସମୟରେ ନାନା ସାହେବ କିଛି ବ୍ରିଟିଶ ପଣବନ୍ଦୀ ରଖି ବ୍ରିଟିଶ ସହ ସୌଦା କରିବାକୁ ମନସ୍ଥ କଲେ । ହେଲେ, ଜେନେରାଲ ହେନେରୀ ହାଭଲୋକଙ୍କ ଆଦେଶରେ କମ୍ପାନୀ ସେନା ଅଲ୍ଲାହାବାଦରୁ କାନପୁର ଆଡକୁ ଆଗେଇବାକୁ ଲାଗିଲେ । ଏହି କମ୍ପାନୀ ସେନାକୁ ଅଟକାଇବାପାଇଁଁ ନାନା ସାହେବ ପଠାଇଥିବା ଦୁଇ ଦଳ ସୈନ୍ୟବାହିନୀ ଇଁରେଜ ହାତରେ ପରାସ୍ତ ହେଲେ ଏବଂ କଥିତ ଅଛି ଏହି ପରାଜୟର ପ୍ରତିଶୋଧ ସ୍ୱରୁପ ନାନା ସାହେବ ପ୍ରାୟ ୨୦୦ ବ୍ରିଟିଶ ସ୍ତ୍ରୀ ଏବଂ ଛୋଟ ପିଲାଙ୍କୁ ଜନେ ପାରିଷଦର ପରାମର୍ଷ କ୍ରମେ ଗଣ ହତ୍ୟା କରିଥିଲେ । ତେବେ ଏହି ବିଷୟରେ ସଠିକ ତଥ୍ୟ ଲିପିବଧ ନାହିଁଁ । | ଜୁନ ମାସର ଶେଷ | ai4bharatIndicQA |
LBOD ପ୍ରକଳ୍ପ ଟି ଭାରତ ର କେଉଁ ସ୍ଥାନ ମଧ୍ୟ ଦେଇ ଗତି କରିଛି? | ସିନ୍ଧୁ ନଦୀ ଭାରତୀୟ ପ୍ରଦେଶ ଗୁଜରାଟକୁ ପୁନଃ ପ୍ରବେଶ କରି କଚ୍ଛ ଲବଣମରୁର କୋରି କ୍ରିକ୍କୁ ପ୍ରବାହିତ ହୋଇଛି । ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ । ଭାରତର ବିନା ସହମତିରେ ପାକିସ୍ତାନ ୧୯୮୭ରୁ ୧୯୯୭ ମଧ୍ୟରେ ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ଲେଫ୍ଟ ବ୍ୟାଙ୍କ ଆଉଟ୍ଫଲ୍ ଡ୍ରେନ୍ (Left Bank Outfall Drain - LBOD) ନିର୍ମାଣ କରିଛି । ଏହି ପ୍ରକଳ୍ପ କଚ୍ଛ ଲବଣମରୁ ମଧ୍ୟ ଦେଇ ଗତି କରିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ – ୪ (୧୦)ର ଉଲ୍ଲଂଘନ କରୁଥିବା ଏହି ସହଯୋଗୀ କେନାଲ୍ର ଲକ୍ଷ୍ୟ ହେଲା ପାକିସ୍ତାନର ସିନ୍ଧୁ ତ୍ରିକୋଣଭୂମିକୁ ପ୍ରବାହିତ ଲବଣାକ୍ତ ଓ ପ୍ରଦୂଷିତ ପାଣିକୁ କଚ୍ଛ ଲବଣମରୁ ଦେଇ ସମୁଦ୍ରକୁ ବିସ୍ଥାପିତ କରିବା । ଏହି LBOD କେନାଲରେ ପାଣି ଛଡ଼ାଗଲେ ବନ୍ୟାର ଆଶଙ୍କା ଦେଖାଦେବା ସହ ଏଠାରେ ରହିଥିବା ଲୁଣମରା ଜମିକୁ ଯେଉଁ ସବୁ ଜଳାଶୟରୁ ପାଣି ଆସେ, ସେଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଥାଏ । | କଚ୍ଛ ଲବଣମ | ai4bharatIndicQA |
ମତ୍ସ୍ୟ ଭିତ୍ତିକ ଖାଦ୍ୟ କେଉଁ ଭାରତୀୟ ରାଜ୍ୟରେ ସାଧାରଣ ଅଟେ ? | ଭାରତୀୟ ଭୋଜନ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଶାକାହାରୀ ଅଟେ । କିନ୍ତୁ କିଛି ଭାରତୀୟ ବ୍ୟଞ୍ଜନରେ ମାଂସ: (ଚିକେନ, ମଟନ, ଗୋ ମାଂସ ଇତ୍ୟାଦି) ସାମିଲ ଥାଏ, ମାଛ, ଅଣ୍ଡା ଓ ଅନ୍ୟ ସାମୁଦ୍ରୀକ ଭୋଜନ ଏହାସହ ଜଡିତ ଥାଏ । ଭାରତର ପୂର୍ବ ରାଜ୍ୟ ବିଶେଷ ଋପେ ପଶ୍ଚୀମ ବଙ୍ଗଳା ଓ ପଶ୍ଚୀମ ରାଜ୍ୟ କେରଳରେ ମାଛ ଆଧାରିତ ବ୍ୟଞ୍ଜନ ସାଧାରଣ ଅଟେ । ଭାରତୀୟ ବ୍ୟଞ୍ଜନ ସମଗ୍ର ଦୁନିଆରେ ସବୁଠାରୁ ଲୋକପ୍ରୀୟ ବ୍ୟଞ୍ଜନ ଅଟେ । କ୍ଷେତ୍ରୀୟ ଭାରତୀୟ ବ୍ୟଞ୍ଜନ ବିକଶିତ ହେବାରେ ଲାଗିଛି । ପାରମ୍ପରିକ ବ୍ୟଞ୍ଜନ ସହିତ ପୂର୍ବ ଏସିଆ ଏବଂ ପଶ୍ଚୀମ ଏସିଆର ଖାଦ୍ୟ ପ୍ରସ୍ତୁତିର ପକ୍ରୀୟା ଭାରତୀୟ ସହରରେ ପ୍ରମୁଖ ଅଟେ । ତେଲେଙ୍ଗାନାର ବ୍ୟଞ୍ଜନରେ ତେଲୁଗୁ ବ୍ୟଞ୍ଜନ ସହିତ ହାଇଦ୍ରାବାଦୀ ମୁସଲିମ ସମୁଦାୟର ବ୍ୟଞ୍ଜନ (ନିଜାମୀ ବ୍ୟଞ୍ଜନ) ସାମିଲ ଥାଏ । ହାଇଦ୍ରାବାଦୀ ବ୍ୟଞ୍ଜନ ଶାକାହାରୀ ଓ ମାଂସାହାରୀ ଉଭୟ ସାମଗ୍ରୀର ମିଶ୍ରଣ ରହିଥାଏ । କିନ୍ତୁ ତେଲୁଗୁ ଭୋଜନରେ ଶାକାହାରୀ ସାମଗ୍ରୀର ଭାରୀ ଆଧାରିତ ହୋଇଥାଏ । ତେଲୁଗୁ ବ୍ୟଞ୍ଜନ ମସଲା ଓ ଲଙ୍କାର ଭରପୁର ବ୍ୟବହାର କରାଯାଏ । ଭୋଜନ ସାଧାରଣତଃ ତେନ୍ତୁଳୀ ଓ ଲେମ୍ବୁ ରସ ସହିତ ଟାଙ୍ଗୀ ପକ୍ଷରେ ଅଧିକ ହୋଇଥାଏ । | କେରଳ | ai4bharatIndicQA |
କଲପନା ତାଙ୍କ ର ପ୍ରାରମ୍ଭିକ ଶିକ୍ଷା କେଉଠୁ ଆରମ୍ଭ କରିଥିଲେ ? | କଳ୍ପନା ନିଜ ଘର ପାଖ ବିଦ୍ୟାଳୟ ଟାଗୋର୍ ବାଲ୍ ନିକେତନ୍ଠାରେ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ଶିକ୍ଷକ, ବନ୍ଧୁ ତଥା ପରିଚିତ ବ୍ୟକ୍ତି ମାନଙ୍କ ମତରେ ସେ ଜଣେ ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ର ଝିଅ ଥିଲେ। ବିଭିନ୍ନ ସାହାସିକ ପଦକ୍ଷେପ ନେବାରେ ତାଙ୍କର ବିଶେଷ ରୁଚି ଥିଲା। ଖୁବ୍ କମ୍ ବୟସରେ ମଧ୍ୟ କଳ୍ପନାଙ୍କର ସୁନ୍ଦର ଆଖି, ଉଜ୍ଜ୍ୱଳ ହସ ତଥା ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ଅନ୍ୟ ମାନଙ୍କୁ ବଶୀଭୂତ କରିପାରୁଥିଲା। ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ରହୁଥିଲେ। ସେ ଯେ କେବଳ ସୁନ୍ଦର ଓ କଠିନ ପରିଶ୍ରମୀ ଥିଲେ ତାହା ନୁହେଁ, ସେ ମଜା ମସ୍ତିକୁ ମଧ୍ୟ ଖୁବ୍ ଭଲ ପାଉଥିଲେ। | ଟାଗୋର୍ ବାଲ୍ ନିକେତନ୍ଠାରେ | ai4bharatIndicQA |
ବାହ୍ୟ କାନ୍ଥ କେତେ ବର୍ଗ ମିଟର ଅଟେ ? | ବାହାରପଟର ପାଚେରୀ ୮୨୦୦୦୦ ବର୍ଗମିଟର (୨୦୩ ଏକର) କ୍ଷେତ୍ର ଆବଦ୍ଧ କରି ରଖିଛି । ଏହି ସବୁ ଅଞ୍ଚଳ ପୂର୍ବେ ମନ୍ଦିର ବ୍ୟତୀତ ନଗର ଓ ରାଜପ୍ରାସାଦଦ୍ୱାରା ମଧ୍ୟ ଅଧିକୃତ ଥିଲା । ଏହି ସବୁ ଘର ପ୍ରସ୍ତର ହୀନ ଥିଲା ଓ କ୍ଷୟଶୀଳ ପଦାର୍ଥରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । କାରଣ ବର୍ତ୍ତମାନ ପୂର୍ବ କାଳର ସଡକ ଓ ସାହିର ଚିହ୍ନକୁ ଛାଡିଦେଲେ ଆଉ କିଛି ରହିନାହିଁ । ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ଜଙ୍ଗଲ, ଲଟାବୁଦା ମାଡିଯାଇଛି । ୩୫୦ ମିଟର (୧୧୫୦ ଫୁଟ୍) ଦୀର୍ଘ ଏକ ବାରଣ୍ଡା ପଶ୍ଚିମ ପଟର ଗୋପୁରକୁ ମୁଖ୍ୟ ମନ୍ଦିର ସହିତ ସଂଯୋଜିତ କରେ । | ୮୨୦୦୦୦ ବର୍ଗମିଟର | ai4bharatIndicQA |
ବାଳୀ ବିଷ୍ଣୁଙ୍କୁ କେଉଁଠି ରହିବା ପାଇଁ ଅନୁରୋଧ କଲେ ? | ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ । ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । | ବୈକୁଣ୍ଠରେ | ai4bharatIndicQA |
ପ୍ରାଚୀନ ଇଣ୍ଡସ୍ ଭ୍ୟାଲି ସଭ୍ୟତାଠାରୁ ଆଜି ପର୍ଯ୍ୟନ୍ତ କ'ଣ ସଂସ୍କୃତିର ଏକ ଅଂଶ ହୋଇଆସୁଛି ? | ସିନ୍ଧୁ ଅବବାହିକାର ମତ୍ସ୍ୟ ସମ୍ପଦରେ ୧୮୦ଟି ପ୍ରଜାତିର ବିବିଧ ମଧୁରଜଳ ମାଛ ଦେଖାଯାନ୍ତି ଓ ତାହା ମଧ୍ୟରୁ ୨୨ଟି ପ୍ରଜାତି ଅନ୍ୟତ୍ର ଦେଖିବାକୁ ମିଳନ୍ତି ନାହିଁ । ମାଛ ଧରିବା ବା ଖାଇବା ପ୍ରାଚୀନ ସିନ୍ଧୁ ସଭ୍ୟତାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାକାର ସଂସ୍କୃତିର ଏକ ଅଂଶ ରହିଆସିଛି । ସିନ୍ଧୁ ସଭ୍ୟତାର ଲିପିରେ ମାଛର ଚିତ୍ର ବାରମ୍ବାର ଦେଖିବାକୁ ମିଳେ । ଏହି ଚିତ୍ର ମାଛ ନଚେତ୍ କୌଣସି ତାରକା ବା ଭଗବାନଙ୍କ ସଙ୍କେତ ଭାବେ ବ୍ୟବହୃତ ହୋଇଥାଇପାରେ । ସିନ୍ଧୁ ନଦୀର ଉପର ମୁଣ୍ଡରେ କମ୍ ପ୍ରଜାତିର ମାଛ, ଯଥା : ସ୍ନୋଟ୍ରାଉଟ୍, ମାଗୁର ଇତ୍ୟାଦି ଦେଖାଯାନ୍ତି । ସେଠାରୁ ତଳକୁ ଆସିଲେ ସିୁନେଲି ମହାଶିର ମାଛ ପରି ପ୍ରଜାତିର ମାଛ ମିଳିଥାନ୍ତି । ଥାକୋଟ, ତର୍ବେଲା, କାବୁଲ-ସିନ୍ଧୁ ସଙ୍ଗମ ପ୍ରଭୃତି ସ୍ଥାନରେ ମାଛ ପ୍ରଜାତିରେ ବିବିଧତା ବହୁମାତ୍ରାରେ ବଢ଼ିଯାଏ । ପଞ୍ଜାବର ସମତଳ ଭୂମିକୁ ପହଞ୍ଚିବା ବେଳକୁ ସିନ୍ଧୁ ନଦୀର ବେଗ ଖୁବ୍ ଧୀର ହୋଇଯାଇଥାଏ । ତେଣୁ ଏହି ଅଞ୍ଚଳରେ ଭାକୁର, ଖଇଙ୍ଗା, ତୁଡ୍ଡି (ଇଲ୍), ପରି ମାଛ ଦେଖିବାକୁ ମିଳନ୍ତି । ଉଚ୍ଚଭୂମିରେ ଥିବା ହ୍ରଦ ବା ଉପନଦୀରେ ଯେଉଁ ସବୁ ମାଛ ଦେଖାଯାନ୍ତି, ସେମାନେ ନିମ୍ନ ଅବବାହିକାରେ ପ୍ରାୟତଃ ମିଳନ୍ତି ନାହିଁ । ସମଭୂମିର ନିମ୍ନାଂଶରେ ଇଲିଶୀ, ରୋହୀ, ଭାକୁର ପରି ମାଛ ମିଳନ୍ତି । ତ୍ରିକୋଣଭୂମି ନିକଟରେ ମଧୁରପାଣି ମାଛ ସହ ଲୁଣିପାଣି ମାଛ, ଚିଙ୍ଗୁଡ଼ି, ପମ୍ଫ୍ରେଟ୍ ପରି ମାଛ ଆଦି ରୁହନ୍ତି । ଇଲିଶୀ ମାଛ ନଦୀ କୂଳର ବାସିନ୍ଦାଙ୍କ ପାଇଁ ଏକ ମନପସନ୍ଦ ମାଛ । | ମାଛ ଧରିବା ବା ଖାଇବା | ai4bharatIndicQA |
ଝିରନା, କୋଟିରାଉ, ଧରା ଇତ୍ୟାଦି ଅଞ୍ଚଳ ଗୁଡ଼ିକ କେଉଁମାନଙ୍କ ପାଇଁ ବିପଦ ଅଟେ ? | ଲାଣ୍ଟାନା, ପାର୍ଥେନିୟମ୍ ପ୍ରଭୃତି ଉଦ୍ଭିଦ ମାଡ଼ିଚାଲନ୍ତି ଓ ସାରା ବଣରେ ବ୍ୟାପିଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନର କିଛି ଅଂଶରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ମଧ୍ୟ ସମୟ ସମୟରେ ଜଙ୍ଗଲର କିଛି ଅଂଶ ସଫା କରି ସେଠାରେ ବସବାସ ବା କୃଷି କରନ୍ତି । କର୍ବେଟ୍ ଉଦ୍ୟାନରେ ଏପରି ୭୪ଟି ପରିବାର ବିଭିନ୍ନ ସ୍ଥାନରେ ୧୩.୬୨ ହେକ୍ଟର୍ ଜମିରେ ବସବାସ କରିବା ଦେଖାଯାଇଥିଲା । ଉଦ୍ୟାନ ଚାରିପଟେ ରହିଥିବା ଗାଁଗୁଡ଼ିକ ୩୦-୪୦ ବର୍ଷ ହେଲା ସ୍ଥାପିତ ହୋଇଛି ଓ ବର୍ତ୍ତମାନ ସମୟରେ ଆଉ କୌଣସି ନୂଆ ଗାଁ ଦେଖାଯାଇନାହିଁ । ଜାତୀୟ ଉଦ୍ୟାନର ଆଖପାଖରେ ଦ୍ରୁତ ହାରରେ ବଢ଼ୁଥିବା ଜନସଂଖ୍ୟା ଓ ଜନବସତି ଘନତା ଉଦ୍ୟାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାବଳ ବାଘ ଓ କଲରାପତରିଆ ବାଘମାନେ ଗୃହପାଳିତ ପଶୁ ମାରିବା ଓ ଖାଇବା ସ୍ଥାନୀୟ ଲୋକଙ୍କୁ ଉତ୍କ୍ଷିପ୍ତ କରିଦେଇଥାଏ ଓ ସେମାନେ ଏହି ପଶୁଙ୍କୁ ପାନେ ଦେବା ଉଦ୍ଦେଶ୍ୟରେ ଜଗି ରହିଥାନ୍ତି । ଉଦ୍ୟାନର ଦକ୍ଷିଣ ସୀମାରେ ଏକ ୧୨ କି.ମି. ଲମ୍ବା ପଥର ପାଚେରୀ ନିର୍ମାଣ କରାଯିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୀମାରେ ଲୋକଙ୍କ ଚାଷଜମି ଉଦ୍ୟାନର ସୀମାକୁ ଲାଗି ରହିଛି । ୨୦୦୮ ମସିହା ଅପ୍ରେଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority-NTCA) ଉଦ୍ୟାନରେ ଶିକାରୀ ପଶିଥିବା ଓ ଅବୈଧ ଶିକାର ହେଉଥିବାର ଚିନ୍ତା ପ୍ରକଟ କଲେ । ବିଭିନ୍ନ କ୍ଷେତ୍ର ନିରୀକ୍ଷଣ ପରେ ହେଉଥିବା ପ୍ରଣୟନ ହୋଇଥିବା କାର୍ଯ୍ୟବିଧି ଓ ଆଚରଣବିଧି ଅନୁସରଣ ହେଉନଥିବା ଜଣାପଡ଼ିଲା । ୨୦୦୬ ମସିହା ପରଠାରୁ ବାଘଙ୍କ ବିଷୟରେ ମାସିକ ରିପୋର୍ଟ୍ ଦିଆଯାଉନଥିବା ପଦାକୁ ଆସିଲା । ଏପରି ଭାବେ କାର୍ଯ୍ୟ ପରିଚାଳନା ହେଲେ ବାଘଙ୍କ ନିରୀକ୍ଷଣ ଓ ଅବୈଧ ଶିକାରୀଙ୍କ ପ୍ରତିରୋଧ ଅସମ୍ଭବ ବୋଲି NTCA ମତ ରଖିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରି ଉଦ୍ୟାନ ମଧ୍ୟରେ ଏକ ପକ୍କା ସଡ଼କ ନିର୍ମାଣ କରାଯାଇଛି । | ୩୦-୪୦ | ai4bharatIndicQA |
୨୫ ପଇସାର ବ୍ୟବହାର କେବେ ଠାରୁ ଆରମ୍ଭ ହୋଇଥିଲା ? | ୨୫ ପଇସା: ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା । ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା । ଦେଶ ସ୍ୱାଧୀନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା । | ୧୯୫୫ ମସିହା ସେପ୍ଟେମ୍ବର ମାସରେ | ai4bharatIndicQA |
ଚେନାବ ନଦୀ ସିନ୍ଧୁ ପ୍ରଣାଳୀର କେଉଁ ଦିଗରେ ଅବସ୍ଥିତ ? | ସିନ୍ଧୁ ନଦୀ ବ୍ୟବସ୍ଥାରେ ପଶ୍ଚିମ ପଟରେ ୩ଟି ନଦୀ (ସିନ୍ଧୁ, ଝେଲମ ଓ ଚେନାବ) ଏବଂ ପୂର୍ବ ପଟରେ ୩ଟି ନଦୀ (ବେଆସ, ରାୱି ଓ ଶତଲେଜ) ରହିଛନ୍ତି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୧ ଅନୁଯାୟୀ ଚୁକ୍ତିରେ ଉଲ୍ଲିଖିତ ପାଞ୍ଚ ଉପନଦୀ ବ୍ୟତୀତ ସିନ୍ଧୁର ଅନ୍ୟ ଉପନଦୀ, ତ୍ରିକୋଣଭୂମିସ୍ଥ ଜୁଆରିଆ ଶାଖାନଦୀ, ନଦୀ ସହ ସଂଯୁକ୍ତ ହ୍ରଦ ଇତ୍ୟାଦି ସିନ୍ଧୁ ନଦୀର ଅଂଶ ବୋଲି ଧରାଯିବ । ଚୁକ୍ତି ଅନୁସାରେ ପୂର୍ବ ପଟର ନଦୀଗୁଡ଼ିକର ପାଣିର ଅନୁମତିପ୍ରାପ୍ତ ଅଂଶ ପାକିସ୍ତାନ ବ୍ୟବହାର କରିବା ପରେ ଏହାର ପାଣିର ବ୍ୟବହାରର ପୂର୍ଣ୍ଣ ଅଧିକାର ଭାରତକୁ ପ୍ରାପ୍ତ ହୋଇଛି । ପୂର୍ବ ପଟର ନଦୀଗୁଡ଼ିକ ପୁଣି ପାକିସ୍ତାନ ଆଡ଼କୁ ପ୍ରବାହିତ ହୋଇ ସିନ୍ଧୁ ସହିତ ମିଳିତ ହୋଇଛନ୍ତି । ସେହିପରି ପଶ୍ଚିମ ପଟର ନଦୀଗୁଡ଼ିକ ଭାରତରେ ପ୍ରବାହିତ ହେବା ସମୟରେ ଭାରତ ତାହାର ଅନୁମତିପ୍ରାପ୍ତ ଅଂଶ ବ୍ୟବହାର କରିବା ପରେ ଏମାନଙ୍କ ଜଳ ଉପରେ ପାକିସ୍ତାନର ପୂର୍ଣ୍ଣ ଅଧିକାର ରହିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୪ (୧୪) ଅନୁଯାୟୀ କୌଣସି ଦେଶରେ ପାଣିର ସମ୍ପୂର୍ଣ୍ଣ ବିନିଯୋଗ କରାଯାଉନଥିଲେ ଓ ଅନ୍ୟ ଦେଶ ଜଳର ବ୍ୟବହାର କରୁଥିଲେ ମଧ୍ୟ ଏହା ଜଳ ଉପରେ ପୂର୍ବୋକ୍ତ ଦେଶର ଅଧିକାରର ସ୍ଥିତି ବଦଳାଇ ପାରିବ ନାହିଁ । ଚୁକ୍ତି ଲାଗୁ ହେବା ସମୟରେ ୧୦ ବର୍ଷର ସଂକ୍ରମଣ ଅବଧି ଧାର୍ଯ୍ୟ କରାଗଲା । ଏହି ସମୟରେ ଭାରତ ପୂର୍ବ ନଦୀମାନଙ୍କ ପାଣି ପାକିସ୍ତାନକୁ ଯୋଗାଉଥିଲା । ଏହି ୧୦ ବର୍ଷ ମଧ୍ୟରେ ପାକିସ୍ତାନକୁ ପଶ୍ଚିମ ନଦୀମାନଙ୍କରେ ଜଳସେଚନ ପାଇଁ କେନାଲ୍ ବ୍ୟବସ୍ଥା ନିର୍ମାଣ କରିବାର ସମୟ ଓ ସୁଯୋଗ ମିଳିଲା । | ପଶ୍ଚିମ | ai4bharatIndicQA |
କେଉଁ ମସିହା ରେ ବ୍ରିଟିଶ ସୈନ୍ୟ ଆତ୍ମସମର୍ପଣ କରିଥିଲେ ? | ୫ ଜୁନ ୧୮୫୭ ବେଳକୁ କାନପୁରରେ ବିଦ୍ରୋହର ସୂତ୍ରପାତ ହେଲାବେଳକୁ ନାନାସାହେବ ବିଦ୍ରୋହୀମାନଙ୍କର ନେତା ବନିଗଲେ । ବ୍ରିଟିଶ ଫୌଜ ୨୫ ଜୁନ ୧୮୫୭ରେ ଆତ୍ମ ସମର୍ପଣ କରିବାପରେ ସେମାନଙ୍କୁ ସତୀଚୌରା ଘାଟକୁ ସ୍ଥାନାନ୍ତର କରାଗଲା ଯେଉଁଁଠାରେ କି ସେମାନଙ୍କୁ ଗଣସଂହାର କରିଦିଆଗଲା । ଜୁନ ମାସର ଶେଷ ଆଡକୁ ନାନା ସାହେବକୁ ପେଶବା ଘୋଷିତ କରିଦିଆଗଲା । ବ୍ରିଟିଶ ସେନାପତି ଜେନେରାଲ ହାଭଲୋକ ନାନା ସାହେବଙ୍କ ସୈନ୍ୟବାହିନୀ ସହ ଦୁଇଥର ଯୁଦ୍ଧ କରିଥିଲେ , ତେବେ ତୃତୀୟ ଥର ପରାସ୍ତ ହୋଇ ବିଠୁର ଆଡକୁ ପଳାୟନ କଲେ । ତାତ୍ୟା ବିଠୁରରେ ରହି ନାନା ସାହେବଙ୍କ ନାମରେ କାର୍ଯ୍ୟକ୍ରମ ଜାରୀ ରଖିଲେ । ଏହି ସମୟରେ ନାନା ସାହେବ କିଛି ବ୍ରିଟିଶ ପଣବନ୍ଦୀ ରଖି ବ୍ରିଟିଶ ସହ ସୌଦା କରିବାକୁ ମନସ୍ଥ କଲେ । ହେଲେ, ଜେନେରାଲ ହେନେରୀ ହାଭଲୋକଙ୍କ ଆଦେଶରେ କମ୍ପାନୀ ସେନା ଅଲ୍ଲାହାବାଦରୁ କାନପୁର ଆଡକୁ ଆଗେଇବାକୁ ଲାଗିଲେ । ଏହି କମ୍ପାନୀ ସେନାକୁ ଅଟକାଇବାପାଇଁଁ ନାନା ସାହେବ ପଠାଇଥିବା ଦୁଇ ଦଳ ସୈନ୍ୟବାହିନୀ ଇଁରେଜ ହାତରେ ପରାସ୍ତ ହେଲେ ଏବଂ କଥିତ ଅଛି ଏହି ପରାଜୟର ପ୍ରତିଶୋଧ ସ୍ୱରୁପ ନାନା ସାହେବ ପ୍ରାୟ ୨୦୦ ବ୍ରିଟିଶ ସ୍ତ୍ରୀ ଏବଂ ଛୋଟ ପିଲାଙ୍କୁ ଜନେ ପାରିଷଦର ପରାମର୍ଷ କ୍ରମେ ଗଣ ହତ୍ୟା କରିଥିଲେ । ତେବେ ଏହି ବିଷୟରେ ସଠିକ ତଥ୍ୟ ଲିପିବଧ ନାହିଁଁ । | ୨୫ ଜୁନ ୧୮୫୭ | ai4bharatIndicQA |
ପଟେଲ କେଉଁ ଆନ୍ଦୋଳନକୁ ସମର୍ଥନ କରିଥିଲେ? | କଂଗ୍ରେସ ସ୍ୱେଛାସେବୀମାନଙ୍କର ସହାୟତାରେ ପଟେଲଜୀ ଗୁଜରାଟରେ ସ୍ଥିତ ଖେଦା ଜିଲ୍ଲାର ଗାଁ ଗାଁ ବୁଲି ଲୋକଙ୍କର ଆପତ୍ତି ଲେଖି ରଖୁଥିଲେ ଏବଂ ଏହାସହ ସରକାରଙ୍କୁ ଟିକସ ନଦେବା ନିମିତ୍ତ ଉତ୍ସାହିତ କରୁଥିଲେ । ପଟେଲଜୀ ଦେଶରେ ଏକତା ଏବଂ ଅହିଂସା ନିମିତ୍ତ ଲୋକଙ୍କୁ କଠିନତା ଆପଣେଇବାକୁ ପ୍ରେରଣା ଯୋଗାଉଥିଲେ । ସେ ପ୍ରତି ଗ୍ରାମରୁ ବହୁମାତ୍ରାରେ ସମର୍ଥନ ଲାଭ କରିଥିଲେ । ସେ ପ୍ରତି ଗାଁରେ କାମ କରିବା ନିମିତ୍ତ ଏକ ସ୍ୱେଛାସେବୀ ମଣ୍ଡଳୀ ତିଆରି କରିଥିଲେ । ପଟେଲଜୀ ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନକୁ ଅନେକ ସାହାର୍ଯ୍ୟ କରିଥିଲେ । | ଅସହଯୋଗ ଆନ୍ଦୋଳନକୁ | ai4bharatIndicQA |
କୋଣାର୍କ ମନ୍ଦିର କେଉଁ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଥିଲା ? | କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ତୋଳାଯାଇଥିଲା । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। | କଳିଙ୍ଗ ସ୍ଥାପତ୍ୟ | ai4bharatIndicQA |
ରବୀନ୍ଦ୍ର ନାଥ ଟାଗୋରଙ୍କ ଭଉଣୀର ନାମ କ’ଣ ଥିଲା? | ଟାଗୋର ଛୋଟବେଳୁ ତାଙ୍କ ଚାକରମାନଙ୍କଦ୍ୱାରା ଲାଳନ ପାଳନ ହୋଇଥିଲେ; କାରଣ ଛୋଟବେଳୁ ତାଙ୍କ ମା'ଙ୍କର ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କ ବାପା ଅଧିକାଂଶ ସମୟ ଦୂରକୁ ଯାତ୍ରା କରୁଥିଲେ । ଟାଗୋର ପରିବାର ବଙ୍ଗଳାର ପୁର୍ନଜାଗରଣରେ ସବୁଠୁ ଆଗରେ ଥିଲେ । ଟାଗୋରଙ୍କ ବଡ ଭାଇ ଦ୍ୱିଜେନ୍ଦ୍ରନାଥ ଜଣେ ଦାର୍ଶନିକ ଓ କବି ଥିଲେ । ଆଉ ଜଣେ ଭାଇ ସତ୍ୟନ୍ଦରନାଥ, ଭାରତର ପ୍ରଥମ ସମସ୍ତ-ୟୁରୋପୀୟ ଇଣ୍ଡିଆନ ସିଭିଲ ସର୍ଭିସରେ ନିଯୁକ୍ତି ପାଇଥିଲେ । ଆଉ ଜଣେ ଭାଇ, ଜ୍ୟୋତିନ୍ଦ୍ରନାଥ ସଂଗୀତକାର, ନାଟ୍ୟକାର, ଓ ରଚୟିତା ଥିଲେ । ତାଙ୍କ ଭଉଣୀ ସ୍ୱର୍ଣ୍ଣ କୁମାରୀ ଦେବୀ ଜଣେ ଔପନାସିକା ଥିଲେ । ତାଙ୍କ ଭାଇ ଜୟୋତିନ୍ଦ୍ରନାଥଙ୍କ ସ୍ତ୍ରୀ କଦମ୍ବରୀ,ସେ ରବିଦ୍ରନାଥଙ୍କଠାରୁ ଅଳ୍ପ ବୟସ ବଡ ଥିଲେ, ସେ ଟାଗୋରଙ୍କ ଭଲ ସାଙ୍ଗ ଏବଂ ଶକ୍ତିଶାଳୀ ପ୍ରବର୍ତ୍ତକା ଥିଲେ । ସେ ୧୮୮୪ ମସିହାରେ ଆକସ୍ମିକ ଭାବେ ଆତ୍ମହତ୍ୟା କରିଦେଇଥିଲେ, ଟାଗୋରଙ୍କ ବାହାଘର ପରେ, କିଛି ବର୍ଷ ପୂର୍ବେ ସେ ଗଭୀର ମାନସିକ ଅଶାନ୍ତିରେ ରହୁଥିଲେ। ଟାଗୋର ବହୁତ ପରିମାଣରେ ବିଦ୍ୟାଳୟଠାରୁ, ଶିକ୍ଷାଠୁ ଦୂରରେ ରହୁଥିଲେ, ଓ ସେ ତାଙ୍କ ପରିବାର ସହ ବୋଲପୁର ଏବଂ ପାନୀହାତ ବୁଲିବା ପସନ୍ଦ କରୁଥିଲେ । ତାଙ୍କ ଭାଇ ହେମେନ୍ଦ୍ରନାଥ ଟାଗୋର ତାଙ୍କୁ ପଢ଼ାଉଥିଲେ ଓ ଶାରିରୀକ ଶିକ୍ଷା ଦେଉଥିଲେ: ଗଙ୍ଗାରେ ପହଁରିବା, ପାହାଡ଼ ଚଢ଼ିବା, ବ୍ୟାୟାମ ବିଦ୍ୟା, ଜୁଡ଼ୋ ଅଭ୍ୟାସ, ଓ କୁସ୍ତି/ ମଲ୍ଲଯୁଦ୍ଧ । | ସ୍ୱର୍ଣ୍ଣ କୁମାରୀ ଦେବୀ | ai4bharatIndicQA |
କେତେ ମସିହାରେ ସେ ମିଶନ STS-୧୦୭ ପାଇଁ କଲମ୍ବିଆ ସ୍ପେସ୍ ସଟଲରେ ଉଡ଼ିଥିଲେ? | ୨୦୦୦ ମସିହାରେ ସେ STS-107 ପାଇଁ ମନୋନୀତ ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ଏହି ଯାତ୍ରାରେ ବାଧା ଉପୁଜିଥିଲା । ୨୦୦୨ ମସିହାରେ ସେ ଦ୍ୱିତୀୟ ଥର ମହାକାଶଯାତ୍ରା ପାଇଁଁ ମନୋନୀତ ହୋଇଥିଲେ । ଏଥର ସେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ଯାତ୍ରା କରିଥିଲେ । ମହାକାଶଯାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ବାହାରିବାରୁ ଏହି ମହାକାଶଯାତ୍ରାରେ ବାରମ୍ବାର ବିଳମ୍ବ ହୋଇଥିଲା । ୨୦୦୨ ମସିହା ଜୁଲାଇ ମାସରେ ଉକ୍ତ ମହାକାଶଯାନଟିର ଇଞ୍ଜିନ୍ରେ ଏକ ଫାଟ ମଧ୍ୟ ଆବିଷ୍କାର କରାଯାଇଥିଲା । ଶେଷରେ ୨୦୦୩ ମସିହା ଜାନୁୟାରୀ ମାସ ୧୬ ତାରିଖରେ କଳ୍ପନା କଲମ୍ବିଆ ମହାକାଶଯାନ (Space Shuttle Columbia)ରେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ମହାକାଶକୁ ଯାତ୍ରା କରିଥିଲେ । | ୨୦୦୩ ମସିହା | ai4bharatIndicQA |
କେତେ ମସିହାରେ ରାସ୍ତା କିଭଳି ହେବ ବୋଲି କମିଟି ସହ ନିଷ୍ପତ୍ତି ନିଆଗଲା ? | ଲୁଟ୍ୟନ୍ସ ଏହି ବିବାଦକୁ ବେକରଳୁ ସ୍ତରର ମାନିଥିଲେ । କିନ୍ତୁ ବହୁ ପ୍ରୟାସ ପରେ ମଧ୍ୟ ଏହାକୁ ବଦଳେଇ ପାରିଲେ ନାହିଁ । ସେ ଚାହୁଁଥିଲେ କି, ଭବନର ତଳ ସ୍ତର ପର୍ଯ୍ୟନ୍ତ ଲମ୍ବା ଢାଳରେ ସଡକ ଆସୁ, ଯାହାଦ୍ୱାରାକି ଭବନର ଦୃଶ୍ୟରେ ବାଧିତ ନ ହେଉ , ଏବଂ ଦୂରରୁ ଦୃଶ୍ୟ ହେଉ । ୧୯୧୪ ମସିହାରେ ବେକର ଏବଂ ଲୁଟ୍ୟନ୍ସ ସହିତ ଅୟୋଜିତ ଏକ ସମିତିରେ ନିଷ୍ପତି ନିଆଗଲା କି, ସଡକର ଢାଲ ୨୫ରୁ ୧ ହେଉ, ଯାହା ପରେ ୨୨ରୁ ୧ ହେଲା । ଏହାଦ୍ୱାରା ଅଧିକ ଠିଆ ହୋଇଥିବା ଢାଲ ଭବନର ଦୃଶ୍ୟକୁ ଆହୁରି ବଧିତ କରିଥା'ନ୍ତା । ଲୁଟ୍ୟନ୍ସ ଏହା ଜାଣିଥିଲେ କି, ଏହି ଢାଲ ମଧ୍ୟ ଏହାର ଦୃଶ୍ୟକୁ ପୂର୍ଣ୍ଣତଃ ଦେଖେଇ ପାରିବ ନାହିଁ । | ୧୯୧୪ | ai4bharatIndicQA |
ପାକିସ୍ତାନର ଅର୍ଥନୀତି ଏବଂ ଲୋକଙ୍କ ଜୀବନ ପାଇଁ କେଉଁ ନଦୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ? | ପାକିସ୍ତାନର ଅର୍ଥନୀତି ଓ ଜନଜୀବନ ପାଇଁ ସିନ୍ଧୁ ନଦୀ ଅତି ଗୁରୁତ୍ୱପୂର୍ଣ୍ଣ । ଇଂରେଜ ଶାସନର ସମାପ୍ତି ପରେ ଭାରତ ଓ ପାକିସ୍ତାନ ସ୍ୱାଧୀନ ହୋଇଥିଲେ ; କିନ୍ତୁ ସିନ୍ଧୁ ଓ ପୂର୍ବ ପଟର ପାଞ୍ଚ ଉପନଦୀର ଜଳକୁ ନେଇ ଘୋର ବିବାଦ ସୃଷ୍ଟି ହେଲା । ଶତଲେଜ ନଦୀର ଜଳସେଚନ ନାଳ ଓ ବାରି ଦୋଆବର ନାଳଗୁଡ଼ିକ ପାକିସ୍ତାନ ପଟରେ ରହିଗଲା କିନ୍ତୁ ତାହାର ନିୟନ୍ତ୍ରଣ କରୁଥିବା ବନ୍ଧ ଭାରତ ପଟରେ ରହିଲା । ଏହା ଫଳରେ ପାକିସ୍ତାନରେ ଜଳସେଚନ ବାଧାପ୍ରାପ୍ତ ହେଲା । ପୁଣି ପଞ୍ଜାବ ଅଞ୍ଚଳରେ ଭାରତ ନୂତନ ବନ୍ଧ ନିର୍ମାଣ କରିବାଦ୍ୱାରା ପାକିସ୍ତାନକୁ ଜଳ ଯୋଗାଣ କମିଯିବାର ଆଶଙ୍କା ହେଲା । ଯୁଦ୍ଧ ସମୟରେ ଭାରତ ନଦୀମାନଙ୍କ ପାଣିକୁ ନିଜ ପାଇଁ ବ୍ୟବହାର ଓ ପାକିସ୍ତାନକୁ ହଇରାଣ କରିପାରେ ବୋଲି ପାକିସ୍ତାନରେ ଏକ ରାଜନୈତିକ ଚିନ୍ତା ସୃଷ୍ଟି କଲା । ତେଣୁ ୧୯୬୦ ମସିହାରେ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଆଲୋଚନା ହୋଇ ଉଭୟ ରାଷ୍ଟ୍ରଙ୍କଦ୍ୱାରା ସିନ୍ଧୁ ଜଳ ଚୁକ୍ତି (Indus Waters Treaty) ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ପାଖରେ ଶତଲେଜ, ବେଆସ୍ ଏବଂ ରାୱି ନଦୀର ଜଳକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବା ବେଳେ ପାକିସ୍ତାନ ପାଖରେ ଝେଲମ, ଚେନାବ ଓ ସିନ୍ଧୁ ନଦୀର ଜଳ ନିୟନ୍ତ୍ରଣ କରିବାର କ୍ଷମତା ରହିଲା । ଭାରତ ପାଖରେ ପଶ୍ଚିମ ନଦୀ ତିନୋଟିକୁ ଜଳସେଚନ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଅଧିକାର ରହିଲା । ନଦୀର ପାଣିକୁ ଜଳସେଚନ ପାଇଁ ଅତ୍ୟଧିକ ମାତ୍ରାରେ ଓ ସ୍ଥାନେ ସ୍ଥାନେ ବ୍ୟବହାର କରାଯିବା ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇଛି । କେନାଲ୍ମାନଙ୍କରେ ପଟୁମାଟି ଜମା ହୋଇ ରହିଯାଏ, ଏହା ଚାଷଜମିରେ ପହଞ୍ଚିପାରେ ନାହିଁ ଓ କୃଷି ଉତ୍ପାଦନ ଉପରେ ପ୍ରଭାବ ପକାଇଥାଏ । | ସିନ୍ଧୁ | ai4bharatIndicQA |
କେଉଁ ସହରରେ ଏପିଜେ ଅବଦୁଲ କଲାମ ଜନ୍ମଗ୍ରହଣ କରିଥିଲେ? | ଏ. ପି. ଜେ. ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମ ଗାଁରେ ଏକ ତାମିଲ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ଥିଲା ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ । ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା । ତାଙ୍କ ବାପା ଜଣେ ନାଉରୀ ଥିଲେ । ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ । ସେ ଘର ଘର ଯାଇ ଖବରକାଗଜ ଦେଉଥିଲେ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। | ତାମିଲନାଡୁ | ai4bharatIndicQA |
ତାଙ୍କ ସହିତ ରାମକୃଷ୍ଣଙ୍କର କ’ଣ ନଥିଲା ? | ଆପାତଃଦୃଷ୍ଟିରେ ମନେ ହୁଏ, ଶ୍ରୀରାମକୃଷ୍ଣ ବିବାହ କରିଥିଲେ; କିନ୍ତୁ ସେ ସଂସାରଧର୍ମ ସଂସାରୀଭାବରେ ପାଳନ କରି ନାହାନ୍ତି । ସ୍ତ୍ରୀଙ୍କ ସହିତ ତାଙ୍କର କୌଣସି ଦୈହିକ ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପ୍ରତି ସେ କେବେହେଲେ ବିନ୍ଦୁମାତ୍ର ଔଦାସୀନ୍ୟ ଦେଖାଇ ନାହାନ୍ତି । ସ୍ତ୍ରୀଙ୍କୁ ସେ ଖୁବ୍ ଭଲ ପାଉଥିଲେ, ନାନାଭାବରେ ସ୍ତ୍ରୀଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ବିଧାନରେ ସଦା ତତ୍ପର ରହୁଥିଲେ ଏବଂ ସ୍ତ୍ରୀଙ୍କୁ ଖୁବ୍ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ ଓ ଦେବୀଜ୍ଞାନ କରୁଥିଲେ । ସେ କହୁଥିଲେ, ‘ଏ ଯେ ସାରଦା, ସରସ୍ୱତୀ, ସେଥିପାଇଁ ତ ସାଜସଜ୍ଜାକୁ ଏତେ ଭଲପାଏ । ’ ତେଣୁ ସ୍ତ୍ରୀଙ୍କ ପାଇଁ ସେ ଯତ୍ନ ସହକାରେ ସୁନାର ଗହଣା ଗଢ଼ାଇ ଦେଇଥିଲେ । ଦେହସ୍ପର୍ଶ- ନିରପେକ୍ଷ ଏ ଯେପରି କେବଳ ଦୁଇଟି ଆତ୍ମାର ଅମୃତ ମିଳନ ! ସ୍ତ୍ରୀଙ୍କୁ ସେ ଖୁବ୍ ଶ୍ରଦ୍ଧା କରୁଥିଲେ । ସାରଦାଦେବୀ ଅଠର ବର୍ଷ ବୟସରେ ଯେତେବେଳେ ଦକ୍ଷିଣେଶ୍ୱରକୁ ସ୍ୱାମୀ-ସାହଚର୍ଯ୍ୟ ଲାଭ ପାଇଁ ଆସିଲେ, ଶ୍ରୀରାମକୃଷ୍ଣ ତାଙ୍କୁ ଅତି ସମାଦରରେ ଗ୍ରହଣ କଲେ ଏବଂ ତାଙ୍କୁ ଦେବୀ ଷୋଡ଼ଶୀ ତ୍ରୀପୁରାସୁନ୍ଦରୀ ଜ୍ଞାନରେ ଯଥାବିଧି ପୂଜା କରିଥିଲେ ଏବଂ ଅତି ଯତ୍ନ ସହକାରେ ଆପଣା ନିକଟରେ ରଖିଥିଲେ । ତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରି ଧର୍ମଜୀବନ-ଯାପନରେ ନାନାଭାବରେ ସାହାଯ୍ୟ କରିଥିଲେ । ପରସ୍ପର ମଧ୍ୟରେ ସେମାନଙ୍କର ନିବିଡ଼ ପ୍ରୀତିବନ୍ଧନ ଥିଲା । ସାରଦାଦେବୀ ଏକଦା କହିଥିଲେ, ‘ଆହା, ସେ ମୋ ସହିତ କିପରି ବ୍ୟବହାର କରିଛନ୍ତି! ଦିନେହେଲେ ମୋ ମନରେ ବ୍ୟଥା ଲାଗିଲା ଭଳି କିଛି କହିନାହାନ୍ତି । | ଦୈହିକ ସମ୍ପର୍କ | ai4bharatIndicQA |
ରାଜ୍ୟ ସରକାର ଲକଡାଉନ ଅବଧି କେବେ ଯାଏ ବୃଦ୍ଧି କରିଛନ୍ତି ? | କରୋନା ଭୂତାଣୁ ସଂକ୍ରମଣ ସମୟରେ ଗରିବ ଲୋକଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ନବୀନ ପଟ୍ଟନାୟକ ୨୨୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିରେ ନିର୍ମାଣ ଶ୍ରମିକଙ୍କ ସମେତ ଖାଦ୍ୟ ସୁରକ୍ଷା ଯୋଜନା ଓ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତାଲାବନ୍ଦ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦେବାକୁ ଓଡ଼ିଶା ସରକାର ଅନ୍ୟ ରାଜ୍ୟର ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଅନୁରୋଧ କରିଛନ୍ତି । ଏହି ଖର୍ଚ୍ଚ ଓଡ଼ିଶା ସରକାର ଭରଣା କରିବେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରବାସରୁ ଫେରୁଥିବା ଓଡ଼ିଆମାନଙ୍କୁ ସୀମାନ୍ତରେ ଅଟକାଇବା ସହ ସେଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । [୧୩]ଚଳିତ ଖରିଫ୍ ଓ ଆସନ୍ତା ରବି ଫସଲ ପାଇଁ ରାଜ୍ୟରେ କୃଷି କାର୍ଯ୍ୟ ଜାରି ରହିବା ସହ କୃଷିକାର୍ଯ୍ୟ ପାଇଁ ବିଭିନ୍ନ କୃଷି ସାମଗ୍ରୀ, ସାର, କୀଟନାଶକ ଔଷଧ ଓ ଯନ୍ତ୍ରପାତି ସ୍ଥାନାନ୍ତରଣରେ କୌଣସି ବାଧା ରହିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି । [୧୪] ଲକ ଡାଉନ ଓ ସଟ ଡାଉନତାଲାବନ୍ଦ ସମୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସେବା ଯଥା ବିଜୁଳି, ଜଳଯୋଗାଣ, ହାସପାତାଳ, ଔଷଧ ଦୋକାନ, ଅଗ୍ନିଶମ ସେବା ଇତ୍ୟାଦି ଜାରି ରହିବା ସମେତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ଓ ଗ୍ୟାରେଜ ଖୋଲା ରହିବ ଓ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିଳ୍ପ, କଳ କାରଖାନା,ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ଅଦାଲତ, ବାଣିଜ୍ୟିକ ଅନୁଷ୍ଠ। [୧୫]ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବା ସହ କୃଷି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି । | ଏପ୍ରିଲ ୩୦ | ai4bharatIndicQA |
ରାମ କାହାର ପୁଅ ଥିଲେ? | ରାମ ଜନ୍ମପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । | କୌଶଲ୍ୟା | ai4bharatIndicQA |
୧୯୧୩ରେ ଏହି ବିଲ୍ଡିଂର ଉଚ୍ଚତା ନେଇ କାହାଙ୍କ ପରାମର୍ଶ ନିଆଯାଇଥିଲା ? | ମଧ୍ୟବତୀ ଗୁମ୍ବଦ ଭାରତୀୟ ଏବଂ ବ୍ରିଟିଶ ଶୈଳୀର ମିଶ୍ରଣ ଅଟେ । କେନ୍ଦ୍ରରେ ଏକ ଉଞ୍ଚା ତାମ୍ର ଗୁମ୍ବଦ ରହିଛି , ଯାହା ସମଗ୍ର ଇମାରତରେ ଅଲଗା ଦେଖାଯାଏ ଏବଂ ଏକ ଉଞ୍ଚା ଢୋଲାକାର କିମ୍ବା ବେଲଣା କାର ଢାଞ୍ଚ ଉପରେ ସ୍ଥିତ ରହିଛି । ଭବନର ଚାରି କୋଣ ମଧ୍ୟର କର୍ଣ୍ଣ ରେଖା ମଧ୍ୟରେ ଏହି ଗୁମ୍ବଦ ସ୍ଥିତ ରହିଛି । ଏହା ପୁରା ଭବନର ଦୁଇଗୁଣା ଉଞ୍ଚା ଗୁମ୍ବଦ ଅଟେ । ୧୯୧୩ ମସିହାରେ ଭବନର ଯୋଜନାରେ ଯାହା ଏହାର ଉଞ୍ଚା ଥିଲା , ତାହା ଲର୍ଡ ହାଡିଙ୍ଗଙ୍କଦ୍ୱାରା ବଢ଼ା ଯାଇଥିଲା । ଏହି ଗୁମ୍ବଦରେ ପରମ୍ପରା ଗତ ଏବଂ ଭାରତୀୟ ଶୈଳୀର ମିଶ୍ରଣ ରହିଛି । ଲୁଟ୍ୟନ୍ସଙ୍କ ଅନୁସାରେ , ଏହି ରୂପ ରୋମର ପାନ୍ଥିରୁ ବାହାରିଛି , କିନ୍ତୁ ଏହା ମଧ୍ୟ ସମ୍ଭବ ଯେ କି, ତାହାର (ସାଞ୍ଚି ସ୍ତୁପ)ର ପ୍ରେରଣାରେ ପ୍ରସ୍ତୁତ ହୋଇଛି । ଏହି ଗୁମ୍ବଦକୁ ଘେରି ରହିଥିବା ଏକ ଦ୍ୱାର ମଣ୍ଡପ ତିଆରି ହୋଇଛି , ଯେଉଁଥିରେ ସମାନ ସ୍ଥିତି ସମ୍ଭବ ହୋଇଛି , ଯାହା ଗୁମ୍ବଦକୁ ଉଠାଇଛି ଏବଂ ଏହି ସ୍ତମ୍ଭ ମାନଙ୍କ ମଝିରେ ଖାଲି ସ୍ଥାନ ରହିଛି । | ଲର୍ଡ ହାଡିଙ୍ଗଙ୍କ | ai4bharatIndicQA |
ପ୍ରତିବର୍ଷ କେଉଁ ତିଥିରେ ଶ୍ରୀସୁଦର୍ଶନ ବିମାନରେ ବସି ବିମାନବଡୁ ସେବକମାନଙ୍କ କାନ୍ଧରେ ବଡ଼ଛତା ଆଶ୍ରମକୁ ମହାପ୍ରଭୁଙ୍କୁ ରକ୍ଷାବନ୍ଧନର ସାକ୍ଷୀ ରହିବା ପାଇଁ ଆସିଥାନ୍ତି? | ଆଶ୍ରମର ପ୍ରବେଶ ପୂର୍ବରୁ ସପ୍ତର୍ଷିମଣ୍ଡଳସ୍ଥ ଋଷିଗଣ ଯଥା:- ଅତ୍ରି, ଆଙ୍ଗିରା, ବଶିଷ୍ଠ, ମରୀଚି, କ୍ରତୁ, ପୁଲହ, ପୁଲସ୍ତ୍ୟ ଆଦିଙ୍କ ଚିତ୍ର ଦୃଷ୍ଟି ପଥରେ ପଡ଼େ। ବଡ଼ଛତା ମଠ ଏହି ଆଶ୍ରମକୁ "ବଡ଼ଛତା" ଶାଖା "ଆଙ୍ଗିରାମଠ" ନାମକରଣ କରିଛନ୍ତି। ଆଶ୍ରମର ଅଗଣାରେ ଏକ କୂପ ରହିଛି ଯାହାକି ବ୍ୟବହାର ସୁଅନୁପଯୋଗୀ ଅଟେ। ବର ଅଶ୍ୱତ୍ଥ ବୃକ୍ଷର ସନ୍ଧି ସ୍ଥଳରେ ଭକ୍ତମାନେ କେତୋଟି ଶିବଲିଙ୍ଗ ସ୍ଥାପନା କରିଛନ୍ତି। ଏହି ଆଶ୍ରମର ଗମ୍ଭୀରାରେ ଗରୁଡ଼ କରଯୋଡ ମୁଦ୍ରାରେ ବିଦ୍ୟମାନ ହୋଇଛନ୍ତି। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ତିଥିରେ ଶ୍ରୀସୁଦର୍ଶନ ବିମାନରେ ବସି ବିମାନବଡୁ ସେବକମାନଙ୍କ କାନ୍ଧରେ ଏଠାକୁ ମହାପ୍ରଭୁଙ୍କୁ ରକ୍ଷାବନ୍ଧନର ସାକ୍ଷୀ ରହିବା ପାଇଁ ଆସିଥାନ୍ତି। ଏଠାରେ ତାଙ୍କ ଭବ୍ୟ ସମ୍ବର୍ଦ୍ଧନା, ଉପାସନା ହେବା ସହିତ ସାହିର ଭକ୍ତମାନଙ୍କ ତରଫରୁ ପନ୍ତି ଭୋଗ ସମର୍ପଣ କରାଯାଇଥାଏ। ପୂର୍ବେ ଚକ୍ରରାଜ ସୁଦର୍ଶନ ଆଶ୍ରମକୁ ପରିକ୍ରମା କରିବାର ପରମ୍ପରା ଥିଲା କିନ୍ତୁ ଏବେ ଆଶ୍ରମର ଚତୁଃପାର୍ଶ୍ୱ ଆବର୍ଜନାରେ ପୂର୍ଣ୍ଣ ହୋଇଥିବାରୁ ଏହି ପରମ୍ପରା ଆଉ ପାଳନ ହେଉନାହିଁ। ଶ୍ରୀସୁଦର୍ଶନ କୁମାର ପୂର୍ଣ୍ଣିମା ରାତ୍ରିକାଳରେ ଏଠାରେ ବିଜେ ହୋଇ ପନ୍ତି ଭୋଗ ମଣୋହି କରନ୍ତି। ଶ୍ରୀଜଗନ୍ନାଥଙ୍କ ଶ୍ରୀଭୂଜରେ ଶୋଭା ପାଉଥିବା ସ୍ୱର୍ଣ୍ଣ ସୁଦର୍ଶନ ଚକ୍ର ମଧ୍ୟ ଏହି ଆଶ୍ରମକୁ ଶ୍ରାବଣ କୃଷ୍ଣ ଏକାଦଶୀ ବା ଚକ୍ର ବୁଲା ଏକାଦଶୀ ତିଥିରେ ବିଜେ ହୋଇଥାନ୍ତି ଓ ମୁନିଋଷିଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି। | ରାକ୍ଷୀ ପୂର୍ଣ୍ଣିମା | ai4bharatIndicQA |
ଇସ୍ରୋଦ୍ୱାରା ନିର୍ମିତ ଜିଏସଏଲଭି କେଉଁଥିପାଇଁ କରାଯାଏ? | ଜିଏସଏଲଭି ଇସ୍ରୋଦ୍ୱାରା ନିର୍ମିତ ସର୍ବବୃହତ ଉତକ୍ଷେପଣଯାନ । ଏହକୁ ଇନସାଟ୍, ଜିସାଟ୍, ଏଡୁସାଟ୍ ପରି ଓଜନିଆ ଉପଗ୍ରହ ଉତକ୍ଷେପଣ କରିବାରେ ବ୍ୟବହାର କରାଯାଇଅଛି । ଏହାର ଉଚ୍ଚତା ୪୯.୧୩ ମିଟର । ଏହା ତିନୋଟି ସୋପାନରେ ୫୦୦୦ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍କୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ । ପ୍ରଥମ ସୋପନଟି ୩ଟି ତରଳ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍-ଅନ ବୁଷ୍ଟର୍ ସହ ସଂଯୁକ୍ତ । ୧୩୮ କିଲୋଗ୍ରାମ୍ ବିଶିଷ୍ଟ ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । | ଉତକ୍ଷେପ | ai4bharatIndicQA |
କେଉଁ ଗୁମ୍ଫା କୁ ରମେଶ୍ୱର ଲେନା ମଧ୍ୟ କୁହାଯାଏ ? | ଗୁମ୍ଫା କ୍ରମାଙ୍କ ୨୧ ରାମେଶ୍ୱର ଲେଣା ନାମରେ ପରିଚିତ ଓ ପ୍ରାରମ୍ଭିକ କାଳର ଗୁମ୍ଫାମାନଙ୍କ ମଧ୍ୟରୁ ଏକ । କାଳଚୁରି ବଂଶର ଶାସକମାନେ ଏହି ଗୁମ୍ଫାର ନିର୍ମାଣ କରାଇଥିବା ଅନୁମାନ କରାଯାଏ । ରାଷ୍ଟ୍ରକୂଟ ବଂଶର ଅଭ୍ୟୁଦୟ ପୂର୍ବରୁ ଏହି ଗୁମ୍ଫା ପ୍ରସ୍ତୁତ ହୋଇସାରିଥିଲା । ପରେ ରାଷ୍ଟ୍ରକୂଟମାନେ ଅଧିକ ଗୁମ୍ଫା ଖୋଦନ କରାଇଥିଲେ । ଶିଳ୍ପକଳା ଦୃଷ୍ଟିରୁ ଏହି ଗୁମ୍ଫା ଏଲୋରାର ଅନ୍ୟ ଗୁମ୍ଫାମାନଙ୍କ ପରି, କିନ୍ତୁ ଦେବୀ ପାର୍ବତୀ ଶିବଙ୍କୁ ଅନୁସରଣ କରିବାର କାହାଣୀ ଏହି ଗୁମ୍ଫାର ସ୍ୱାତନ୍ତ୍ର୍ୟ । ଅବସର ସମୟରେ ଶିବ ପାର୍ବତୀ ବସିଥିବା, ଶିବ ପାର୍ବତୀଙ୍କ ବିବାହ, ଶିବଙ୍କ ନୃତ୍ୟ, କାର୍ତ୍ତିକେୟ (ସ୍କନ୍ଦ) ଇତ୍ୟାଦି ପ୍ରସ୍ତର ପ୍ରତିମା ଏହି ଗୁମ୍ଫାରେ ରହିଛି । ଶାକ୍ତ ପରମ୍ପରାରେ ପୂଜିତ ସପ୍ତମାତୃକା ଶିବ ଓ ଗଣେଶଙ୍କ ମଝିରେ ବସିଥିବାର ଏକ ଶିଳା ପ୍ରତିମା ମଧ୍ୟ ଏହି ଗୁମ୍ଫାରେ ରହିଛି । ଗୁମ୍ଫା ମନ୍ଦିରର ଅଭ୍ୟନ୍ତରରେ ଦୁର୍ଗାଙ୍କ ସମେତ ଆହୁରି ଅନେକ ଶାକ୍ତ ପରମ୍ପରାର ଦେବୀଙ୍କ ପ୍ରତିମା ଦେଖିବାକୁ ମିଳେ । | ଗୁମ୍ଫା କ୍ରମାଙ୍କ ୨୧ | ai4bharatIndicQA |
ଶେର୍ ଶାହା ସୁରୀଙ୍କ ଦ୍ୱାରା ପରାସ୍ତ ହେବା ପରେ ହୁମାୟୁନ୍ ସିନ୍ଧର କେଉଁଠାରେ ଆଶ୍ରୟ ନେଇଥିଲେ? | ଶେର ଶାହ ସୁରୀଙ୍କଦ୍ୱାରା ପରାଜିତ ହୋଇ ହୁମାୟୁନ ପଳାୟନ କରୁଥିବା ସମୟରେ ସିନ୍ଧୁପ୍ରଦେଶର ଅମରକୋଟଠାରେ ଆଶ୍ରୟ ପାଇଥିଲେ । ସେଠାରେ ୧୫୪୨ ଖ୍ରୀଷ୍ଟାବ୍ଦରେ ତାଙ୍କର ପୁତ୍ର ଆକବର ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ବର୍ଷକ ପରେ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦୁଇ ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍କାରୀ ଓ କାମରାନଙ୍କ ପାଖରେ ରହିଥିଲେ । ସେମାନେ ହୁମାୟୁଅନଙ୍କୁ ଆଶ୍ରୟ ନଦେବାରୁ ସେ ପାରସ୍ୟକୁ ପଳେଇଗଲେ । ପାରସ୍ୟ ସମ୍ରାଟଙ୍କ ଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାର ଓ କାବୁଲ ଅଧିକାର କଲେ ଏବଂ ୧୫୪୫ରେ ଆକବରଙ୍କୁ ଉଦ୍ଧାର କଲେ । ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ୱାରୋହଣ, ଅସ୍ତ୍ରଚାଳନା ପ୍ରଭୃତିରେ ବେଶି ମନଦେଇଥିଲେ । ୧୫୫୧ ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତି ହେଲେ । ୧୫୫୪ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ ୧୫୫୫ରେ ଦିଲ୍ଲୀ ଅଧିକାର କଲେ । ସେ ଆକବରଙ୍କୁ ପଞ୍ଜାବର ଶାସନକର୍ତ୍ତା ଓ ବୈରାମ ଖାଁଙ୍କୁ ତାଙ୍କର ଅଭିଭାବକ ନିଯୁକ୍ତି କଲେ । ୧୫୫୬ ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କର ମୃତ୍ୟୁ ସମ୍ବାଦ ପାଇ ବୈରାମ ଖାଁଙ୍କ ସାହାଯ୍ୟରେ ଆକବର ପଞ୍ଜାବରେ ଅଭ୍ଷିକ୍ତ ହେଲେ । | ସିନ୍ଧୁପ୍ରଦେଶର ଅମରକୋଟ | ai4bharatIndicQA |
କାହାର ମନରେ ଆନନ୍ଦର ଲହରୀ ଖେଳିଗଲା? | ଅଯୋଧ୍ୟାରେ ରାଜତ୍ୱଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତ ଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ । | ଭରତ ଙ୍କ ସହିତ ସମସ୍ତଙ୍କ | ai4bharatIndicQA |
ଶାକ୍ତ ପରମ୍ପରାରେ ପୂଜିତ ସପ୍ତମାତୃକା ଶିବ ଓ କାହାଙ୍କ ମଝିରେ ବସିଥିବାର ଏକ ଶିଳା ପ୍ରତିମା ମଧ୍ୟ ରାମେଶ୍ୱର ଲେଣା ଗୁମ୍ଫାରେ ରହିଛି? | ଗୁମ୍ଫା କ୍ରମାଙ୍କ ୨୧ ରାମେଶ୍ୱର ଲେଣା ନାମରେ ପରିଚିତ ଓ ପ୍ରାରମ୍ଭିକ କାଳର ଗୁମ୍ଫାମାନଙ୍କ ମଧ୍ୟରୁ ଏକ । କାଳଚୁରି ବଂଶର ଶାସକମାନେ ଏହି ଗୁମ୍ଫାର ନିର୍ମାଣ କରାଇଥିବା ଅନୁମାନ କରାଯାଏ । ରାଷ୍ଟ୍ରକୂଟ ବଂଶର ଅଭ୍ୟୁଦୟ ପୂର୍ବରୁ ଏହି ଗୁମ୍ଫା ପ୍ରସ୍ତୁତ ହୋଇସାରିଥିଲା । ପରେ ରାଷ୍ଟ୍ରକୂଟମାନେ ଅଧିକ ଗୁମ୍ଫା ଖୋଦନ କରାଇଥିଲେ । ଶିଳ୍ପକଳା ଦୃଷ୍ଟିରୁ ଏହି ଗୁମ୍ଫା ଏଲୋରାର ଅନ୍ୟ ଗୁମ୍ଫାମାନଙ୍କ ପରି, କିନ୍ତୁ ଦେବୀ ପାର୍ବତୀ ଶିବଙ୍କୁ ଅନୁସରଣ କରିବାର କାହାଣୀ ଏହି ଗୁମ୍ଫାର ସ୍ୱାତନ୍ତ୍ର୍ୟ । ଅବସର ସମୟରେ ଶିବ ପାର୍ବତୀ ବସିଥିବା, ଶିବ ପାର୍ବତୀଙ୍କ ବିବାହ, ଶିବଙ୍କ ନୃତ୍ୟ, କାର୍ତ୍ତିକେୟ (ସ୍କନ୍ଦ) ଇତ୍ୟାଦି ପ୍ରସ୍ତର ପ୍ରତିମା ଏହି ଗୁମ୍ଫାରେ ରହିଛି । ଶାକ୍ତ ପରମ୍ପରାରେ ପୂଜିତ ସପ୍ତମାତୃକା ଶିବ ଓ ଗଣେଶଙ୍କ ମଝିରେ ବସିଥିବାର ଏକ ଶିଳା ପ୍ରତିମା ମଧ୍ୟ ଏହି ଗୁମ୍ଫାରେ ରହିଛି । ଗୁମ୍ଫା ମନ୍ଦିରର ଅଭ୍ୟନ୍ତରରେ ଦୁର୍ଗାଙ୍କ ସମେତ ଆହୁରି ଅନେକ ଶାକ୍ତ ପରମ୍ପରାର ଦେବୀଙ୍କ ପ୍ରତିମା ଦେଖିବାକୁ ମିଳେ । | ପ୍ରାରମ୍ଭିକ କାଳର | ai4bharatIndicQA |
ସରୋଜିନୀ ମାଟ୍ରିକ ପରୀକ୍ଷାରେ କେଉଁ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ? | ସରୋଜିନୀଙ୍କ ପିତା ଅଘୋରନାଥ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜ୍ର ଅଧ୍ୟକ୍ଷ ଥିଲେ। ତେଣୁ ସେ ବଡଝିଅ ସରୋଜିନୀକୁ ନିଜ ଢାଞ୍ଚାରେ ଗଢିବାକୁ ଚାହୁଁଥିଲେ। ସେଥିପାଇଁ ସେ ତାଙ୍କୁ କୌଣସି ସାଧାରଣ ସ୍କୁଲରେ ନପଢାଇ ଇଂରେଜୀ ସ୍କୁଲରେ ପଢ଼ାଇଥିଲେ ଓ ଅଙ୍କ କଷିବା ଓ ବିଜ୍ଞାନ ପଢ଼ିବା ଉପରେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ସରୋଜିନୀ କବିତା ଲେଖିବାକୁ ଅଧିକ ପସନ୍ଦ କରୁଥିଲେ। ସେହି ସମୟରେ ହାଇଦ୍ରାବାଦରେ ଝିଅମାନଙ୍କ ପାଇଁ ଭଲ ହାଇସ୍କୁଲ ନଥିଲା। ତେଣୁ ଶିକ୍ଷା ପାଇଁ ତାଙ୍କୁ ମାଡ୍ରାସ ଯିବାକୁ ପଡ଼ିଥିଲା। ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । | ପ୍ରଥମସ୍ଥାନ | ai4bharatIndicQA |
ଦିଲ୍ଲୀପ କୁମାରଙ୍କ ମାତାଙ୍କ ନାମ କ’ଣ ଥିଲା? | ଦିଲ୍ଲୀପଙ୍କ ପ୍ରଥମ ନାମ ଥିଲା ମୋହମ୍ମଦ ୟୁସୁଫ ଖାନ ମୋହମ୍ମଦ ୟୁସୁଫ ଖାନ ଓ ସେ ୧୧ ଡିସେମ୍ବର ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଘର ବ୍ରିଟିଶ ରାଜରେ ଥିବା ପେଷାୱାରର (Peshawar) କିସ ଖବାଣୀ ବଜାରରେ (Qissa Khawani Bazaar) ଥିଲା ଓ ସେ ଏକ ହିଣ୍ଡକୋ ଭାଷାଭାଷୀ ଆବାନ ପରିବାରର (Hindko-speaking Awan) ନିଜସ୍ୱ ବାସସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ଯାହା ଏବେ ପାକିସ୍ଥାନର ଖାଇବର ପାଖତୁନଖ୍ୱାରେ (Khyber Pakhtunkhwa) ଅଛି । ଲାଲା ଗୁଲାମ ସର୍ବର ଖାନ ଓ ଆୟେସା ବେଗମଙ୍କ ଔରସରୁ ଜାତ ୧୨ ଜଣ ପିଲାଙ୍କ ମଧ୍ୟରୁ ସେ ଜଣେ ଥିଲେ । ତାଙ୍କ ପିତା ଜଣେ ଫଳ ବେପାରୀ ଥିଲେ । ଦିଲ୍ଲୀପଙ୍କ ଶିକ୍ଷା ନାସିକର (Nashik) ଦେଓଲାଲିରେ (Deolali) ଥିବା ବାରନେସ ସ୍କୁଲରେ (Barnes School) ସମାହିତ ହୋଇଥିଲା । ରାଜ କପୁର ତାଙ୍କର ପଡୋଶୀ ଭାବରେ ତାଙ୍କର ପିଲାଦିନର ସାଥି ଥିଲେ ଓ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ସହକର୍ମୀ ଥିଲେ । | ଆୟେସା ବେଗମ | ai4bharatIndicQA |
କେଉଁଠାରେ ଦୁଇଟି ଲାଇବ୍ରେରୀ ଅଛି ? | ଦ୍ୱିତୀୟ ଓ ଅନ୍ତଃ ଚିତ୍ରଶାଳାର ବାହାରପଟକୁ ଦୁଇଟି ପାଠାଗାର ରହିଛି । ଏହା ମଧ୍ୟ ପ୍ରଥମେ ନିର୍ମିତ ମନ୍ଦିରର ଅଂଶ ନଥିବା ଅନୁମାନ କରାଯାଏ । ଦ୍ୱିତୀୟ ସୋପାନରୁ ଉପରକୁ ମନ୍ଦିରର କାନ୍ଥରେ ଅନେକ ଦେବତାଙ୍କ ଚିତ୍ର ରହିଛି । ମେରୁ ପର୍ବତର ଚାରିପଟେ ରହିଥିବା ସମୁଦ୍ରର ପ୍ରଭାବ ସୃଷ୍ଟି କରିବା ପାଇଁ ପୂର୍ବେ ୧୦୦ ମି. × ୧୧୫ ମି. ଆକାରବିଶିଷ୍ଟ ଦ୍ୱିତୀୟ ସୋପାନର ବାଡକୁ ଜଳପୂର୍ଣ୍ଣ କରି ରଖାଯାଇ ଥାଇପାରେ ବୋଲି ଅନୁମାନ କରାଯାଏ । ମୁଖ୍ୟ ମନ୍ଦିରକୁ ଚଢିବା ପାଇଁ ଥିବା ପାହାଚ ଆକାରରେ କମ୍ ଓସାରିଆ ଓ ଢାଲୁଆ । “ଦେବତାମାନେ ବସବାସ କରୁଥିବା ପର୍ବତ ଚଢିବା କଷ୍ଟସାଧ୍ୟ” ବୋଲି ଏପରି ଛୋଟ ଓ ଢାଲୁଆ ପାହାଚ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ଭିତର ପାଖର ଚିତ୍ରଶାଳାକୁ “ବକାନ” ବୋଲି କୁହାଯାଏ । ଚିତ୍ରଶାଳାର ଛାତରେ ଗରୁଡ ବା ସିଂହର ମୁହଁ ଓ ସାପର ଦେହବିଶିଷ୍ଟ ପ୍ରାଣୀଦ୍ୱାରା ସଜ୍ଜିତ ହୋଇଛି । ମଧ୍ୟ ମନ୍ଦିରର ଶିଖର ପାର୍ଶ୍ୱ ମନ୍ଦିରମାନଙ୍କଠାରୁ ଉଚ୍ଚତର ଓ ଭୂମିରୁ ପ୍ରାୟ ୬୫ ମିଟର ବା ୨୧୩ ଫୁଟ୍ ଉଚ୍ଚ । ମଧ୍ୟ ମନ୍ଦିରର ଶିଖର ତଳେ ପ୍ରଥମେ ବିଷ୍ଣୁଙ୍କ ଆସ୍ଥାନ ଥିଲା । ଏହି ଆସ୍ଥାନଟି ସବୁ ଦିଗକୁ ଖୋଲୁଥିଲା । | ବକାନ | ai4bharatIndicQA |
ସିନ୍ଧୁ ବିବାଦର ଶୀଘ୍ର ସମାଧାନ ନେଇ କାହାର ଆଶା ପୂରଣ ହୋଇପାରିଲା ନାହିଁ ? | କିନ୍ତୁ ସିନ୍ଧୁ ବିବାଦର ଆଶୁ ସମାଧାନକୁ ଚାହିଁ ବସିଥିବା ୟୁଗିନ୍ଙ୍କ ଆଶା ପୂରଣ ହେଲା ନାହିଁ । ଉଭୟ ପକ୍ଷ ଜଳ ଆବଣ୍ଟନକୁ ନେଇ ରାଜି ହୋଇଯିବେ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଥିବା ବେଳେ, ଭାରତ କିମ୍ବା ପାକିସ୍ତାନ କେହି ନିଜ ଜିଦରୁ ହଟିଲେ ନାହିଁ । ସିନ୍ଧୁ ଅବବାହିକାର ଜଳ ଉପରେ ପାକିସ୍ତାନର ପାରମ୍ପରିକ ଅଧିକାର ରହିଛି ଓ ଏହା ବିନା ପଶ୍ଚିମ ପଞ୍ଜାବ ଶୁଷ୍କଭୂମିରେ ପରିଣତ ହେବାର ଆଶଙ୍କା ରହିଛି ବୋଲି ପାକିସ୍ତାନ ଯୁକ୍ତି ବାଢ଼ିଥିବା ବେଳେ ଭାରତ ମତ ରଖିଲା ଯେ ଭବିଷ୍ୟତରେ କିପରି ଜଳ ବିତରଣ କରାଯିବ ତାହା ଅତୀତରେ ଘଟିଥିବା ଜଳ ବିତରଣ ଧାର୍ଯ୍ୟ କରିପାରିବ ନାହିଁ । ଭାରତୀୟ ପକ୍ଷ ଆଉ ଏକ ପ୍ରସ୍ତାବ ଦେଲା ଯେ ସିନ୍ଧୁ ଅବବାହିକାର ସମସ୍ତ ପଶ୍ଚିମ ପଟର ଉପନଦୀ ଉପରେ ପାକିସ୍ତାନର ଓ ପୂର୍ବ ପଟର ଉପନଦୀ ଉପରେ ଭାରତର ପୂର୍ଣ୍ଣ ଅଧିକାର ରହୁ । ଯେଉଁ ରାଜନୈତିକ ପ୍ରସଙ୍ଗକୁ ଅଲଗା ରଖି ୟୁଗିନ୍ ଏହି ସମସ୍ୟାର ସମାଧାନ ଚାହିଁଥିଲେ ସେହି ପ୍ରସଙ୍ଗର ଚାପରେ ବୈଷୟିକ ଓ ଯାନ୍ତ୍ରିକ ଶିକ୍ଷା ଜନିତ ଆଲୋଚନା ଦବିଗଲା । ଆଲୋଚନାରେ ଅଗ୍ରଗତି ହେଉନଥିବାରୁ ବିଶ୍ୟବ୍ୟାଙ୍କ ହତାସ ହୋଇପଡ଼ିଲା । ପ୍ରଥମେ ବୈଷୟିକ ସମସ୍ୟା ପରି ବୋଧ ହେଉଥିବା ଓ ଶୀଘ୍ର ସମାଧାନ ଦିଗକୁ ଯାଇପାରିବା ବିଷୟ ଜଟିଳତର ହୋଇଯାଇଥିଲା । ଯୋଜନାର କାର୍ଯ୍ୟାରମ୍ଭ ଦୂରରେ ଥାଉ, ଭାରତ ଓ ପାକିସ୍ତାନ ଆବଣ୍ଟନର ବୈଷୟିକ ପ୍ରସଙ୍ଗମାନଙ୍କ ଉପରେ ମଧ୍ୟ ସହମତ ହେଲେ ନାହିଁ । ଦୁଇ ବର୍ଷ ଧରି ଆଲୋଚନା ଚାଲିଲା ପରେ ୧୯୫୪ ମସିହାରେ ବିଶ୍ୱବ୍ୟାଙ୍କ ନିଜ ସୀମିତ ଭୂମିକାରୁ ଉପରକୁ ଉଠି ଏକ ପ୍ରସ୍ତାବ ରଖିଲା । ସିନ୍ଧୁ ନଦୀର ତିନି ପୂର୍ବ ଉପନଦୀ ଉପରେ ଭାରତର ଓ ପଶ୍ଚିମ ପଟର ୩ ନଦୀ ଉପରେ ପାକିସ୍ତାନର ଅଧିକାର ରହୁ ଓ କେନାଲ୍ ନିର୍ମାଣ କରି ମିଳୁନଥିବା ଜଳର ଆବଶ୍ୟକତା ପୂରଣ କରାଯାଉ ବୋଲି ବିଶ୍ୟବ୍ୟାଙ୍କ ପ୍ରସ୍ତାବ ରଖିଲା । ବିଶ୍ୱବ୍ୟାଙ୍କର ପ୍ରସ୍ତାବକୁ ଭାରତୀୟ ପକ୍ଷ ମାନିଲା କିନ୍ତୁ ପାକିସ୍ତାନ ଅସହମତ ହୋଇ ରହିଲା । ବିଶ୍ୱବ୍ୟାଙ୍କ ପୂର୍ବ ତିନି ନଦୀ ଭାରତକୁ ଓ ପଶ୍ଚିମ ତିନି ନଦୀ ପାକିସ୍ତାନକୁ ଆବଣ୍ଟିତ କଲା ଓ ଏହି ଆବଣ୍ଟନରେ ଅତୀତରେ ହୋଇଥିବା ବିତରଣକୁ ଉପେକ୍ଷା କରାଗଲା । ପଶ୍ଚିମ ପଞ୍ଜାବର କିଛି ଅଂଶ ମରୁଭୂମି ପାଲଟିଯିବା ଆଶଙ୍କା ଆବଣ୍ଟନରେ ପାକିସ୍ତାନର ପକ୍ଷକୁ ଦୁର୍ବଳ କରୁଥିଲା । | ୟୁଗିନ୍ଙ୍କ | ai4bharatIndicQA |
କେଉଁ ଦେଶକୁ ପ୍ରଥମେ ସିନ୍ଧୁ ନଦୀ ପ୍ରକଳ୍ପ କାମ ଦେବାକୁ ଚାହିଁଥିଲା ବିଶ୍ବ ବ୍ୟାଙ୍କ ? | କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । [୩୪][୩୫] ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । [୩୬]୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । [୩୭]ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । [୩୮] ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ । | ଭାରତକୁ | ai4bharatIndicQA |
୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଜଞ୍ଜିର୍ ଚଳଚ୍ଚିତ୍ରରେ ମୁଖ୍ୟନାୟକ ଚରିତ୍ରରେ କିଏ ଅଭିନୟ କରିଥିଲେ? | ନିର୍ଦ୍ଦେଶକ ପ୍ରକାଶ ମେହରା ତାଙ୍କ ଜଞ୍ଜିର୍ (୧୯୭୩) ଚଳଚ୍ଚିତ୍ରର ମୁଖ୍ୟନାୟକର ଚରିତ୍ରରେ ଅଭିନୟ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭ ଇନ୍ସ୍ପେକ୍ଟର୍ ବିଜୟ ଖନ୍ନା ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ଚଳଚ୍ଚିତ୍ରଗୁଡ଼ିକର ସମ୍ପୂର୍ଣ୍ଣ ବିପରୀତ ଥିଲା । ଏଥିରେ ଅଭିନୟ ପରେ ଅମିତାଭ ଏକ ନୂତନ ବ୍ୟକ୍ତିତ୍ୱ — ବଲିଉଡ୍ର ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଭାବେ ପରିଚିତି ଲାଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ଅଭିନୟ ଫିଲ୍ମ୍ଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନୟ ଭାବେ ମନୋନୀତ ହୋଇଥିଲା । ସେ ସମୟରେ ଏହି ଚଳଚ୍ଚିତ୍ରଟି ଖୁବ୍ ସଫଳତା ଲାଭ କରିଥିଲା ଏବଂ ସେ ବର୍ଷ ଏହାର ଆୟ ସର୍ବାଧିକ (₹୬୦ ନିୟୁତ) ଥିଲା । ଏହି ଚଳଚ୍ଚିତ୍ର ପରେ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଷ୍ଟାର୍ ହୋଇଯାଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବଚ୍ଚନ ବଲିଉଡ୍ର ଜଣେ ଆଗଧାଡ଼ିର କଳାକାର ହୋଇ ରହିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ସେ ତାଙ୍କର ପ୍ରଥମ ଫିଲ୍ମ୍ଫେୟାର୍ ଆୱାର୍ଡ଼୍ ଜିତିଥିଲେ । ୧୯୭୩ ମସିହାରେ ସେ ଜୟା ଭାଦୁରିଙ୍କୁ ବିବାହ କରିଥିଲେ ଏବଂ ଏହାପରେ ସେ ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଓ ଜୟା ଏକାଠି ଅଭିନୟ କରିଥିଲେ । ବିବାହର ମାତ୍ର ଏକ ମାସ ପରେ ମୁକ୍ତିଲାଭ କରିଥିବା ଅଭିମାନ୍ ଚଳଚ୍ଚିତ୍ରରେ ମଧ୍ୟ ଦୁହେଁ ଏକାଠି ଅଭିନୟ କରିଥିଲେ । | ଅମିତାଭ ବଚ୍ଚନ | ai4bharatIndicQA |
କେଉଁ ଶତାବ୍ଦୀର ଆରମ୍ଭରେ, ଅଧିକାଂଶ ଭାରତୀୟ ରାଜ୍ୟ ପୂର୍ବ ଇଣ୍ଡିଆ କମ୍ପାନୀର ଅଧୀନରେ ଥିଲେ? | ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ବେଳକୁ ଭାରତର ପ୍ରାୟ ଅଧିକାଂଶ ରାଜ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନାଧୀନ ହୋଇସାରିଥଲା । ବିଭିନ୍ନ ରାଜ୍ୟରେ ସମାଜର ଚଳଣୀ ଓ ସଂସ୍ଥାପନା ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଆଇନ ଓ ବିଚାର ବ୍ୟବସ୍ଥା ଥିଲା । ଏହି ବିଭିନ୍ନତା ଓ ପାର୍ଥକ୍ୟ ଇଂରେଜ ମାନଙ୍କର ପସନ୍ଦ ହେଲାନାହିଁ । ଫଳରେ ସେମାନେ ସାରା ଭାରତରେ ଏକ ପ୍ରକାରର ଆଇନର ପ୍ରଚଳନ କରିବା ଉଦ୍ଦେଶ୍ୟରେ ଏକ ଭାରତୀୟ ଫୌଜଦାରୀ ଦଣ୍ଡବିଧି ଆଇନର ପରିକଳ୍ପନା କଲେ ଓ ଲର୍ଡ ରବର୍ଟ ମାକଲେଙ୍କ ଅଧକ୍ଷତାରେ ଏକ କମିଶନ ବସାଇଲେ । [୧][୨] ଏହି କମିଶନ ଦୀର୍ଘ ୪ ବର୍ଷ ଭାରତର ପ୍ରତ୍ୟେକ ରାଜ୍ୟ ଭ୍ରମଣ କରି ଓ ଆଇନ ସମ୍ପର୍କିତ ବିଧିବ୍ୟବସ୍ଥାର ଅନୁଧାନ କରି ୧୮୩୭ ମସିହାରେ ଏହି ଚିଠା ଆଇନଟିକୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆନ କାଉନସିଲଙ୍କ ପାଖରେ ଦାଖଲ କରିଥଲେ । ମାତ୍ର ଏହି ଚିଠା ଆଇନଟି ଗ୍ରହଣଯୋଗ୍ୟ ନୁହେଁ ବୋଲି ସ୍ୱୟଂ ଇଷ୍ଟ ଇଣ୍ଡିଆ କମ୍ପାନୀ ମତ ଦେବାରୁ ଏହା ସ୍ୱୀକୃତ ହୋଇପାରିଲା ନାହିଁ । ୧୮୫୭ ମସିହାରେ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ (ଯାହାକି ‘‘ସିପାହୀ ବିଦ୍ରୋହ ବୋଲି ନାମିତ) ପରେ ଭାରତର ଶାସନ ବ୍ୟବସ୍ଥା ଇଂରେଜ ସରକାର ନିଜ ହାତକୁ ନେଲେ ଓ ୧୮୬୦ ମସିହା ଅକ୍ଟୋବର ମାସ ୬ ତାରିଖରେ ଏହି ଚିଠା ଆଇନଟି ଗଭର୍ଣ୍ଣର ଜେନେରାଲଙ୍କ ସ୍ୱୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହେଲା ଓ ୧.୧.୧୮୬୨ ତାରିଖରୁ ଭାରତରେ କାର୍ଯ୍ୟକାରୀ ହେଲା । ଭାରତୀୟ ଦଣ୍ଡ ସଂହିତା(Indian Penal Code,1860)ପ୍ରକାରେ ସାଧାରଣ ଭାବରେ ଅପରାଧର ଅର୍ଥ ହେଲା ମନ୍ଦ ଅଭିପ୍ରାୟ ରଖି ରାଜ୍ୟର, ସର୍ବସାଧାରଣଙ୍କର ବା କୌଣସି ବ୍ୟକ୍ତି ବିଶେଷଙ୍କର ଧନ, ଜୀବନ ଓ ସମ୍ମାନ ଉପରେ ଆଞ୍ଚ ଆଣିଲା ଭଳି କାର୍ଯ୍ୟ କରିବା ଏବଂ ଏହିଭଳି କାର୍ଯ୍ୟ ରାଜ୍ୟଦ୍ୱାରା ପ୍ରଣୀତ କୌଣସି ଏକ ଆଇନଦ୍ୱାରା ଦଣ୍ଡନୀୟ ହୋଇଥବା ଦରକାର । ଅପରାଧ ବିଜ୍ଞାନ ଅନୁସାରେ ଅପରାଧର ଚାରୋଟି ଅବସ୍ଥା । | ଅଷ୍ଟାଦଶ ଶତାବ୍ଦୀ | ai4bharatIndicQA |
ମନ୍ଦିରର କାନ୍ଥରେ କାହାର ଚିତ୍ର ରହିଛି ? | ଦ୍ୱିତୀୟ ଓ ଅନ୍ତଃ ଚିତ୍ରଶାଳାର ବାହାରପଟକୁ ଦୁଇଟି ପାଠାଗାର ରହିଛି । ଏହା ମଧ୍ୟ ପ୍ରଥମେ ନିର୍ମିତ ମନ୍ଦିରର ଅଂଶ ନଥିବା ଅନୁମାନ କରାଯାଏ । ଦ୍ୱିତୀୟ ସୋପାନରୁ ଉପରକୁ ମନ୍ଦିରର କାନ୍ଥରେ ଅନେକ ଦେବତାଙ୍କ ଚିତ୍ର ରହିଛି । ମେରୁ ପର୍ବତର ଚାରିପଟେ ରହିଥିବା ସମୁଦ୍ରର ପ୍ରଭାବ ସୃଷ୍ଟି କରିବା ପାଇଁ ପୂର୍ବେ ୧୦୦ ମି. × ୧୧୫ ମି. ଆକାରବିଶିଷ୍ଟ ଦ୍ୱିତୀୟ ସୋପାନର ବାଡକୁ ଜଳପୂର୍ଣ୍ଣ କରି ରଖାଯାଇ ଥାଇପାରେ ବୋଲି ଅନୁମାନ କରାଯାଏ । ମୁଖ୍ୟ ମନ୍ଦିରକୁ ଚଢିବା ପାଇଁ ଥିବା ପାହାଚ ଆକାରରେ କମ୍ ଓସାରିଆ ଓ ଢାଲୁଆ । “ଦେବତାମାନେ ବସବାସ କରୁଥିବା ପର୍ବତ ଚଢିବା କଷ୍ଟସାଧ୍ୟ” ବୋଲି ଏପରି ଛୋଟ ଓ ଢାଲୁଆ ପାହାଚ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ଭିତର ପାଖର ଚିତ୍ରଶାଳାକୁ “ବକାନ” ବୋଲି କୁହାଯାଏ । ଚିତ୍ରଶାଳାର ଛାତରେ ଗରୁଡ ବା ସିଂହର ମୁହଁ ଓ ସାପର ଦେହବିଶିଷ୍ଟ ପ୍ରାଣୀଦ୍ୱାରା ସଜ୍ଜିତ ହୋଇଛି । ମଧ୍ୟ ମନ୍ଦିରର ଶିଖର ପାର୍ଶ୍ୱ ମନ୍ଦିରମାନଙ୍କଠାରୁ ଉଚ୍ଚତର ଓ ଭୂମିରୁ ପ୍ରାୟ ୬୫ ମିଟର ବା ୨୧୩ ଫୁଟ୍ ଉଚ୍ଚ । ମଧ୍ୟ ମନ୍ଦିରର ଶିଖର ତଳେ ପ୍ରଥମେ ବିଷ୍ଣୁଙ୍କ ଆସ୍ଥାନ ଥିଲା । ଏହି ଆସ୍ଥାନଟି ସବୁ ଦିଗକୁ ଖୋଲୁଥିଲା । | ସାପ | ai4bharatIndicQA |
ଭାରତର ପଶ୍ଚିମ ସୀମାରେ କେଉଁ ନଦୀ ପ୍ରବାହିତ ହେଉଛି ? | ଧୌଲାଗିରି (ଧବଳଗିରି)ର ପଶ୍ଚିମକୁ ଗଲେ ପଶ୍ଚିମ-ନେପାଳରେ କୌଣସି ମହତ୍ତ୍ୱପୂର୍ଣ୍ଣ ପର୍ବତ ନାହିଁ କିନ୍ତୁ ନେପାଳର ବୃହତ୍ତମ ହ୍ରଦ ରାରା ହ୍ରଦ ଏହି ଅଞ୍ଚଳରେ ରହିଛି । ତିବ୍ବତରୁ ବାହାରିଥିବା କର୍ଣ୍ଣାଳୀ ନଦୀ ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଛି । ଆଉ ପଶ୍ଚିମକୁ ଭାରତୀୟ ସୀମା ନିକଟରେ ସାରଦା ନଦୀ ପ୍ରବାହିତ ହେଉଛି । ଏଠାରେ ଚୀନକୁ ସଂଯୋଗ କରୁଥିବା ବାଣିଜ୍ୟ ପଥ ଓ ତିବ୍ବତୀୟ ଉଚ୍ଚଭୂମିର ଏକ ମୁଖ୍ୟ ଶୃଙ୍ଗ “ଗୁର୍ଲା ମାନ୍ଧାତା” ମଧ୍ୟ ରହିଛି । ମାନସରୋବର ହ୍ରଦର ଅପର ପାର୍ଶ୍ୱରେ କୈଳାସ ପର୍ବତ ରହିଛି । କୈଳାସ ପର୍ବତ ହିମାଳୟର ଅନେକ ମୁଖ୍ୟ ନଦୀର ଉତ୍ସ । ହିନ୍ଦୁ, ବୌଦ୍ଧ, ସୁଫି, ଜୈନ ଓ ବୋନ୍ପୋ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ପୂଜା କରାଯାଏ । | ସାରଦା ନଦୀ | ai4bharatIndicQA |
ସିନ୍ଧୁ ଜଳ ଚୁକ୍ତି କାହା ମଧ୍ୟ ରେ ହୋଇଥିଲା ? | ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । [୧][୨][୩] ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । [୪]ଏହି ବୁଝାମଣା ଅନୁସାରେ, ପୂର୍ବ ପଟର ୩ଟି ନଦୀରେ (ବେଆସ୍, ରାବୀ ଓ ଶତଲେଜ) ପ୍ରବାହିତ ବାର୍ଷିକ ୩.୩ କୋଟି ଏକର-ଫୁଟ୍ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା ଏବଂ ପଶ୍ଚିମ ପଟର ୩ଟି ନଦୀରେ (ସିନ୍ଧୁ, ଚେନାବ ଓ ଝେଲମ) ପ୍ରବାହିତ ବାର୍ଷିକ ୮ କୋଟି ଏକର-ଫୁଟ୍ ପାଣି ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଲା । [୫] ଏହି ଚୁକ୍ତିରେ ପାଣି ଆବଣ୍ଟନ ସମ୍ପର୍କିତ ପ୍ରସ୍ତାବ ଅଧିକ ବିବାଦୀୟ ଥିଲା । ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ନିୟନ୍ତ୍ରିତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ, ମତ୍ସ୍ୟ ପାଳନ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଲା । କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଭାରତକୁ କିଛି ନିୟମାବଳୀର ଅନୁସରଣ କରିବାକୁ ହେବ । ଭାରତ ଓ ପାକିସ୍ତାନର ମଧ୍ୟରେ ରହିଆସିଥିବା ଦୋଳାୟମାନ ସମ୍ପର୍କ ଯୋଗୁଁ ଯୁଦ୍ଧ ସମୟରେ ଭାରତ ସିନ୍ଧୁ ଓ ଅନ୍ୟ ନଦୀମାନଙ୍କ ଜଳକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରି ପାକିସ୍ତାନରେ ବନ୍ୟା ବା ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାକିସ୍ତାନର ଆଶଙ୍କା (ବା ଅଭିଯୋଗ) ରହିଆସିଛି । ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ । [୬][୭]ଚୁକ୍ତିର ଅନୁଚ୍ଛେଦ XII(୨) ଅନୁସାରେ ୧୯୬୦ ମସିହା ଅପ୍ରେଲ ପହିଲାଠାରୁ ଚୁକ୍ତି ଲାଗୁ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ସମ୍ବନ୍ଧୀୟ ବିବାଦ ବା ଯୁଦ୍ଧ ହୋଇନାହିଁ । ବିବାଦ କିମ୍ବା ଅସହମତିର ସ୍ଥିତି ଉପୁଜିଲେ ଚୁକ୍ତିର ନିୟମାବଳୀକୁ ଆଧାର କରି ମାମଲାର ବିଚାର କରାଯାଏ ଓ ବୁଝାମଣା ହୁଏ । [୮] ଆଧୁନିକ ସମୟରେ ବୁଦ୍ଧିଜୀବୀ ଓ ଗବେଷକ ମତ ଦିଅନ୍ତି ଯେ ଏହି ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନିୟମ ରହିବା କଥା କିନ୍ତୁ ତଥାପି ଜଳ ଆବଣ୍ଟନ ପରିପ୍ରେକ୍ଷୀରେ ସିନ୍ଧୁ ଜଳ ଚୁକ୍ତିକୁ ବିଶ୍ୱର ସଫଳ ଚୁକ୍ତିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । | ଭାରତ ଓ ପାକିସ୍ତାନ | ai4bharatIndicQA |
କିଛି ଲୋକଙ୍କ ରାୟରେ ଏହା କେଉଁ ଶାଳୀରେ ହେବାର ଥିଲା? | ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ୱିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ୱୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । | ପ୍ରାଚୀନ | ai4bharatIndicQA |
ସେ କେତେ ମସିହାରେ ପରିବାରର ସହଯୋଗରେ ସ୍ବାଧୀନ ଭାବେ ଲେଖାଲେଖି ଆରମ୍ଭ କଲେ? | ନାରାୟଣ ଶିକ୍ଷକତାରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ତାଙ୍କୁ ପ୍ରଧାନ ଶିକ୍ଷକ ନକରି ଏକ ଶାରିରୀକ ଶିକ୍ଷକ କରିବାରୁ ସେ ଶିକ୍ଷକତା ଛାଡିଥିଲେ ଏବଂ ଅନୁଭବ କରିଥିଲେ ଯେ ସେ ଲେଖିବା ଜୀବନ ଆରମ୍ଭ କରିବେ । ତାଙ୍କର ପ୍ରଥମ ଲେଖା ଥିଲା “ Development of Maritime Law’s of 17th century of England”। ତାପରେ ସେ ଖବର କାଗଜ ଓ ପତ୍ରିକା ପାଇଁ ସ୍ଥାନୀୟ ଗଳ୍ପ ଲେଖିଥିଲେ । ସେଥିରେ ସେ ଭଲ ସଫଳତା ନପାଇବାରୁ ନିଜ ପରିବାର ସହଯୋଗରେ ସ୍ୱାଧୀନଭାବେ ନିଜ ଅନୁଭୂତିରେ ଲେଖିବା ଆରମ୍ଭ କଲେ ୧୯୩୦ ମସିହାରେ । ତାଙ୍କର ପ୍ରଥମ ଉପନ୍ୟାସ Swami and Friends ଯାହାକି ଛପା ଯାଇ ପାରି ନଥିଲା । | ୧୯୩୦ ମସିହାରେ | ai4bharatIndicQA |
ଯାନର ଉଚ୍ଚତା କ’ଣ? | ଜିଏସଏଲଭି ଇସ୍ରୋଦ୍ୱାରା ନିର୍ମିତ ସର୍ବବୃହତ ଉତକ୍ଷେପଣଯାନ । ଏହକୁ ଇନସାଟ୍, ଜିସାଟ୍, ଏଡୁସାଟ୍ ପରି ଓଜନିଆ ଉପଗ୍ରହ ଉତକ୍ଷେପଣ କରିବାରେ ବ୍ୟବହାର କରାଯାଇଅଛି । ଏହାର ଉଚ୍ଚତା ୪୯.୧୩ ମିଟର । ଏହା ତିନୋଟି ସୋପାନରେ ୫୦୦୦ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍କୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ । ପ୍ରଥମ ସୋପନଟି ୩ଟି ତରଳ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍-ଅନ ବୁଷ୍ଟର୍ ସହ ସଂଯୁକ୍ତ । ୧୩୮ କିଲୋଗ୍ରାମ୍ ବିଶିଷ୍ଟ ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । | ୪୯.୧୩ ମିଟର | ai4bharatIndicQA |
ସ୍ଥାୟୀ ସିନ୍ଧୁ କମିଶନ ବର୍ଷରେ କେତେ ଥର ପ୍ରକଳ୍ପର ବିକାଶ ନେଇ ଆଲୋଚନା କରନ୍ତି? | ଚୁକ୍ତି ଅନୁସାରେ ଉଭୟ ଦେଶ ଜଳର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା କରିବାକୁ ରାଜି ହେଲେ । ଚୁକ୍ତି ଅନୁସାରେ ସ୍ଥାୟୀ ସିନ୍ଧୁ ଆୟୋଗ (Permanent Indus Commission – ପିଆଇସି) ପ୍ରତିଷ୍ଠିତ ହେଲା ଯେଉଁଥିରେ ଭଭୟ ଦେଶ ପକ୍ଷରୁ ଜଣେ ଲେଖାଏଁ ପ୍ରତିନିଧି (କମିଶନର) ରହିଲେ । ଭବିଷ୍ୟତରେ ଜଳ ଆବଣ୍ଟନ ନେଇ କୌଣସି ବିବାଦ ବା ମତଭେଦ ହେଲେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାର କରି ଏହାର ସମାଧାନ କରିବା ଉକ୍ତ ଆୟୋଗର ଲକ୍ଷ୍ୟ । ଚୁକ୍ତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ (୧୯୬୫, ୧୯୭୧ ଓ ୧୯୯୯) ହୋଇଥିଲେ ହେଁ ଆୟୋଗ ତିଷ୍ଠି ରହିଛି ଓ ପୂର୍ବବତ୍ ବିବାଦର ସମାଧାନ କରିବାର କାର୍ଯ୍ୟ କରୁଛି । ବର୍ଷକୁ ଥରେ ଆୟୋଗର ବୈଠକ ହୁଏ ଯେଉଁଥିରେ ସିନ୍ଧୁ ନଦୀ ବ୍ୟବସ୍ଥାର ବିକାଶ, ଜଳ ବିନିଯୋଗରେ ସମନ୍ୱୟ ପନ୍ଥା ଏବଂ ସମ୍ଭାବ୍ୟ ବିବାଦର ଦୂରୀକରଣ ପ୍ରଭୃତି ପ୍ରସଙ୍ଗ ଆଲୋଚିତ ହୋଇଥାଏ । ଉଭୟ ପକ୍ଷ ଅପର ପକ୍ଷକୁ ନିର୍ମାଣ କାର୍ଯ୍ୟ ବା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଜଣାଇବାକୁ ବାଧ୍ୟ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉ ବା ସୌହାର୍ଦ୍ୟପୂର୍ଣ୍ଣ ରହୁ, କିନ୍ତୁ ଆୟୋଗର ବାର୍ଷିକ ପରିଦର୍ଶନ ଓ ତଥ୍ୟ ବିନିମୟ ଧାରା ବଜାୟ ରହିଥାଏ । ସଲାଲ ଜଳବିଦ୍ୟୁତ୍ ପ୍ରକଳ୍ପ (ନଦୀବନ୍ଧ ଯୋଜନା) ଉଭୟ ଦେଶର ସହମତି ପରେ ନିର୍ମିତ ହୋଇଥିଲା । [୧୯] କିନ୍ତୁ ଅନେକ ଆଲୋଚନା ପରେ ମଧ୍ୟ ତୁଲ୍ବୁଲ୍ ପ୍ରକଳ୍ପର ନିର୍ମାଣ ପାଇଁ ବିଗତ ଅନେକ ଦଶନ୍ଧି ଧରି ସହମତି ହାସଲ ହୋଇନାହିଁ । [୨୦] ଅସହମତି ସ୍ଥିତିରେ ମଧ୍ୟସ୍ତତା କରିବା ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟ (Permanent Court of Arbitration – ପିସିଏ) ବା କୌଣସି ନିରପେକ୍ଷ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ାଯାଇଥାଏ । ଅତୀତରେ ବଗ୍ଲିହାର ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ ପାଇଁ ବିଶେଷଜ୍ଞଙ୍କ ରାୟ ଏବଂ କିଶନଗଙ୍ଗା ଜଳବିଦ୍ୟୁତ୍ ପ୍ରକଳ୍ପର ମଞ୍ଜୁରୀ ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟର ଆଦେଶ ଲୋଡ଼ା ଯାଇଥିଲା । [୨୧][୨୨][୨୩] ପାକିସ୍ତାନ ଭାରତର ଜାମୁ ଓ କାଶ୍ମୀରରେ ୮୫୦ ମେଗାୱାଟ୍ କ୍ଷମତାସମ୍ପନ୍ନ ରାଟଲେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଆସୁଛି । | ବର୍ଷକୁ ଥରେ | ai4bharatIndicQA |
କିଏ କହିଲେ, ‘ଆଜି ତୋତେ ସବୁ ଦେଇ ମୁଁ ଫକିର ହେଲି' ? | ଦେହତ୍ୟାଗର ଛ’ ସାତ ଦିନ ପୂର୍ବେ ସେ ପାଞ୍ଜି ଦେଖି ମହାପ୍ରସ୍ଥାନ ପାଇଁ ଦିନ ସ୍ଥିର କଲେ । ଶ୍ରାବଣ ସଂକ୍ରାନ୍ତି, ତିନି ଚାରି ଦିନ ମାତ୍ର ବାକି । ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କୁ ନିଜ ଶଯ୍ୟାପାର୍ଶ୍ୱକୁ ଡାକିଲେ ଏବଂ ଦ୍ୱାର ବନ୍ଦ କରିବାକୁ କହିଲେ । କୋଠରୀଟି ନିସ୍ତବ୍ଧତାରେ ଭାରାକ୍ରାନ୍ତ । ନରେନ୍ଦ୍ରଙ୍କୁ ସମ୍ମୁଖରେ ବସିବାକୁ ଇଙ୍ଗିତ କରି ସେ ନରେନ୍ଦ୍ରଙ୍କ ଆଖି ଉପରେ ଦୃଷ୍ଟି ନିବଦ୍ଧ କରି କ୍ରମେ ସମାଧିସ୍ଥ ହେଲେ । ସେତେବେଳେ ନରେନ୍ଦ୍ର ଅନୁଭବ କଲେ-ଶ୍ରୀରାମକୃଷ୍ଣଙ୍କ ଦେହରୁ ଯେପରି ଗୋଟିଏ ସୂକ୍ଷ୍ମ ତେଜରଶ୍ମି ତାଙ୍କ ଭିତରକୁ ଆସି ପ୍ରବେଶ କରୁଛି । କ୍ରମେ ବାହ୍ୟ ଚେତନା ବିଲୁପ୍ତ ହୋଇ ତାଙ୍କ ମନ ଗଭୀର ସମାଧିରେ ଲୀନ ହୋଇଗଲା । ବହୁ ସମୟ ପରେ ନରେନ୍ଦ୍ରଙ୍କ ବାହ୍ୟ ଚେତନା ଫେରି ଆସିଲା । ଶ୍ରୀରାମକୃଷ୍ଣ କହିଲେ, ‘ଆଜି ତୋତେ ସବୁ ଦେଇ ମୁଁ ଫକିର ହେଲି । | ।ଶ୍ରୀରାମକୃଷ୍ଣ | ai4bharatIndicQA |
କେଉଁ ରୋଗ ର ନିରାକରଣ ପାଇଁ ରକ୍ତ ସ୍ଲାଇଡ୍ ପରୀକ୍ଷା ଏବଂ ଆଣ୍ଟିଜେନ୍ ଆଧାରିତ ଦ୍ରୁତ ନିର୍ଣ୍ଣୟ ପରୀକ୍ଷା ଜରୁରୀ ? | ନିଧାର୍ୟ୍ୟ ଭାବରେ ମ୍ୟାଲେରିଆ ରୋଗର ଚିହ୍ନଟ ନିମନ୍ତେ ରକ୍ତର ସ୍ଲାଇଡ ପରୀକ୍ଷା ଓ ଆଣ୍ଟିଜେନ ଆଧାରିତ ଶିଘ୍ର ନିର୍ଣ୍ଣୟ ପରୀକ୍ଷା (rapid diagnostic tests ବା RDT ) ଆବଶ୍ୟକ । ରକ୍ତ ଫିଲ୍ମ ସ୍ଲାଇଡ ପରୀକ୍ଷା ବହୁଳ ଭାବରେ କି ସହର କି ଗ୍ରାମ ସବୁଠାରେ ବ୍ୟବହାର ହୁଏ । ଏଥିରେ ମୂଖ୍ୟ ଅସୁବିଧା ହେଲା; ଅଣୁବିକ୍ଷଣ ଯନ୍ତ୍ରରେ ସ୍ଲାଇଡ ପରୀକ୍ଷା କରିବା ଲୋକର ଦକ୍ଷତା ଓ ଫିଲ୍ମରେ ଥିବା ପାରାସାଇଟ ସଂଖ୍ୟ । ସ୍ଲାଇଡରେ ଟୋପାଏ ରକ୍ତ ନେଇ ତାହାକୁ ଆଉ ଗୋଟିଏ ସ୍ଲାଇଡ ସାହାଯ୍ୟରେ ଟଣାଯାଇ ଫିଲ୍ମ୍ ତିଆରି କରାଯାଏ । ଫିଲ୍ମରେ କେଉଁଠି ବେଶୀ ପାରାସାଇଟ ଅଛି ତ କେଉଁଠି କମ । ସୁତରାଂ ସ୍ଲାଇଡ ପରୀକ୍ଷାର ପାରାସାଇଟ ନ ଥିଲେ ରୋଗ ନାହିଁ ବୋଲି ଧରାଯାଇ ପାରିବ ନାହିଁ । ଯଦି ଥାଏ, ତେବେ ରୋଗ ନିଶ୍ଚିତ ଅଛି । | ମ୍ୟାଲେରିଆ | ai4bharatIndicQA |
ଏକ ବର୍ଷ ପରେ କିଏ ତାଙ୍କୁ ଫିଲ୍ମରେ ତାଙ୍କର ପ୍ରଥମ ମୁଖ୍ୟ ଭୂମିକା ଦେଇଥିଲେ? | ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମାରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ଚେତନ ଆନନ୍ଦ ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମ ଗୁଡିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ କିଣି ନେଇଥିଲା । | ଚେତନ ଆନନ୍ଦ | ai4bharatIndicQA |
ହୋଇଥିବା ଚୁକ୍ତିନାମାର ନାମ କ'ଣ ଥିଲା ? | କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । ୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ । | ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି | ai4bharatIndicQA |
କେଉଁ ଜାତୀୟ ଉଦ୍ୟାନରେ ଲାଣ୍ଟାନା ଓ ପାର୍ଥେନିୟମ ଉଭିଦ ପରିପୂର୍ଣ୍ଣ ଅଟେ? | ଲାଣ୍ଟାନା, ପାର୍ଥେନିୟମ୍ ପ୍ରଭୃତି ଉଦ୍ଭିଦ ମାଡ଼ିଚାଲନ୍ତି ଓ ସାରା ବଣରେ ବ୍ୟାପିଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନର କିଛି ଅଂଶରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ମଧ୍ୟ ସମୟ ସମୟରେ ଜଙ୍ଗଲର କିଛି ଅଂଶ ସଫା କରି ସେଠାରେ ବସବାସ ବା କୃଷି କରନ୍ତି । କର୍ବେଟ୍ ଉଦ୍ୟାନରେ ଏପରି ୭୪ଟି ପରିବାର ବିଭିନ୍ନ ସ୍ଥାନରେ ୧୩.୬୨ ହେକ୍ଟର୍ ଜମିରେ ବସବାସ କରିବା ଦେଖାଯାଇଥିଲା । ଉଦ୍ୟାନ ଚାରିପଟେ ରହିଥିବା ଗାଁଗୁଡ଼ିକ ୩୦-୪୦ ବର୍ଷ ହେଲା ସ୍ଥାପିତ ହୋଇଛି ଓ ବର୍ତ୍ତମାନ ସମୟରେ ଆଉ କୌଣସି ନୂଆ ଗାଁ ଦେଖାଯାଇନାହିଁ । ଜାତୀୟ ଉଦ୍ୟାନର ଆଖପାଖରେ ଦ୍ରୁତ ହାରରେ ବଢ଼ୁଥିବା ଜନସଂଖ୍ୟା ଓ ଜନବସତି ଘନତା ଉଦ୍ୟାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାବଳ ବାଘ ଓ କଲରାପତରିଆ ବାଘମାନେ ଗୃହପାଳିତ ପଶୁ ମାରିବା ଓ ଖାଇବା ସ୍ଥାନୀୟ ଲୋକଙ୍କୁ ଉତ୍କ୍ଷିପ୍ତ କରିଦେଇଥାଏ ଓ ସେମାନେ ଏହି ପଶୁଙ୍କୁ ପାନେ ଦେବା ଉଦ୍ଦେଶ୍ୟରେ ଜଗି ରହିଥାନ୍ତି । ଉଦ୍ୟାନର ଦକ୍ଷିଣ ସୀମାରେ ଏକ ୧୨ କି.ମି. ଲମ୍ବା ପଥର ପାଚେରୀ ନିର୍ମାଣ କରାଯିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୀମାରେ ଲୋକଙ୍କ ଚାଷଜମି ଉଦ୍ୟାନର ସୀମାକୁ ଲାଗି ରହିଛି । ୨୦୦୮ ମସିହା ଅପ୍ରେଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority-NTCA) ଉଦ୍ୟାନରେ ଶିକାରୀ ପଶିଥିବା ଓ ଅବୈଧ ଶିକାର ହେଉଥିବାର ଚିନ୍ତା ପ୍ରକଟ କଲେ । ବିଭିନ୍ନ କ୍ଷେତ୍ର ନିରୀକ୍ଷଣ ପରେ ହେଉଥିବା ପ୍ରଣୟନ ହୋଇଥିବା କାର୍ଯ୍ୟବିଧି ଓ ଆଚରଣବିଧି ଅନୁସରଣ ହେଉନଥିବା ଜଣାପଡ଼ିଲା । ୨୦୦୬ ମସିହା ପରଠାରୁ ବାଘଙ୍କ ବିଷୟରେ ମାସିକ ରିପୋର୍ଟ୍ ଦିଆଯାଉନଥିବା ପଦାକୁ ଆସିଲା । ଏପରି ଭାବେ କାର୍ଯ୍ୟ ପରିଚାଳନା ହେଲେ ବାଘଙ୍କ ନିରୀକ୍ଷଣ ଓ ଅବୈଧ ଶିକାରୀଙ୍କ ପ୍ରତିରୋଧ ଅସମ୍ଭବ ବୋଲି NTCA ମତ ରଖିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରି ଉଦ୍ୟାନ ମଧ୍ୟରେ ଏକ ପକ୍କା ସଡ଼କ ନିର୍ମାଣ କରାଯାଇଛି । | କର୍ବେଟ୍ ଜାତୀୟ ଉଦ୍ୟାନ | ai4bharatIndicQA |
ଇସ୍ରୋଦ୍ୱାରା ନିର୍ମିତ ଜିଏସଏଲଭି କେତେ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍କୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ ? | ଜିଏସଏଲଭି ଇସ୍ରୋଦ୍ୱାରା ନିର୍ମିତ ସର୍ବବୃହତ ଉତକ୍ଷେପଣଯାନ । ଏହକୁ ଇନସାଟ୍, ଜିସାଟ୍, ଏଡୁସାଟ୍ ପରି ଓଜନିଆ ଉପଗ୍ରହ ଉତକ୍ଷେପଣ କରିବାରେ ବ୍ୟବହାର କରାଯାଇଅଛି । ଏହାର ଉଚ୍ଚତା ୪୯.୧୩ ମିଟର । ଏହା ତିନୋଟି ସୋପାନରେ ୫୦୦୦ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍କୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ । ପ୍ରଥମ ସୋପନଟି ୩ଟି ତରଳ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍-ଅନ ବୁଷ୍ଟର୍ ସହ ସଂଯୁକ୍ତ । ୧୩୮ କିଲୋଗ୍ରାମ୍ ବିଶିଷ୍ଟ ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । | ୧୩୮ କିଲୋଗ୍ରାମ୍ | ai4bharatIndicQA |
କେଉଁମାନଙ୍କୁ ଧରିବା ପାଇଁ ଜୋସଲେକର ବିଭିନ୍ନ ଉପାୟ ବ୍ୟବହାର କରିଥିଲେ ? | ପ୍ରଫେସର ଜୋସଲ୍କର ପରଗ୍ରହୀଙ୍କ ଉପରେ ଗବେଷଣା କରୁଥିବା ଜଣେ ବୈଜ୍ଞାନିକ । ସେ ପରୀମାନଙ୍କୁ ଧରିବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥିଲେ । ପରୀ ପାଖରେ ଥିଲା ସୂଚନା ଦେବା ପାଇଁ ଏକ ଯନ୍ତ୍ର ନିର୍ମାଣ କରିଥିଲେ ସେ, ଯାହା ସାହାଯ୍ୟରେ ସେ ପରୀକୁ ଖୋଜୁଥିଲେ । ପରୀମିଟର, ଅଦୃଶ୍ୟ ଜାଲ ଭଳି ଯନ୍ତ୍ର ମଧ୍ୟ ସେ ନିର୍ମାଣ କରିଥିଲା । ତା'ର ଅନେକ ଯନ୍ତ୍ରପାତିକୁ ଆଲ୍ତୁ ଭାଙ୍ଗିଦେବା ପରେ ସେ ରୋହିତର ସାହାଯ୍ୟ ନେଇ ସେମାନେ ପୁଣି ଏକ ନୂଆ ଗବେଷଣାଗାର ତିଆରି କରିଥିଲେ । ଏହା ପରେ ସେ ଦୀପକ ସହ ପରିଚିତ ହୋଇଥିଲା । ଦୀପକ ମଧ୍ୟ ତା'ର ଅନେକ ମନ୍ଦ ଉଦେଶ୍ୟରେ ସଫଳ ହେବା ପାଇଁ ଜୋସଲ୍କରଠାରୁ ଅନେକ ସାହାଯ୍ୟ ନେଇଥିଲା । ଜୋସଲ୍କର ମାନବ ଶରୀରକୁ ଅଧିକ ପ୍ରଖର କରାଇବା, ମାନବ ଶରୀରକୁ ଛୋଟ କରିବା ଭଳି ରସାୟନ ମିଶ୍ରଣମାନ ପ୍ରସ୍ତୁତ କରିଥିଲା । | ପରୀମାନଙ୍କୁ | ai4bharatIndicQA |
ପ୍ରଥମ ବ୍ରହ୍ମଲୀଳା କାହା ଦ୍ୱାରା କରାଯାଇଥିଲା ? | ସେହି ବିଶ୍ୱାସରେ ବ୍ରହ୍ମଲୀଳା ସମ୍ପନ୍ନ ହୋଇଥିଲା । ପ୍ରଥମ ବ୍ରହ୍ମଲୀଳା ବିଶର ମହାନ୍ତିଙ୍କଦ୍ୱାରା ହୋଇଥିଲା । ଦ୍ୱିତୀୟ ବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ହୋଇଥିଲା । ଖୁବ ଗୋପନରେ ଗଜପତିଙ୍କ ପରାମର୍ଶରେ ସେବକମାନେ ଖୋର୍ଦ୍ଧାଜିଲାର ଗଡ଼ମାଣତ୍ରୀରେ ବ୍ରହ୍ମଲୀଳା କରେଇଥିଲେ । ୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିଥିଲେ । | ବିଶର ମହାନ୍ତିଙ୍କଦ୍ୱାରା | ai4bharatIndicQA |
କେଉଁ ଶିଖ୍ ଗୁରୁ ସଂସ୍ଥା ପ୍ରତିଷ୍ଠା କରିଥିଲେ ? | ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ । ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ ''କାଳାତୀତ ଭାବଙ୍କ ସିଂହାସନ''। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି। ସ୍ୱର୍ଣ୍ଣମନ୍ଦିର ପ୍ରସାରରେ ଥିବା ଅକାଳ ତଖତ ପ୍ରମୁଖ ଅଟେ। | ହରଗୋବିନ୍ଦ | ai4bharatIndicQA |
ଭିତରର ସଂଲଗ୍ନ ଡ୍ରଇଂ ରୁମକୁ କଣ କୁହାଯାଏ ? | ଦ୍ୱିତୀୟ ଓ ଅନ୍ତଃ ଚିତ୍ରଶାଳାର ବାହାରପଟକୁ ଦୁଇଟି ପାଠାଗାର ରହିଛି । ଏହା ମଧ୍ୟ ପ୍ରଥମେ ନିର୍ମିତ ମନ୍ଦିରର ଅଂଶ ନଥିବା ଅନୁମାନ କରାଯାଏ । ଦ୍ୱିତୀୟ ସୋପାନରୁ ଉପରକୁ ମନ୍ଦିରର କାନ୍ଥରେ ଅନେକ ଦେବତାଙ୍କ ଚିତ୍ର ରହିଛି । ମେରୁ ପର୍ବତର ଚାରିପଟେ ରହିଥିବା ସମୁଦ୍ରର ପ୍ରଭାବ ସୃଷ୍ଟି କରିବା ପାଇଁ ପୂର୍ବେ ୧୦୦ ମି. × ୧୧୫ ମି. ଆକାରବିଶିଷ୍ଟ ଦ୍ୱିତୀୟ ସୋପାନର ବାଡକୁ ଜଳପୂର୍ଣ୍ଣ କରି ରଖାଯାଇ ଥାଇପାରେ ବୋଲି ଅନୁମାନ କରାଯାଏ । ମୁଖ୍ୟ ମନ୍ଦିରକୁ ଚଢିବା ପାଇଁ ଥିବା ପାହାଚ ଆକାରରେ କମ୍ ଓସାରିଆ ଓ ଢାଲୁଆ । “ଦେବତାମାନେ ବସବାସ କରୁଥିବା ପର୍ବତ ଚଢିବା କଷ୍ଟସାଧ୍ୟ” ବୋଲି ଏପରି ଛୋଟ ଓ ଢାଲୁଆ ପାହାଚ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ଭିତର ପାଖର ଚିତ୍ରଶାଳାକୁ “ବକାନ” ବୋଲି କୁହାଯାଏ । ଚିତ୍ରଶାଳାର ଛାତରେ ଗରୁଡ ବା ସିଂହର ମୁହଁ ଓ ସାପର ଦେହବିଶିଷ୍ଟ ପ୍ରାଣୀଦ୍ୱାରା ସଜ୍ଜିତ ହୋଇଛି । ମଧ୍ୟ ମନ୍ଦିରର ଶିଖର ପାର୍ଶ୍ୱ ମନ୍ଦିରମାନଙ୍କଠାରୁ ଉଚ୍ଚତର ଓ ଭୂମିରୁ ପ୍ରାୟ ୬୫ ମିଟର ବା ୨୧୩ ଫୁଟ୍ ଉଚ୍ଚ । ମଧ୍ୟ ମନ୍ଦିରର ଶିଖର ତଳେ ପ୍ରଥମେ ବିଷ୍ଣୁଙ୍କ ଆସ୍ଥାନ ଥିଲା । ଏହି ଆସ୍ଥାନଟି ସବୁ ଦିଗକୁ ଖୋଲୁଥିଲା । | ବିଷ୍ଣୁ | ai4bharatIndicQA |
କେଉଁ ନଦୀ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ ? | ପାକିସ୍ତାନ ଗଠିତ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ ଏହା ଯୋଗୁଁ ଉପରମୁଣ୍ଡ ଭାରତରେ ଥିଲେ ହେଁ ପାକିସ୍ତାନକୁ ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ସିଂହଭାଗ ଜଳ ମିଳିଲା । ପରିକଳ୍ପିତ ସିନ୍ଧୁ ଅବବାହିକା ଯୋଜନା (Indus Basin Project) ଅନୁସାରେ ଝେଲମ ନଦୀ ଉପରେ ମଙ୍ଗଳା ବନ୍ଧ ଏବଂ ସିନ୍ଧୁ ନଦୀ ଉପରେ ତର୍ବେଲା ବନ୍ଧ ଏବଂ କିଛି କ୍ଷୁଦ୍ର ସହାୟକ ନଦୀବନ୍ଧ ନିର୍ମିତ ହେବାର ଥିଲା । ପାକିସ୍ତାନର ଜଳ ଓ ଶକ୍ତି ଉନ୍ନୟନ ବିଭାଗ ଚସମା ଓ ଝେଲମ ଯୋଡ଼ ସେଚନ କେନାଲ୍ର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଂଯୁକ୍ତ କେନାଲ୍ ବାହାୱାଲପୁର ଓ ମୁଲତାନ ପର୍ଯ୍ୟନ୍ତ ଜଳ ଯୋଗାଣ କରିପାରେ । ରାୱଲପିଣ୍ଡି ନିକଟରେ ପାକିସ୍ତାନ ୨୭୪୩ ମିଟର୍ ଲମ୍ବା ଓ ୧୪୩ ମିଟର୍ ଉଚ୍ଚ ତର୍ବେଲା ନଦୀବନ୍ଧ ନିର୍ମାଣ କରିଛି ଯାହାର ଜଳଭଣ୍ଡାରର ଦୈର୍ଘ୍ୟ ୮୦ କିଲୋମିଟର୍ । ଡେରା ଇସ୍ମାଇଲ୍ ଖାନ ନିକଟସ୍ଥ ଚସମା ବ୍ୟାରେଜରୁ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଡେରା ଗାଜି ଖାନ ନିକଟସ୍ଥ ତୌନ୍ସା ବ୍ୟାରେଜରୁ ୧ ଲକ୍ଷ କିଲୋୱାଟ୍ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ତର୍ବେଲା ନଦୀବନ୍ଧ ସହାୟକ ହୋଇଥାଏ । ହାଇଦ୍ରାବାଦ (ସିନ୍ଧ) ନିକଟସ୍ଥ କୋଟ୍ରି ବ୍ୟାରେଜ ୯୧୫ ମିଟର୍ ଉଚ୍ଚ ଓ ଏହା କରାଚୀର ଅତିରିକ୍ତ ଜଳ ଆବଶ୍ୟକତାକୁ ପୂରଣ କରିଥାଏ । | ସିନ୍ଧୁ ନଦୀ | ai4bharatIndicQA |
କାର୍ବନ ଡାଇଅକ୍ସାଇଡ୍ ବାୟୁମଣ୍ଡଳକୁ କ’ଣ ରଖେ ? | ଗ୍ରହର ଚାରିପାଖରେ ଥିବା ବାୟୁକୁ ବାୟୁମଣ୍ଡଳ କୁହାଯାଏ । ମାଧ୍ୟାକର୍ଷଣ ଏହାକୁ ଧରି ରଖେ । ପୃଥିବୀର ବାୟୁମଣ୍ଡଳ ୭୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟ ଗ୍ୟାସମାନଙ୍କୁ ନେଇ ଗଠିତ । ବାୟୁ ହେଉଛି ଗ୍ୟାସ୍ମାନଙ୍କର ଏକ ମିଶ୍ରଣ । ବାୟୁମଣ୍ଡଳରେ ଓଜୋନ୍ ଗ୍ୟାସ ବିଶିଷ୍ଟ ଏକ ଓଜୋନ୍ ସ୍ତର ଅଛି । ସୂର୍ଯ୍ୟର ଅତିବାଇଗଣୀ ରଶ୍ମିକୁ ଓଜୋନ୍ ଶୋଷିନିଏ । ଅତିବାଇଗଣୀ ରଶ୍ମି ଜୀବନ ପାଇଁ ବିପଜ୍ଜନକ ହୋଇଥିବାରୁ ଓଜୋନ୍ ବିନା ଜୀବନ ସମ୍ଭବ ନୁହେଁ । ଉଲ୍କା ଓ କ୍ଷୁଦ୍ର ଗ୍ରହାଣୁ ସଂଘାତରୁ ମଧ୍ୟ ବାୟୁମଣ୍ଡଳ ପୃଥିବୀକୁ ରକ୍ଷା କରେ । କାରଣ ଏଗୁଡ଼ିକ ବାୟୁମଣ୍ଡଳରେ ଘଷି ହୋଇ ପୋଡ଼ିଯାଆନ୍ତି । ବାୟୁମଣ୍ଡଳ ପୃଥିବୀକୁ ଉଷ୍ଣ ରଖେ । ମିଥେନ୍, ଅଙ୍ଗାରକାମ୍ଳ ପରି ଗ୍ୟାସ୍ମାନେ ତାପକୁ ଧରିରଖି ପୃଥିବୀକୁ ଉଷ୍ଣ ରଖନ୍ତି । ଏହାକୁ ପ୍ରାକୃତିକ ସବୁଜ କୋଠରୀ ପ୍ରଭାବ କୁହାଯାଏ । ମଣିଷମାନେ ଜାରଣ ପ୍ରକ୍ରିୟା ସମ୍ବଳିତ କାରଖାନା ତିଆରି କରନ୍ତି । | ଉଷ୍ଣ | ai4bharatIndicQA |
କେଉଁ ପବନ ସାହାଯ୍ୟରେ ପାଗ ବଦଳୁଛି? | ଉତ୍ତପ୍ତ ବାୟୁ ଉପରକୁ ଉଠେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୋଇ ପୁଣି ତଳକୁ ଖସେ । ଏହାକୁ ପରିଚଳନ ସ୍ରୋତ କୁହାଯାଏ । ଉତ୍ତପ୍ତ ଓ ଶୀତଳ ବାୟୁ ପ୍ରଭାବରେ ପାଣିପାଗ ପରିବର୍ତ୍ତନ ହୁଏ । ପୃଥିବୀର ପ୍ରାୟ ସବୁ ପାଣିପାଗ ପାଇଁ ପରିଚଳନ ବାୟୁ ଦାୟୀ । ଜଳସ୍ତର ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୁଏ ଓ ଜଳୀୟବାଷ୍ପରେ ପରିଣତ ହୁଏ । ଜଳୀୟବାଷ୍ପ ବାୟୁମଣ୍ଡଳର ଉପରକୁ ଗତି କରେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୁଏ । | ଉତ୍ତପ୍ତ ଓ ଶୀତଳ | ai4bharatIndicQA |
ଓଲଟ ଚଉତିଶା କେଉଁ ଅକ୍ଷରରୁ ଆରମ୍ଭ ଓ କେଉଁ ଅକ୍ଷରରେ ଶେଷ ହୋଇଥାଏ? | କେହି କେହି ଓଡ଼ିଆ କବି ଓଲଟ ଚଉତିଶା ମଧ୍ୟ ରଚନା କରିଥିବାର ଦେଖିବାକୁ ମିଳିଥାଏ । ଏହା କ୍ଷରୁ ଆରମ୍ଭ ହୋଇ କରେ ଶେଷ ହୋଇଥାଏ । ଅନ୍ଧକବି ଭୀମ ଭୋଇ ଏହି ପରି କେତେକଚଉତିଶ ରଚନା କରିଥିଲେ । ପ୍ରାଚୀ ସମିତି ପ୍ରକାଶିତ ଚଉତିଶା ମଧୁଚକ୍ରରେ ଏହି ପରି କେତେ ଗୋଟି ଚଉତିଶା ଦେଖିବାକୁ ମିଳିଥାଏ । ବହୁ ଚଉତିଶା ଏଯାବତ ପ୍ରକାଶ ଲାଭ କରିନଥିବାରୁ ଏସବୁ କାଳ ନିରୂପଣ କରାଯାଇପାରିନାହିଁ । ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଚଉତିଶା ଲୋକପ୍ରିୟତା ହାସଲ କରିଥିଲା । ଏମାନଙ୍କ ମଧ୍ୟରେ କଳସା ଚଉତିଶା, କୋଇଲି ଚଉତିଶା ଆଦି ପ୍ରଧାନ । ପ୍ରାଚୀ ଓଡ଼ିଆ କାବ୍ୟମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଅଛି । | ବହୁ | ai4bharatIndicQA |
ସମୟ କ୍ରମେ କ'ଣ ବଢ଼ି ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେଲା? | କାଲାଗଡ଼ ନଦୀ ଉପରେ ବନ୍ଧ ନିର୍ମାଣ ଏହି ଅଭୟାରଣ୍ୟର ଇତିହାସରେ ଏକ ବିଶେଷ ଘଟଣା । କାରଣ ଏହି ବନ୍ଧ ଫଳରେ ୮୦ ବର୍ଗ କି.ମି. ପରିମିତ ଜଙ୍ଗଲ ପାଣିରେ ବୁଡ଼ିଗଲା । ଏହା ଫଳରେ ବାରାଶିଂଘା ଏହି ଅଞ୍ଚଳରୁ ଲୋପ ପାଇଗଲେ ଓ କୁଜି ହରିଣଙ୍କ ସଂଖ୍ୟା ଯଥେଷ୍ଟ କମିଗଲା । ତେବେ ନଦୀବନ୍ଧଦ୍ୱାରା ସୃଷ୍ଟ ଜଳାଶୟ ଯୋଗୁଁ ଜଳଜୀବଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ଶୀତଦିନରେ ଏହା ପ୍ରବାସୀ ପକ୍ଷୀଙ୍କୁ ମଧ୍ୟ ଆକର୍ଷିତ କରୁଛି । ଅଭୟାରଣ୍ୟର ଦକ୍ଷିଣ ସୀମାରେ ଓ ରାମନଗର-କାଶୀପୁର ରାଜପଥ କଡ଼ରେ ରହିଥିବା ଫିରୋଜପୁର ଓ ମାନପୁର ନାମକ ଦୁଇଟି ଗାଁ ୧୯୯୦ରୁ ୧୯୯୩ ମସିହା ମଧ୍ୟରେ ଖାଲି କରାଯାଇ ଏହାକୁ ବଫର୍ (ଅଣ-କୋର୍) ଅଞ୍ଚଳ ବୋଲି ବବେଚିତ କରାଗଲା । ଏହି ଦୁଇ ଗାଁର ଲୋକେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟଙ୍କ ଉପରେ ନିର୍ଭରଶୀଳ ଥିଲେ । ସମୟକ୍ରମେ ଏହି ଦୁଇ ଗାଁ ରହିଥିବା ସ୍ଥାନର ଜଙ୍ଗଲ ଓ ପରିବେଶ ସୁଧୁରିବାକୁ ଲାଗିଲା । ଲଟାବୁଦା, ଘାସ ଓ ଛୋଟବଡ଼ ଗଛ ବଢ଼ି ସମୟ କ୍ରମେ ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେବାରେ ଲାଗିଲା । ପରିତ୍ୟକ୍ତ ଚାଷଜମିରେ ତୃଣଭୂମି ସୃଷ୍ଟି ହେଲା ଓ ତାକୁ ଲାଗି ରହିଥିବା ଜଙ୍ଗଲର ଅବସ୍ଥା ସୁଧୁରିଲା । | ଲଟାବୁଦା, ଘାସ ଓ ଛୋଟବଡ଼ ଗଛ | ai4bharatIndicQA |
ଲଦାଖ ଅଞ୍ଚଳରେ ମୁଖ୍ୟତଃ କେଉଁ ଲୋକମାନେ ବାସ କରନ୍ତି ? | ସିନ୍ଧୁ ନଦୀର ଅଧିକାଂଶ ଭାଗ ପାକିସ୍ତାନରେ ପ୍ରବାହିତ ଏବଂ ପାକିସ୍ତାନ ଏକ ମୁସଲିମ୍ ଦେଶ ହୋଇଥିବାରୁ ସିନ୍ଧୁ ନଦୀ କୂଳରେ ବାସ କରୁଥିବା ସର୍ବାଧିକ ଲୋକ ଇସଲାମ ଧର୍ମାବଲମ୍ବୀ ବୋଲି କୁହାଯାଇପାରିବ । ତେବେ ଏମାନଙ୍କ ଜାତି, ଭାଷା ଓ ବର୍ଣ୍ଣରେ ବିବିଧତା ପରିଲକ୍ଷିତ ହୋଇଥାଏ । ନିଜର ଉପରାର୍ଦ୍ଧରେ ସିନ୍ଧୁ ନଦୀ ଲଦାଖ ଦେଇ ପ୍ରବାହିତ ହୋଇଛି । ସେହି ଅଞ୍ଚଳରେ ମୁଖ୍ୟତଃ ତିବ୍ବତୀୟ ବୌଦ୍ଧ ଓ ଇସଲାମପନ୍ଥୀ ଦାର୍ଦ ଲୋକମାନେ ବାସ କରନ୍ତି । ଲଦାଖ ପରେ ଏହା ଉତ୍ତର-ପାକିସ୍ତାନର ବାଲ୍ଟିସ୍ତାନକୁ ପ୍ରବେଶ କରିଛି ଓ ସ୍କାର୍ଦୁ ସହର ନିକଟଦେଇ ଅଗ୍ରସର ହୋଇଛି । ଦୁବୈର ବଜାର ନିକଟରେ ଦୁବୈର ବାଲାରୁ ଆସୁଥିବା ଏକ ନଦୀ ସିନ୍ଧୁ ସହିତ ମିଳିତ ହୋଇଛି । ଏହି ସ୍ଥାନର ଲୋକେ ମୁଖ୍ୟତଃ କୋହିସ୍ତାନୀ ଓ ସେମାନେ କୋହିସ୍ତାନୀ ଭାଷା କୁହନ୍ତି । କୋହିସ୍ତାନ ଜିଲ୍ଲାର ଦାସୁ, ପଟ୍ଟନ ଓ ଦୁବୈର ପ୍ରଭୃତି ସିନ୍ଧୁ ନଦୀ କୂଳରେ ଥିବା ପ୍ରମୁଖ ସହର । | ତିବ୍ବତୀୟ ବୌଦ୍ଧ ଓ ଇସଲାମପନ୍ଥୀ ଦାର୍ଦ | ai4bharatIndicQA |
କେତେ ମହିହାରେ ସିନ୍ଧୁ ନଦୀ ଜଳ ପ୍ରକଳ୍ପ ନେଇ ଭାରତ-ପାକିସ୍ତାନ ପ୍ରତିପକ୍ଷ ପୁନର୍ବାର ଆଲୋଚନା କରିଥିଲେ ? | କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । [୩୪][୩୫] ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । [୩୬]୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । [୩୭]ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । [୩୮] ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ । | ୧୯୬୦ ମସିହା ସେପ୍ଟେମ୍ବର ୧୯ | ai4bharatIndicQA |
ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ କେତୋଟି ପୁରୀ ଗଜପତିଙ୍କ ପାଖରେ ଅଛି? | ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ । | ଗୋଟେ | ai4bharatIndicQA |
ଯେତେବେଳେ ବନ୍ୟା ଜଳ ବର୍ଷେ , ସେତେବେଳେ ଇଣ୍ଡସ ନଦୀର ଏକ ଅଂଶ କେଉଁ ହ୍ରଦକୁ ପ୍ରବାହିତ ହୁଏ ? | ସିନ୍ଧୁ ନଦୀରେ ଜୁଆର ଆସିଲେ ନଦୀ ମୁହାଣରେ ବିପରୀତ ଦିଗରେ ପ୍ରବାହ ଘଟିଥାଏ । ତିବ୍ବତ, ଭାରତ ଓ ପାକିସ୍ତାନରେ ରହିଥିବା ହିମାଳୟ, କାରାକୋରମ ଓ ହିନ୍ଦୁକୁଶର ହିମସ୍ରୋତମାନେ ସିନ୍ଧୁ ନଦୀ ବ୍ୟବସ୍ଥାର ମୁଖ୍ୟ ଉତ୍ସ । ଋତୁଚକ୍ରର ପରିବର୍ତ୍ତନରେ ସିନ୍ଧୁ ନଦୀର ପ୍ରବାହରେ ମଧ୍ୟ ଭିନ୍ନତା ଦେଖାଯାଇଥାଏ । ଶୀତ ଋତୁରେ ନଦୀରେ ପାଣି କମ୍ ଥିବା ବେଳେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ସମୟରେ ନଦୀରେ ପ୍ରଚୁର ବନ୍ୟା ଜଳ ପ୍ରବାହିତ ହୋଇଥାଏ । ପ୍ରାଗୈତିହାସିକ ସମୟରୁ ନଦୀର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେବାର ପ୍ରମାଣ ରହିଛି – ଯଥା : ୧୮୧୬ ମସିହାରେ ଏକ ଭୂମିକମ୍ପ ପରେ ବନ୍ନି ତୃଣଭୂମିକୁ ଲାଗି କଚ୍ଛର ଲବଣମରୁକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ସାମାନ୍ୟ ପଶ୍ଚିମାଭିମୁଖୀ ହୋଇ ପ୍ରବାହିତ ହେବାକୁ ଲାଗିଲା । ବର୍ତ୍ତମାନ ସମୟରେ ବନ୍ୟାଜଳ ଅଧିକ ହେଲେ ହିଁ ସିନ୍ଧୁ ନଦୀର ଏକ ଅଂଶ କଚ୍ଛ ଲବଣ ମରୁକୁ ପ୍ରବାହିତ ହୋଇଥାଏ । ତିବ୍ବତରେ କୈଳାସ ପର୍ବତ ନିକଟବର୍ତ୍ତୀ ସେଙ୍ଗେ ଖବାବ ସ୍ରୋତକୁ (ଅର୍ଥାତ୍ ସିଂହର ମୁଖ) ସିନ୍ଧୁ ନଦୀର ଉତ୍ସ ବୋଲି ପୁରୁଣା ବିଶ୍ୱାସ ରହିଛି । | କଚ୍ଛ ଲବଣ ମରୁ | ai4bharatIndicQA |
ରବୀନ୍ଦ୍ରନାଥ କାହାକୁ ଦେଖା କରିବାକୁ ଯାଇଥିଲେ ? | ୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗକରି ବମ୍ବେ ଆସିଥିଲେ । ସେ ଯେଉଁ ଜାହାଜରେ ଆସୁଥିଲେ ସେ ଜାହାଜରେ ରବିନ୍ଦ୍ରନାଥ ଟାଗୋର ମଧ୍ୟ ଭାରତ ଆସୁଥିଲେ । ତାଙ୍କ ସହ ଅଲୋଚନା କରି ସେ ଜାଣିଥିଲେ ଯେ ନିଜେ ରବିନ୍ଦ୍ରନାଥ ଗାନ୍ଧିଜୀଙ୍କର ଆନ୍ଦୋଳନ ପ୍ରତ୍ୟାହାର ନୀତିକୁ ସମର୍ଥନ କରୁଥିଲେ । ସେ ବମ୍ବେରୁ ଓହ୍ଲାଇ ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେତେବେଳେ ଗାନ୍ଧିଜୀ ଥିଲେ ବାସ୍ତବରେ କଂଗେସର ଅପ୍ରତିଦ୍ୱନ୍ଦୀ ଓ କର୍ଣ୍ଣଧାର ମାତ୍ର ୧୯୧୪ ମସିହାରେ ଭାରତକୁ ଫେରି ଆସିବା ସମୟରେ ଦକ୍ଷିଣ ଆଫ୍ରିକାରେ ପାର୍ଲିଆମେଣ୍ଟ ବିରୁଦ୍ଧରେ ଭାରତୀୟମାନଙ୍କ ଅଧୀକାରର ସୁରକ୍ଷା ଆଣିବା ନିମନ୍ତେ ସତ୍ୟାଗ୍ରହଦ୍ୱାରା ସଫଳ ହୋଇଥିଲେ । ସେତେବେଳେ ଗାନ୍ଧିଜୀ ବମ୍ବେର ମଣିଭବନରେ ବସ କରିଥିଲେ । ସେଠାରେ ସେ ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା କଣ ଏବଂ ରୂପାୟନ ସଂପର୍କରେ ସ୍ପଷ୍ଟ ଧାରଣ କଣ ତାହା ଜାଣିବାକୁ ପାଇଲେ । ସେ ଗାନ୍ଧିଜୀଙ୍କୁ ପଚାରିଥିଲେ ଯେ, କାହିଁକି ବିଦେଶୀ ଅମଲାତନ୍ତ୍ରମାନଙ୍କ ଠାରୁ କ୍ଷମତା ଛଡାଇନେବାକୁ ଚାହୁଁଛନ୍ତି। ସୁଭାଷଙ୍କର ଆଉଗୋଟିଏ ପ୍ରଶ୍ନ ଥିଲା ଗୋଟିଏ ବର୍ଷ ମଧ୍ୟରେ କେଉଁ ପ୍ରକାର ଉପାୟକୁ ଅବଲମ୍ବନ କରି ଭାରତ ସ୍ୱାଧିନତା ପାଇବ ? ଗାନ୍ଧିଜୀ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ ଏହା ଅସମ୍ଭବ । ସେଠାରେ ସେ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ତାହର ସନ୍ତୋଷ ଜନକ ଉତ୍ତର ପାଇ ପାରିନଥିଲେ । ଗାନ୍ଧିଜୀ କହିଥିଲେ ତୁମେ ଚିତ୍ତରଞ୍ଜନଙ୍କୁ ସାକ୍ଷତ କରି ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କର । | ମହାତ୍ମାଗାନ୍ଧୀଙ୍କୁ | ai4bharatIndicQA |
କେଉଁ ଚଳଚ୍ଚିତ୍ର ସୁପରଷ୍ଟାର ଭାବରେ ରାଜେଶଙ୍କୁ ତିଆରି କରିଥିଲା? | ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମାରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ଚେତନ ଆନନ୍ଦ ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମ ଗୁଡିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ କିଣି ନେଇଥିଲା । | ଆରାଧନା | ai4bharatIndicQA |
କକ୍ଷ ମଝିରେ ଏକ-ଦୁଇ ଟନ ଓଜନର କ'ଣ ଲଗା ହୋଇଛି ? | କକ୍ଷ ମଝିରେ ଏକ-ଦୁଇ ଟନ ଓଜନର (ଶୌଣ୍ଡେଲିୟର) ଲଗା ହୋଇଛି , ଯାହା ୩୩ ମିଟର ଉଞ୍ଚା ଛାତରୁ ଓହଳି ରହିଛି । ଏହି ବିଶାଳ କକ୍ଷର ଚାରି କୋଣରେ ସ୍ଥିତ ରହିଛି ଗୋଟିଏ କକ୍ଷ ପ୍ରତି କୋଣ। ଏଥିରୁ ଦୁଇ ଷ୍ଟେଟ ଡ଼ାଇନିଂ କକ୍ଷ, ଗୋଟେ ଷ୍ଟେଟ ଉପର କକ୍ଷ ଏବଂ ଗୋଟେ ଷ୍ଟେଟ ପୁସ୍ତକାଳୟ । ଅନ୍ୟ କକ୍ଷ ଗଳି ଯେପରି ମଧ୍ୟ ରହିଛି ତାହାର ଚତୁର୍ପାଶ୍ୱ ଖୋଲା ରହିଛି । ଏକ ବୃହତ ଭୋଜନ କକ୍ଷ , ଏକ ବୈଠକ କକ୍ଷ, ବିଲିୟାର୍ଡ଼ କକ୍ଷ ଇତ୍ୟାଦି ରହିଛି । ପ୍ରାସାଦରେ ସର୍ବତ୍ର ବହୁ ସ୍ଥାନରେ ଜଳର ଫବାରେ ଏବଂ ବେସିନ ତିଆରି ହୋଇଛି । | ଶୌଣ୍ଡେଲିୟର | ai4bharatIndicQA |
ଯଦି ଆପଣ ଅତିକମରେ କେତେ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ତେବେ ଆପଣ ଏକ ସୁସ୍ଥ ଶିଶୁ ଏବଂ ଏକ ସୁସ୍ଥ ମାତା ପାଇପାରିବେ ? | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୟାନ ଅନୁସାରେ ଗର୍ଭାବସ୍ଥା, ପ୍ରସବ, ଓ ପ୍ରସବ ପର କାଳକୁ ମାତୃ ସ୍ୱାସ୍ତ୍ୟ ଅନ୍ତର୍ଭୁକ୍ତ କରାଯାଏ । ମାତୃତ୍ୱ ଲାଭ ଏକ ଯୁକ୍ତାତ୍ମକ ଓ ସମ୍ପୁର୍ଣ୍ଣ ଅନୁଭୁତି ଆଣୁଥିଲେ ମଧ୍ୟ ଅନେକ ମହିଳା ଏହି କାରଣରୁ ଦୁଃଖ, ଖରାପ ସ୍ୱାସ୍ଥ୍ୟ ଓ ସମୟ ବିଶେଷରେ ମୃତ୍ୟୁ ଲାଭ କରନ୍ତି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ (less developed countries) ପ୍ରାୟ ୯୯ % ମାତୃ ମୃତ୍ୟୁ ହୁଏ; ଅଧାରୁ କମ୍ ସଂଖ୍ୟକ ମୃତ୍ୟୁ ସବ-ସାହାରାରେ ହୁଏ ଓ ଏକ ତୃତୀୟାଂଶ ଦକ୍ଷିଣ ଏସିଆରେ ମାତୃ ମୃତ୍ୟୁ ହୁଏ । ଶୀଘ୍ର ଓ ବିଳମ୍ବିତ ମାତୃତ୍ୱ ଉଭୟ କ୍ଷେତ୍ରରେ ମାତୃ ମୃତ୍ୟୁ ସଙ୍କତ ଅଧିକ ରହେ । କିଶୋରୀମାନେ ଗର୍ଭ ଯୋଗୁ ଅଧିକ ଜଟିଳତା ସଙ୍କଟରେ ରହନ୍ତି ଓ ମୃତ୍ୟୁ ସମ୍ଭାବନ ମଧ୍ୟ ଅଧିକ ରହେ । ଅତି କମ୍ରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଗର୍ଭାଧାନ କଲେ ଉନ୍ନତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଲାଭ ହୁଏ । ଅଧିକ ସନ୍ତାନ ଲାଭର ଇଚ୍ଛା ଥିଲେ ବିଗତ ଶିଶୁ ପ୍ରସବ ପରେ ଅତି କମ୍ରେ ଦୁଇ ବର୍ଷ ପରେ ଗର୍ଭାଧାନ କଲେ ମାତା ଓ ଶିଶୁ ନିମନ୍ତେ ସ୍ୱାସ୍ଥ୍ୟପ୍ରଦ ହୁଏ କିନ୍ତୁ ୫ ବର୍ଷରୁ ଅଧିକ ସମୟ ଅପେକ୍ଷା ଠିକ୍ ନୁହେଁ । ମିସକ୍ୟାରେଜ (miscarriage) ଓ ଗର୍ଭପାତ ପରେ ଅତି କମ୍ରେ ୬ ମାସ ଅପେକ୍ଷା କରିବା ସ୍ୱାସ୍ଥ୍ୟପ୍ରଦ ହୁଏ । ପରିବାର ନିୟୋଜନ କଲାବେଳେ ମହିଳାଙ୍କର ଅଧିକ ବୟସରେ ଗର୍ଭ ସଙ୍କଟ ବିଷୟରେ ସଚେତନ ରହିବା ଆବଶ୍ୟକ । ବୟସ୍କ ପୁରୁଷ ବା ମହିଳାଙ୍କର ଶିଶୁର ଅଟିଜିମ୍ ବା ଡାଉନ ସିଣ୍ଡ୍ରୋମ, ଏକାଧିକ ଶିଶୁ ଜନ୍ମ (multiple birth) ସଙ୍କଟ ଅଧିକ ରହେ । | ୧୮ | ai4bharatIndicQA |
କେଉଁ ମସିହା ରେ ରାକେଶ ଶର୍ମା ପ୍ରଥମେ ମହାକାଶ କୁ ଯାଇଥିଲେ ? | ୧୯୮୪ ମସିହା ଏପ୍ରିଲ ମାସରେ ସୋଭିଏତ ୟୁନିୟନ ସହାୟତାରେ ରାକେଶ ଶର୍ମା ପ୍ରଥମ ଭରତୀୟ ମହାକାଶଚାରୀ ଭାବେ ମହାକାଶଯାନରେ ୮ ଦିନ ବିଚରଣ କରିଥିଲେ । ନଭେମ୍ବର ୦୭, ୨୦୦୬ ମସିହାରେ ମାନବଯୁକ୍ତ ମହାକାଶ ଅଭିଯାନ ପାଇଁ ଇସ୍ରୋ ବୈଜ୍ଞାନିକ ମାନେ ବେଙ୍ଗାଲୁରୁଠାରେ ପ୍ରଥମ ବୈଠକ କରିଥିଲେ । ଏହି ଅଭିଯାନରେ ମାନବବାହୀ ଯାନ ନିର୍ମାଣ ଏକ ଜଟିଳ ତଥା ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟାୟ । ଜୁଲାଇ ୦୫, ୨୦୧୮ରେ ଇସ୍ରୋ କ୍ରିଉ ଏସ୍କେପ୍ ସିଷ୍ଟମ୍ (Crew Escape System)ର ସଫଳ ପରୀକ୍ଷଣ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫, ୨୦୧୮ରେ ପ୍ରଥମ ମହାକାଶଚାରୀ ପ୍ରେରଣ ମିଶନ ବିଷୟରେ ସୂଚନା ଦେଇଥିଲେ । ସ୍ୱାଧୀନତା ଦିବସର ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ସୁଦ୍ଧା ନିଜସ୍ୱ ମାନବଯୁକ୍ତ ମହାକାଶ ଅଭିଯାନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ । ମାନବଯୁକ୍ତ ମହାକାଶ ଅଭିଯାନରେ ୨୦୨୨ ସୁଦ୍ଧା ୩ ଜଣ ମହାକାଶଚାରୀ ମହାକାଶ ଯାତ୍ରା କରି ମହାକାଶରେ ୭ ଦିନ ଧରି ଅନୁଧ୍ୟାନ କରିବାର ଇସ୍ରୋଦ୍ୱାରା ଯୋଜନା କରାଯାଇଛି । ଭାରତୀୟ ମାନବଯୁକ୍ତ ମହାକାଶ ଅଭିଯାନ କାର୍ଯ୍ୟକ୍ରମର ନାମ 'ଗଗନାୟନ ମିଶନ' ରଖାଯାଇଛି । ଏନେଇ ୧୦ ହଜାର କୋଟି ଟଙ୍କାର ବଜେଟକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ (ଭାରତ ସରକାର) ଅନୁମୋଦନ କରିଛି । ନାସା ଏବଂ ଋଷ୍ ଦ୍ୱରା ପ୍ରେରିତ ମହାକାଶଚାରୀ ମାନଙ୍କୁ ଯଥାକ୍ରମେ ଆଷ୍ଟ୍ରୋନଟ ଓ କସ୍ମୋନଟ୍ କୁହାଯାଉଥିବବେଳେ, ଇସ୍ରୋ ଏହାର ମହାକାଶଚାରୀ ଦଳର ନାମ `ଭ୍ୟୋମନଟ` (vyomanaut) ରଖିବାକୁ ଯାଉଥିବା ମଧ୍ୟ ଜଣାପଡିଛି । ଭ୍ୟୋମନଟ ସଂସ୍କୃତ ଶବ୍ଦରୁ ଉଦୃତ ଭ୍ୟୋମ ଯାହାର ଅର୍ଥ ହେଉଛି ଅନ୍ତରୀକ୍ଷ । ବେଙ୍ଗାଲୁରୁରେ ଆୟୋଜିତ ସ୍ପେଶ୍ ଏକ୍ସପୋରେ ଇସ୍ରୋ ପକ୍ଷରୁ ମହାକାଶ ଯାତ୍ରୀଙ୍କ ପୋଷାକ ଏବଂ କ୍ରିଉ ଏସ୍କେପ୍ ମଡେଲ ପ୍ରଦର୍ଶିତ କରାଯାଇଥିଲା । ୨୦୩୦ ମଧ୍ୟରେ ମହାକାଶରେ ଭାରତର ନିଜସ୍ୱ ସ୍ପେସ୍ ଷ୍ଟେସନ୍ (ମହାକାଶ କେନ୍ଦ୍ର) ନିର୍ମାଣ କରିବାର ଲକ୍ଷ ରଖିଛି ବୋଲି (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ ସୂଚନା ଦେଇଛନ୍ତି। ଏହି ସ୍ପେସ ଷ୍ଟେସନ ପ୍ରତିଷ୍ଠା ପରେ ଭାରତର ଅନ୍ତରୀକ୍ଷ ଯାତ୍ରୀ ୧୫-୨୦ ଦିନ ମହାକାଶରେ ବିତେଇ ପାରିବେ। | ୧୯୮୪ ମସିହା | ai4bharatIndicQA |
ଚାନ୍ଦି ସ୍ଥାପତ୍ୟବିଦ୍ୟା ହିନ୍ଦୁ ଶାସ୍ତ୍ରର କେଉଁ ସ୍ଥାପତ୍ୟ ଜ୍ଞାନର ବିନିଯୋଗ କରିଥିଲା? | ଚାଣ୍ଡି ସ୍ଥାପତ୍ୟବିଦ୍ୟା ବାସ୍ତୁଶାସ୍ତ୍ରର ହିନ୍ଦୁ ସ୍ଥାପତ୍ୟଜ୍ଞାନର ବିନିଯୋଗ କରିଥିଲା । ଜାଭାରେ ବୃତ୍ତାକାର ମଣ୍ଡଳ, ମଣ୍ଡଳ ମଧ୍ୟରେ ଉଚ୍ଚ ମୁଖ୍ୟ ମନ୍ଦିରର ନିର୍ମାଣ ହେବା ଏହାର ଦୃଷ୍ଟାନ୍ତ । ଚାଣ୍ଡି ମନ୍ଦିରର ଆକାର ଦେବମାନଙ୍କ ବାସସ୍ଥଳୀ ମେରୁ ପର୍ବତର ଆକାର ପରି । ତ୍ରିଲୋକ ଓ ବ୍ରହ୍ମାଣ୍ଡର ସମ୍ପର୍କିତ ତଥ୍ୟ ମନ୍ଦିର କାନ୍ଥ ଓ ସ୍ତମ୍ଭରେ ଚିତ୍ରିତ ହୋଇଛି । ଚାଣ୍ଡି ମନ୍ଦିରରେ କେଉଁ ସ୍ଥାନ ପବିତ୍ର ଓ କେଉଁ ସ୍ଥାନ ଅପବିତ୍ର ତାହାର ଶ୍ରେଣୀ ଧାର୍ଯ୍ୟ କରାଯାଇଛି । ହିନ୍ଦୁ ଓ ବୌଦ୍ଧ ଧର୍ମରେ ଅନେକ ବିଷୟର ନିର୍ଦ୍ଧାରଣ ପାଇଁ ୩ (ତ୍ରି-) ସଂଖ୍ୟା ବ୍ୟବହୃତ ହୁଏ । ଯଥା – ହିନ୍ଦୁ ଧର୍ମରେ ତ୍ରିମୂର୍ତ୍ତି, ତ୍ରିଲୋକ, ତ୍ରିଦେବ, ତ୍ରି-ବାର ସତ୍ୟ ଓ ବୌଦ୍ଧ ଧର୍ମରେ ତ୍ରିରତ୍ନ । | ସ୍ଥାପତ୍ୟବିଦ୍ୟା ବାସ୍ତୁଶାସ୍ତ୍ରର ହିନ୍ଦୁ ସ୍ଥାପତ୍ୟଜ୍ଞାନର | ai4bharatIndicQA |
ଦୁର୍ଗାବତୀଙ୍କୁ କିଏ ପରାସ୍ତ କରିଥିଲେ ? | ବୈରାମଙ୍କ ସାହାଯ୍ୟରେ ଆକବର ରାଜତ୍ୱର ପ୍ରଥମ ଚାରିବର୍ଷରେ ଆଜମୀର, ଗୋଆଲିୟର, ଅଯୋଧ୍ୟା, ଓ ଜୌନପୁରକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ୧୫୬୧ରେ ମାଳବ ଅଧିକାର କରିଥିଲେ । ସେନାପତି ଆସଫ ଖାଁଙ୍କୁ ବହୁ ସୈନ୍ୟସହ ପଠେଇ ଗଦ଼ମଣ୍ଡଳର ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ୧୫୬୪ ଖ୍ରୀଷ୍ଟାବ୍ଦରେ ଆକବର ଗଡ଼ମଣ୍ଡଳ ଅଧିକାର କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ପରାଜୟ ପରେ ଦୁର୍ଗାବତୀ ଆତ୍ମହତ୍ୟା କରିଥିଲେ । ଆକବର ଜାଣିଥିଲେ , ରାଜପୁତ ମାନେ ବଡ଼ ସାହସୀ,ଯୁଦ୍ଧପ୍ରିୟ ଓ ସ୍ୱଦେଶବତ୍ସଳ । ତେଣୁ ସେ ରାଜପୁତମାନଙ୍କୁ ଉଦାର ନୀତିଦ୍ୱାରା ବଶ କରିବା ପାଇଁ ଯତ୍ନକଲେ । ରାଜପୁତମାନେ ଆକବରଙ୍କ ଉଦାରତା ଓ ସଦ୍ଭାବ ଦେଖି ତାଙ୍କ ପ୍ରତି ଅନୁରକ୍ତ ହେଲେ । | ସେନାପତି ଆସଫ ଖାଁ | ai4bharatIndicQA |
ସିନ୍ଧୁ ଜଳ ଚୁକ୍ତି କେବେ ଓ କେଉଁଠି ହୋଇଥିଲା ? | ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । [୧][୨][୩] ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । [୪]ଏହି ବୁଝାମଣା ଅନୁସାରେ, ପୂର୍ବ ପଟର ୩ଟି ନଦୀରେ (ବେଆସ୍, ରାବୀ ଓ ଶତଲେଜ) ପ୍ରବାହିତ ବାର୍ଷିକ ୩.୩ କୋଟି ଏକର-ଫୁଟ୍ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା ଏବଂ ପଶ୍ଚିମ ପଟର ୩ଟି ନଦୀରେ (ସିନ୍ଧୁ, ଚେନାବ ଓ ଝେଲମ) ପ୍ରବାହିତ ବାର୍ଷିକ ୮ କୋଟି ଏକର-ଫୁଟ୍ ପାଣି ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଲା । [୫] ଏହି ଚୁକ୍ତିରେ ପାଣି ଆବଣ୍ଟନ ସମ୍ପର୍କିତ ପ୍ରସ୍ତାବ ଅଧିକ ବିବାଦୀୟ ଥିଲା । ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ନିୟନ୍ତ୍ରିତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ, ମତ୍ସ୍ୟ ପାଳନ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଲା । କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଭାରତକୁ କିଛି ନିୟମାବଳୀର ଅନୁସରଣ କରିବାକୁ ହେବ । ଭାରତ ଓ ପାକିସ୍ତାନର ମଧ୍ୟରେ ରହିଆସିଥିବା ଦୋଳାୟମାନ ସମ୍ପର୍କ ଯୋଗୁଁ ଯୁଦ୍ଧ ସମୟରେ ଭାରତ ସିନ୍ଧୁ ଓ ଅନ୍ୟ ନଦୀମାନଙ୍କ ଜଳକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରି ପାକିସ୍ତାନରେ ବନ୍ୟା ବା ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାକିସ୍ତାନର ଆଶଙ୍କା (ବା ଅଭିଯୋଗ) ରହିଆସିଛି । ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ । [୬][୭]ଚୁକ୍ତିର ଅନୁଚ୍ଛେଦ XII(୨) ଅନୁସାରେ ୧୯୬୦ ମସିହା ଅପ୍ରେଲ ପହିଲାଠାରୁ ଚୁକ୍ତି ଲାଗୁ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ସମ୍ବନ୍ଧୀୟ ବିବାଦ ବା ଯୁଦ୍ଧ ହୋଇନାହିଁ । ବିବାଦ କିମ୍ବା ଅସହମତିର ସ୍ଥିତି ଉପୁଜିଲେ ଚୁକ୍ତିର ନିୟମାବଳୀକୁ ଆଧାର କରି ମାମଲାର ବିଚାର କରାଯାଏ ଓ ବୁଝାମଣା ହୁଏ । [୮] ଆଧୁନିକ ସମୟରେ ବୁଦ୍ଧିଜୀବୀ ଓ ଗବେଷକ ମତ ଦିଅନ୍ତି ଯେ ଏହି ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନିୟମ ରହିବା କଥା କିନ୍ତୁ ତଥାପି ଜଳ ଆବଣ୍ଟନ ପରିପ୍ରେକ୍ଷୀରେ ସିନ୍ଧୁ ଜଳ ଚୁକ୍ତିକୁ ବିଶ୍ୱର ସଫଳ ଚୁକ୍ତିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । | ୧୯୬୦ ମସିହା ସେପ୍ଟେମ୍ବର ୧୯ | ai4bharatIndicQA |